Get Updates
Get notified of breaking news, exclusive insights, and must-see stories!

Chandan Yatra: କାହିଁକି ହୁଏ ଚନ୍ଦନ ଯାତ୍ରା ? କଣ କୁହେ କିମ୍ବଦନ୍ତୀ ?

କାଲିଠୁ ଅକ୍ଷୟ ତୃତୀୟା । ସେଥି ମଧ୍ୟରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନ୍ୟତମ । ମଣିଷକୁ ଯେମିତି ଅଧିକ ଗରମ ଲାଗିଲେ ଜଳକ୍ରୀଡା କରେ ଶରୀରକୁ ଥଣ୍ଡା ରଖିବାକୁ ଚେଷ୍ଟା କରେ । ମହାପ୍ରଭୁ ବି ଠିକ୍‌ ସେମିତି ମଣିଷ ଭଳି ପ୍ରବଳ ଗ୍ରୀଷ୍ମ ପ୍ରବାହରେ ନିଜର ଶ୍ରୀଅଙ୍ଗକୁ ସୁରକ୍ଷା ଦେଇଥାନ୍ତି ।

ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପ୍ରଭୁ ମଦନମୋହନ ଶ୍ରୀଦେବୀ, ଭୂଦେବୀଙ୍କ ସହ ନରେନ୍ଦ୍ର ସରୋବରକୁ ଯାଇ ଚାପ ଡଙ୍ଗାରେ ଜଳକ୍ରୀଡା ତଥା ନୌବିହାର କରି ପ୍ରବଳ ଗ୍ରୀଷ୍ମ ଦାଉରୁ ନିଜ ଶରୀରକୁ ସୁରକ୍ଷା ଦେଇଥାନ୍ତି । ଏଥିପାଇଁ ଅନୁଷ୍ଠିତ ହୁଏ ଚନ୍ଦନ ଯାତ୍ରା । ଅକ୍ଷୟ ତୃତୀୟା ଠାରୁ 21 ଦିନ ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ପରେ ଶ୍ରୀମନ୍ଦିର ଭିତରେ 21 ଦିନ ସ୍ନାନ ପୂର୍ଣ୍ଣିମା ପୂର୍ବ ଦିନ ଯାଏ ଏହି ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

Why is Chandan Yatra happening

ଚନ୍ଦନ ଯାତ୍ରାର ଇତିହାସ କଣ ?

ଯୁଗ ଯୁଗ ଧରି ବୈଶାଖ ଶୁକ୍ଲ ତୃତୀୟା ତଥା ଅକ୍ଷୟ ତୃତୀୟା ଠାରୁ 42 ଦିନ ବ୍ୟାପୀ ଏହି ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ । ତନ୍ମଧ୍ୟରୁ ଅକ୍ଷୟ ତୃତୀୟା ଠାରୁ 21 ଦିନ ଧରି ବାହାର ବାହାର ଚନ୍ଦନ ଯାତ୍ରା ନରେନ୍ଦ୍ର ପୁଷ୍କରିଣୀରେ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମାନେ ନରେନ୍ଦ୍ର ପୁଷ୍କରିଣୀକୁ ଗମନ କରନ୍ତି । ଏଥି ସହିତ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରୁଥିବା ପଞ୍ଚୁ ପାଣ୍ଡବ ଜମ୍ବେଶ୍ଵର, ଲୋକନାଥ, କପାଳମୋଚନ, ମାର୍କଣ୍ଡେୟ, ନୀଳକଣ୍ଠ ଏମାନେ ମଣି ବିମାନ ଗମନ କରି ନରେନ୍ଦ୍ର ପୁଷ୍କରିଣୀରେ ପହଞ୍ଚି ଥାଆନ୍ତି । ନରେନ୍ଦ୍ର ସରୋବର ଦୁଇଟି ଚାପ ଡଙ୍ଗା ଯଥା ନନ୍ଦା, ଭଦ୍ରାରେ ଠାକୁର ମାନେ ବିରାଜ ମାନ କରି ନୌବିହାର କରିଥାନ୍ତି । ନନ୍ଦା ଚାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପ୍ରଭୁ ମଦନମୋହନଙ୍କ ସହ ଭୂଦେବୀ, ଶ୍ରୀଦେବୀ ବିରାଜମାନ କରିଥାନ୍ତି । ଭଦ୍ରା ଚାପରେ ପଞ୍ଚୁ ପାଣ୍ଡବ ବିରାଜ ମାନ କରି ନୌବିହାର କରିଥାନ୍ତି ନରେନ୍ଦ୍ର ପୁଷ୍କରିଣୀରେ ।

ଚନ୍ଦନ ଯାତ୍ରାକୁ ନେଇ କିଛି କଥା...

