ଚାଣକ୍ୟଙ୍କ ନୀତିରେ ରହିଛି ସଫଳତାର ମନ୍ତ୍ର, କରନ୍ତୁ ନାହିଁ ଏହି ସବୁ କାର୍ଯ୍ୟ
ଚାଣକ୍ୟଙ୍କ ନୀତିରେ ରହିଛି ସଫଳତାର ମନ୍ତ୍ର, କରନ୍ତୁ ନାହିଁ ଏହି ସବୁ କାର୍ଯ୍ୟ
ଭୁବନେଶ୍ୱର:ଜୀବନରେ ସଫଳତା ହାସଲ କରିବା ପାଇଁ ,କିଏ ବା ନ ଚାହେଁ । ଶୁଖ ସମୃଦ୍ଧି ପାଇଁ ଆଜିର ଯୁବପିଢି କଠିନ ପରିଶ୍ରମ କରୁଛି । ଚାଣକ୍ୟଙ୍କ ନୀତିରେ ରହିଛି ସଫଳତାର ଚାବି କାଠି । ଯାହା ଆପଣଙ୍କ ଜୀବନରେ ନିଶ୍ଚୟ କିଛି ଫରକ ପକାଇବ ଓ ଅନେକ ସଫଳତା ମଧ୍ୟ ପାଇପାରିବେ ।
୧.ନିଜ ଆୟ ବ୍ୟୟ ବିଷୟରେ କେବେ କାହା ସହିତ ଆଲୋଚନା କରନ୍ତୁ ନାହିଁ । ନିଜ ଆର୍ଥିତ ସ୍ଥିତି ଗୁପ୍ତ ରଖନ୍ତୁ । ଜୀବନରେ ପ୍ରତ୍ୟକ ଦିନ ଭିନ୍ନ ଭିନ୍ନ ଅସୁବିଧାର ସମ୍ମୁଖିନ ହେବା ପାଇଁ ପଡୁଥାଏ । ଏହା କେଳବ ଆପଣଙ୍କ ସହ ହିଁ ନୁହେଁ ପ୍ରତ୍ୟକ ବ୍ୟକ୍ତିକୁ ଆଗକୁ ବଢିବା ପାଇଁ ନିଜ ଜୀବନରେ ସଂଘର୍ସ କରିବା ପାଇଁ ପଡିଥାଏ । ହେଲେ ଆତ୍ମବିଶ୍ୱାସ ହିଁ ଲକ୍ଷ୍ୟ ସ୍ଥଳରେ ପହଁଚାଇଥାଏ । ନିଜ ଜୀବନ କଷ୍ଟ , ଅସୁବିଧା ଅନ୍ୟକୁ ଜଣାଇବା ଦ୍ୱାରା ଆପଣ ହିଁ ପରିହାସ କରାଯାଇଥାଏ ।

୨.ସେହିପରି ଘରର କଳି ବା ଘରର କଥା ଘରେ ହିଁ ସମାପ୍ତ ହେବା ଉଚିତ୍ । ଘରର ଛୋଟ ବଡ଼ କଥା ଅନ୍ୟ ସହ ସେୟାର କରିବା ଦ୍ୱାରା ଆପଣଙ୍କର ହିଁ ଅପମାନ ହୋଇଥାଏ । ଯେଉଁଥି ପାଇଁ ଅନେକ ଅସୁବିଧାର ସମ୍ମୁଖିନ ମଧ୍ୟ ହେବା ପାଇଁ ପଡିଥାଏ ।
୩.ପ୍ରତ୍ୟକ ବ୍ୟକ୍ତିକୁ ନିଜ ଜୀବନରେ କେଉଁଠି ନା କେଉଁଠି ଅପମାନ ସହ୍ୟ କରିବା ପାଇଁ ପଡିଥାଏ । ଅପମାନ ,ସମାଲୋଚନା ଆପଣଙ୍କ ସଫଳତାରେ ଅନେକ ବାଧା ସୃଷ୍ଟି କରିଥାଏ । ହେଲେ ନିଜ ଉପରେ ଏହାକୁ ହାବି କରିବା ପାଇଁ ଦିଅନ୍ତୁ ନାହିଁ ନିଜ । ଏହାକୁ ଅଣଦେଖା କରି ଆଗକୁ ବଢିବା ଉଚିତ୍ । ସେହିପରି ନିଜର ଅପମାନକୁ ଗୁପ୍ତ ରଖିବା ଉଚିତ୍ । ଚାଣକ୍ୟଙ୍କ ନୀତି ଅନୁଯାୟୀ ନିଜ ଦୁଃଖ କଷ୍ଟ ବିଷୟରେ ମଧ୍ୟ କାହା ସହ ଆଲୋଚନା କରିବା ଉଚିତ୍ ନୁହେଁ । ନିଜ ଦୁର୍ବଳତା ବିଷୟରେ ମଧ୍ୟ କାହାକୁ ଜଣାନ୍ତି ନାହିଁ ।












Click it and Unblock the Notifications