Chanakya Neeti: ଏମିତି ଲୋକଙ୍କ ଠାରୁ ରୁହନ୍ତୁ ଦୂରରେ, ଜାଣନ୍ତୁ କାହିଁକି କହିଲେ ଚାଣକ୍ୟ ?
ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି । ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର ଏକ ଶ୍ଳୋକରେ ଆଠ ପ୍ରକାର ଲୋକଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେଉଁମାନେ ସର୍ବଦା ଅନ୍ୟକୁ ଅସୁବିଧାରେ ପକାଇଥାନ୍ତି, ଦୁଃଖ ଦେଇଥାନ୍ତି ।
ରାଜା, ଗଣିକା, ଯମ, ଅଗ୍ନି, ତସ୍କର, ବାଳକ, ଯାଚକ ଏବଂ ଗ୍ରାମ କଣ୍ଟକ(ଗ୍ରାମବାସୀଙ୍କୁ ଅସୁବିଧାରେ ପକାଉଥିବା) ୮ ପ୍ରକାର ବ୍ୟକ୍ତି ଅନ୍ୟମାନଙ୍କ ଦୁଃଖ ଏବଂ ଯନ୍ତ୍ରଣାକୁ ଜାଣି ପାରନ୍ତି ନାହିଁ । ଏମାନେ ସର୍ବଦା ନିଜ ମନ ମୁତାବକ କାମ କରିଥାନ୍ତି । ଏଣୁ ମଣିଷମାନେ ଏମାନଙ୍କଠାରୁ ଦୟା ଆଶା କରିବା ଉଚିତ ନୁହେଁ ବୋଲି ଚାଣକ୍ୟ କହିଛନ୍ତି ।
ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି, ମଣିଷକୁ କେବେହେଲେ କୌଣସି ଅସହାୟ ଏବଂ ପୀଡ଼ିତ ବ୍ୟକ୍ତିର ଉପହାସ କରିବା ଉଚିତ ନୁହେଁ। କାରଣ ଏଭଳିି ତା ସହ ମଧ୍ୟ ଘଟିପାରେ ।

ଏକ ଉଦ୍ଧତ ଯୁବକ ହସି ହସି ଜଣେ ବୃଦ୍ଧଙ୍କୁ ପଚାରିଥିଲେ, ତୁମେ ତଳେ କ'ଣ ଖୋଜୁଛ । ଏହାଶୁଣି ବୃଦ୍ଧଜଣଙ୍କ ଉତ୍ତର ଦେଇଥିଲେ ବୁଢ଼ା ହୋଇଯିବା ଯୋଗୁ ମୋର ଯୌବନ ରୂପକ ମୋତି ତଳେ ପଡ଼ି ଯାଇଛି । ମୁଁ ତାକୁ ହିଁ ଖୋଜୁଛି । ଏହି ସନ୍ଦର୍ଭରେ ଚାଣକ୍ୟ କହିଛନ୍ତି, ମଣିଷକୁ ଦିନେ ନା ଦିନେ ବୃଦ୍ଧାବସ୍ଥା ଦେଇ ଗତି କରିବାକୁ ପଡ଼ିବ । ଏଣୁ ଅନ୍ୟର ଉପହାସ କରିବା ପ୍ରବୃତି ଛାଡ଼ିବା ଉଚିତ ।












Click it and Unblock the Notifications