  • ଅକ୍ଷୟ ତୃତୀୟାରୁ ଆରମ୍ଭ ହୁଏ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା
  • ପ୍ରଥମେ 21 ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ
  • ପରେ ଶ୍ରୀମନ୍ଦିର ଭିତରେ 21 ଦିନ ଧରି ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ
  • ବିଶ୍ବାସ ରହିଛି ଚନ୍ଦନ ଯାତ୍ରା ପରମ୍ପରା 600 ବର୍ଷ ତଳର
  • ଗଙ୍ଗବଂଶର ରାଜା ଭାନୁଦେବଙ୍କ ସମୟରୁ ଚନ୍ଦନ ଯାତ୍ରା ହେଉଥିବା ଗବେଷକ କୁହନ୍ତି

ନରେନ୍ଦ୍ର ପୁଷ୍କରିଣୀରେ 21 ଦିନ ଚାପ ଅନୁଷ୍ଠିତ ହେବାପରେ ଶ୍ରୀମନ୍ଦିର ଭିତରେ ମଧ୍ୟ ଭିତର ଚନ୍ଦନ ଯାତ୍ରା ମହାପ୍ରଭୁଙ୍କ ସ୍ନାନଯାତ୍ରା ପୂର୍ବ ଦିନ ଯାଏ ଅନୁଷ୍ଠିତ ହୋଇଥାଏ । ନରେନ୍ଦ୍ର ପୁଷ୍କରିଣୀରେ ଥିବା ଚନ୍ଦନ କୁଣ୍ଡରେ ଠାକୁର ମାନେ ବୁଡି ରହିଥାନ୍ତି । ଛେନାରୁ ପ୍ରସ୍ତୁତ ହୋଇଥିବା କେଳି, ମାଣ୍ଡୁଆ ଭୋଗ ହୋଇଥାଏ । ମହାପ୍ରଭୁଙ୍କୁ ତାମ୍ବୁଳ ସେବନ କରାଇଥାଆନ୍ତି ସେବକ ମାନେ । ନରେନ୍ଦ୍ର ପୁଷ୍କରିଣୀରେ ନୌବିହାର ଶେଷ ହେବା ପରେ ବିଳମ୍ବିତ ରତିରେ ମହାପ୍ରଭୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ପଞ୍ଚୁ ପାଣ୍ଡବ ମଧ୍ୟ ସ୍ୱସ୍ଥାନକୁ ଗମନ କରିଥାଆନ୍ତି । ଏହି ଭଳି ନରେନ୍ଦ୍ର ପୁଷ୍କରିଣୀରେ 21 ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଚନ୍ଦନ ଯାତ୍ରା ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଚନ୍ଦନଲାଗି, ଆଲଟ ଲାଗି ନୀତି ଅନୁଷ୍ଠିତ ହୋଇଥାଏ ।

Mahaprabhu Jagannaths Divinity:

ଶାସ୍ତ୍ରରେ ଉଲ୍ଲେଖ ରହିଛି ଶ୍ରୀକ୍ଷେତ୍ରରେ ଅବସ୍ଥାନ କରିଥିବା ଜଗନ୍ନାଥ ମହାପ୍ରଭୁ ଦାରୁ ରୂପରେ ଅଧିଷ୍ଠିତ ହୋଇ ମାନବୀୟ ଲୀଳା କରୁଛନ୍ତି । ମନୁଷ୍ୟକୁ ଯେମିତି ଶୀତ ହେଲେ ଉଷ୍ମ ବସ୍ତ୍ର ପରିଧାନ କରିଥାଏ, ଗରମ ହେଲେ ଯେଭଳି ଦେହକୁ ଶୀତଳୀ କରଣ କରିଥାଉ ସେହିପରି ମହାପ୍ରଭୁ ମଧ୍ୟ ପ୍ରବଳ ଗ୍ରୀଷ୍ମ ଋତୁରେ ଅକ୍ଷୟ ତୃତୀୟ ଠାରୁ ମହାପ୍ରଭୁ ଶରୀରକୁ ଶୀତଳତା ପ୍ରଦାନ କରିବାକୁ ଏହି ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଯାତ୍ରା ମହାପ୍ରଭୁ ମନୁଷ୍ୟଙ୍କୁ ଉପଦେଶ ଦିଅନ୍ତି ବିଭିନ୍ନ ଋତୁ ଅନୁସାରେ ପ୍ରାକୃତିକ ଉପାୟରେ ଶରୀରକୁ ସୁରକ୍ଷା ଦିଆଯାଏ ।

ଚନ୍ଦନଯାତ୍ରାର କଣ ରହିଛି କିମ୍ବଦନ୍ତୀ ?

