ଚାଣକ୍ୟ ନୀତି: ଜୀବନରେ ଦୁଇଟି ଜିନିଷକୁ ଡରନ୍ତୁ ନାହିଁ, ସଫଳତା ନିଶ୍ଚୟ ...
ଚାଣକ୍ୟ ନୀତିକୁ ପ୍ରତ୍ୟେକ କାଳରେ ପ୍ରତ୍ୟେକ ବର୍ଗଙ୍କୁ କିଛି ଶିଖିବାର ସୁଯୋଗ ଦେଇଥାଏ । ତାଙ୍କ ନୀତି ଅନୁସାରେ ଚାଲିବା ଦ୍ୱାରା ଅନେକ ଲୋକଙ୍କୁ ସଫଳତା ମିଳିଛି । ତେବେ ଏହି କ୍ରମରେ ଚାଣକ୍ୟ କହିଛନ୍ତି, ଦୁଇଟି ଜିନିଷକୁ ଡରୁଥିବା ଲୋକ ସବୁବେଳେ ଜୀବନରେ ପଛରେ ରହିଥାନ୍ତି । ଆପଣ ଏବେ ଭାବୁଥିବେ ଏହି ଦୁଇଟି ଡର କ'ଣ ?
ଆସନ୍ତୁ ଜାଣିବା ଏହି ଦୁଇ ଡର ବିଷୟରେ....
ଚାଣକ୍ୟଙ୍କ ଅନୁସାରେ କିଛି ଜିନିଷକୁ ମଣିଷ ନିଜ ଜୀବନ କାଳ ମଧ୍ୟରେ ଡରିବା ଉଚିତ୍ ନୁହେଁ । ଯଦି ଆପଣ ତାକୁ ଡରୁଛନ୍ତି ତେବେ ଏଥିରେ କେବଳ ଆପଣଙ୍କର ହିଁ କ୍ଷତି ହେବ । ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଛୋଟ ଛୋଟ ସମସ୍ୟାକୁ ଖୁବ୍ ଡରନ୍ତି । ସେଇ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ସେମାନେ ଡରି ଡରି ସମସ୍ୟା ଅଧିକ ବଡ଼ କରିଥାନ୍ତି ।

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବାନୁସାରେ ଜୀବନରେ ଅନେକ ପରିବର୍ତ୍ତନ ହୋଇଥାଏ । ଯଦି ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହେଉଛି ତେବେ ଏହାକୁ ଆପଣ ଡରନ୍ତୁ ନାହିଁ । ବରଂ ପରିବର୍ତ୍ତନକୁ ସ୍ୱୀକାର କରିବା ଶିଖନ୍ତୁ । ଏହାକୁ ଆପଣାଇବା ଦ୍ୱାରା ଭଲ ଫଳ ମିଳିଥାଏ । କିଛି ଲୋକ ନିଜକୁ ବଦଳାଇବାକୁ ଚାହାନ୍ତି ନାହିଁ କିମ୍ବା ତାଙ୍କ ଜୀବନରେ କୌଣସି ପରିବର୍ତ୍ତନ କରନ୍ତି ନାହିଁ । ସେମାନେ ପରିବର୍ତ୍ତନ ପାଇଁ ଡରନ୍ତି । ଏଭଳି ଲୋକେ କେବେ ଜୀବନରେ ଆଗକୁ ବଢ଼ିପାରନ୍ତି ନାହିଁ କିମ୍ବା ଜୀବନରେ ସଫଳତା ପାଇ ପାରନ୍ତି ନାହିଁ ।ଅନେକ ଲୋକ ଭବିଷ୍ୟତର ପରୀକ୍ଷାକୁ ଡରୁଛନ୍ତି । ମଣିଷକୁ ସମୟର ବା ଜୀବନର ପରୀକ୍ଷା ପାଇଁ ଡରିବା ଉଚିତ ନୁହେଁ । ଏଥିପାଇଁ ଚାଣକ୍ୟ କହିଛନ୍ତି କେବେ ବି ପରୀକ୍ଷାକୁ ଡର ନାହିଁ । ବରଂ ଏହାକୁ ସାହସର ସହିତ ସାମ୍ନା କରନ୍ତୁ । ଏହିଭଳି ଲୋକ ହିଁ ଜୀବନରେ ସଫଳତା ପାଇଥାନ୍ତି ।
-
IPL 2026: ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ବ୍ୟାଟିଂ କରିବ KKR, ସୂର୍ଯ୍ୟ ପ୍ଲେଇଙ୍ଗ XIରୁ ଆଉଟ୍ -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ








Click it and Unblock the Notifications