Chanakya Niti: ଏହି ୪ ମାମଲାରେ ମହିଳା ପୁରୁଷଙ୍କଠାରୁ ଆଗରେ
ଚାଣକ୍ୟ ଭାରତର ମହାନ ରାଜନୈତିଜ୍ଞ, କୁଟନିତିଜ୍ଞ ଏବଂ ଅର୍ଥଶାସ୍ତ୍ରୀ ଥିଲେ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା କରିବାରେ ଚାଣକ୍ୟଙ୍କ ବଡ଼ ଯୋଗଦାନ ଥିଲା। ଆଜିର ସମୟରେ ମଧ୍ୟ ତାଙ୍କର ନୀତି ବେଶ ପ୍ରଭାବଶାଳୀ। କୁହାଯାଏ ଯେଉଁ ବ୍ୟକ୍ତି ଏହି ନୀତିଗୁଡ଼ିକୁ ଅନୁସରଣ କରେ ସେ ତାର ଜୀବନରେ ଅନେକ ସମସ୍ୟାର ସମାଧାନ ପାଇଥାଏ। ଆଜି ଆସନ୍ତୁ ଜାଣିବା ମହିଳାମାନେ କେଉଁ ମାମଲାରେ ପୁରୁଷଙ୍କଠାରୁ ଆଗରେ ରହିଥାନ୍ତି।
ଚାଣକ୍ୟ କୁହନ୍ତି, ମହିଳାଙ୍କୁ ପୁରୁଷଙ୍କଠାରୁ ଦୁଇଗୁଣା ଅଧିକ ଭୋକ ଲାଗିଥାଏ। ଏଣୁ ଏହି ମାମଲାରେ ମହିଳାମାନେ ପୁରୁଷଙ୍କଠାରୁ ଆଗରେ ରହିଥାନ୍ତି। ମହିଳାଙ୍କ ଶାରିରୀକ ସଂରଚନା କାରଣରୁ ତାଙ୍କୁ ପୁରୁଷଙ୍କଠାରୁ ଅଧିକ ଉର୍ଜାର ଆବଶ୍ୟକତା ହୋଇଥାଏ। ଏଥିପାଇଁ ତାଙ୍କୁ ଅଧିକ ଭୋକ ଲାଗିଥାଏ।
ଚାଣକ୍ୟ କୁହନ୍ତି, ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ବୁଦ୍ଧିମାନ ହୋଇଥାନ୍ତି। ସେମାନେ ଅଧିକ ଚତୁର ଏବଂ ବୁଦ୍ଧିମାନ ହୋଇଥାଏ। ନିଜର ଉତ୍ତମ ବୁଝାବଣା ଦ୍ୱାରା ସେ ଯେକୌଣସି ସମସ୍ୟା ସହ ଲଢ଼ିବାକୁ ପ୍ରସ୍ତୁତ ଥାନ୍ତି। ସେ ଜୀବନରେ ଆସୁଥିବା ସବୁ ଦୁଃଖକଷ୍ଟକୁ ସାହସର ସହ ସାମ୍ନା କରିଥାନ୍ତି।

ଚାଣକ୍ୟ କୁହନ୍ତି, ମହିଳାମାନେ ପୁରୁଷଙ୍କଠାରୁ ଅଧିକ ସାହସୀ ହୋଇଥାନ୍ତି। ଏଥିପାଇଁ ସେମାନେ ଜୀବନର କୌଣସି ପରିସ୍ଥିତି ସହ ଲଢ଼ିବାକୁ ପ୍ରସ୍ତୁତ ଥାନ୍ତି। ଚାଣକ୍ୟ କୁହନ୍ତି ମହିଳାମାନେ ପୁରୁଷଙ୍କ ମୁକାବିଲାରେ ଛଅଗୁଣ ଅଧିକ ସାହସୀ ହୋଇଥାନ୍ତି।
ଚାଣକ୍ୟ କୁହନ୍ତି, ମହିଳାମାନେ ପୁରୁଷଙ୍କ ମୁକାବିଲାରେ ଆଠଗୁଣ ଅଧିକ କାମୁକ ହୋଇଥାନ୍ତି। ଏଣୁ ଏହି ମାମଲାରେ ମଧ୍ୟ ସେମାନେ ପୁରୁଷଙ୍କଠାରୁ ଅନେକ ଗୁଣରେ ଆଗରେ ରହିଥାନ୍ତି।












Click it and Unblock the Notifications