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଚନ୍ଦ୍ର ଦାଶଙ୍କ ସୂଚନା ଅନୁଯାୟୀ, ପୁରାଣ ଓ ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ମହାପ୍ରଭୁଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରେ ଅନ୍ୟତମ । ମହାପ୍ରଭୁ ସ୍ୱ-ମୁଖ ରେ ଏହି ଯାତ୍ରା ପାଇଁ କହିଛନ୍ତି । ଯେତେବେଳେ ସତ୍ୟଯୁଗରେ ଇଦ୍ରଦ୍ୟୁମ୍ନ ମହାରାଜା ଥିଲେ ସେତେବେଳେ ମହାପ୍ରଭୁ ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥିଲେ । ସେତିକି ବେଳେ ବ୍ରହ୍ମା ଓ ନାରଦଙ୍କ ଉପସ୍ଥିତରେ ମହାପ୍ରଭୁ ସ୍ୱ-ମୁଖରେ କହିଥିଲେ ମୋର ଚନ୍ଦନଯାତ୍ରା ଆୟୋଜନ କରିବ । ଏଣୁ ଏହି ଚନ୍ଦନଯାତ୍ରା ଅତ୍ୟନ୍ତ ପ୍ରାଚୀନ । ଅର୍ଥାତ୍ ଏହା ସତ୍ୟ ଯୁଗର ଯଥା ।

ପୁନର୍ଜନ୍ମରୁ ମିଳେ ମୁକ୍ତି:

କିନ୍ତୁ କିମ୍ବଦନ୍ତୀରୁ ଜଣାଯାଏ ବର୍ତ୍ତମାନର ଶ୍ରୀମନ୍ଦିର ଚୋଡଗଙ୍ଗଦେବ ଦ୍ଵାଦଶ ଶତାବ୍ଦୀରେ ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଚନ୍ଦନଯାତ୍ରା ଅନୁଷ୍ଠିତ ହେଉଛି । ଶାସ୍ତ୍ରରେ ଉଲ୍ଲେଖ ରହିଛି ମହାପ୍ରଭୁ ଏହି ଗ୍ରୀଷ୍ମ ସମୟରେ ଯେତେବେଳେ ଚାପ ଉପରେ ଅବସ୍ଥାନ କରନ୍ତି । ଏହି ସମୟରେ ମହାପ୍ରଭୁଙ୍କୁ ଯେଉଁ ଭକ୍ତ ଚାପ ଉପରେ ଦର୍ଶନ କରିଥାନ୍ତି ସେମାନେ ମନୁଷ୍ୟ ଜନ୍ମରୁ ମୁକ୍ତି ଲାଭ କରିଥାନ୍ତି । ଦୋଳ ପୂର୍ଣ୍ଣିମାରେ ଦୋଳ ବେଦୀରେ ଅବସ୍ଥାନ କରିଥିବା ବେଳେ ଓ ରଥ ଉପରେ ମହାପ୍ରଭୁ ବିରାଜ କରିଥିବା ବେଳେ ଯେଉଁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି ତାଙ୍କର ଆଉ ପୁନର୍ଜନ୍ମ ହୋଇନଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।

ଐତିହାସିକଙ୍କ ତଥ୍ୟକୁ ଅନୁଯାୟୀ ଚନ୍ଦନ ଯାତ୍ରା ହେଉଚି ଛଅ ଶହ ବର୍ଷ ତଳର । ଗଙ୍ଗବଂଶର ରାଜା ଭାନୁଦେବଙ୍କ ସମୟରୁ ଏହି ଚନ୍ଦନଯାତ୍ରା ଆରମ୍ଭ ହୋଇଥିବା ସୂଚନା ମିଳୁଛି । ତ୍ରୟୋଦଶ ଶତାବ୍ଦୀର ଆରମ୍ଭରେ ଚନ୍ଦନ ଯାତ୍ରା ଆରମ୍ଭ ହେଇଥିଲା । ତେବେ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା ପୂର୍ବରୁ ଚନ୍ଦନ ଉତ୍ସବ ଅନୁଷ୍ଠିତ ହେଉଥିଲା । ଏହା ବିଭିନ୍ନ ପୂରାଣରୁ ତଥ୍ୟ ମିଳୁଛି ।

ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର:

ଆସନ୍ତା ବୁଧବାର ଅକ୍ଷୟ ତୃତୀୟା ଠାରୁ ନରେନ୍ଦ୍ର ପୁଷ୍କରିଣୀରେ ଆରମ୍ଭ ହେବ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା । ଏଥି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିର ଚନ୍ଦନ ଯାତ୍ରାରେ ବାଣ ଫୁଟାକୁ ବାରଣ କରାଯାଇଛି । ଗତବର୍ଷ ଚନ୍ଦନ ଯାତ୍ରାରେ ବାଣ ବିସ୍ଫୋରଣ ଘଟି ଅନେକକ ଜୀବନ ଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଚନ୍ଦନ ଯାତ୍ରାରେ ବାଣ ଫୁଟାକୁ ବାରଣ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+