CTET ପାସ୍‌ କଲେ ହେବେ କି ସରକାରୀ ଶିକ୍ଷକ ? ଜାଣନ୍ତୁ ଏହି ଚାକିରିରେ କେତେ ଦରମା ?

ଶିକ୍ଷକ ବୃତ୍ତି ଆବହମାନ କାଳରୁ ସମାଜରେ ରହି ଆସିଛି । ଆଉ ଏହି ବୃତ୍ତି ପାଇଁ ଆଧୁନିକ ଯୁଗରେ ବି ବହୁତ ପିଲା ପ୍ରୟାସ କରନ୍ତି । ଏହି ବୃତ୍ତି ପାଇଁ ଅଧିକ ପରିଶ୍ରମ ବି କରିବାକୁ ପଡେ । ଏହି ବୃତ୍ତି ପାଇଁ କେତେ ମୁଖ୍ୟ ପରୀକ୍ଷା ବି ଦେବାକୁ ପଡ଼ିଥାଏ । ଆଉ ଏଥିରେ ପାସ ହେବ ପାଇଁ ବହୁତ ପିଲା ପରୀକ୍ଷା ଦେଇଥାନ୍ତି ।

ଭାରତରେ ଶିକ୍ଷକ ବୃତ୍ତି ପାଇଁ ଆପଣଙ୍କୁ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (Central Teacher Eligibility Test, CTET) ପାସ୍ କରିବା ନିହାତି ଆବଶ୍ୟକ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ହିଁ ଆପଣ ସରକାରୀ ବିଦ୍ୟାଳୟରେ ଶିକ୍ଷକ ପଦବୀ (Central Government Teaching jobs) ପାଇଁ ଆବେଦନ କରିପାରିବେ ।

କେନ୍ଦ୍ର ସରକାରୀ ଅଧୀନରେ ସମସ୍ତ ବିଦ୍ୟାଳୟରେ ଶିକ୍ଷକ ହେବା ପାଇଁ ଏହା ଏକ ଯୋଗ୍ୟତା ପରୀକ୍ଷା । ଚାକିରି ପାସ୍‌ କରିବା ପରେ ହିଁ ଆପଣ ଆବେଦନ କରିପାରିବେ । ଏହା ସହିତ ଅନେକ ଘରୋଇ ବିଦ୍ୟାଳୟରେ ଚାକିରି ପାଇଁ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ମଧ୍ୟ ଆବଶ୍ୟକ ।

ctet

ଏହି ପରୀକ୍ଷା ପାସ କଲେ ଆପଣ କେନ୍ଦ୍ର ସରକାରୀ ଅଧୀନରେ ସମସ୍ତ ଶିକ୍ଷାଦାନ ଅନୁଷ୍ଠାନ ପାଇଁ ଆବେଦନ କରିପାରିବେ । CTET ପେପର୍‌ ୧ ପ୍ରାଥମିକ (ଶ୍ରେଣୀ I-V) ଓ ଦ୍ବିତୀୟ ସ୍ତର (VI ରୁ VIII) ପାଇଁ ଆପଣ ଆବେଦନ କରିପାରିବେ ।

ତେବେ, ବେସରକାରୀ ବିଦ୍ୟାଳୟଗୁଡ଼ିକ ଉପରେ ନିର୍ଭର କରେ ଯେ ସେମାନେ ଚାକିରି ପାଇଁ ଖୋଜୁଥିବା ଯୋଗ୍ୟତା ମଧ୍ୟରେ ଏହାକୁ ଅନ୍ତର୍ଭୁକ୍ତ କରନ୍ତି କି ନାହିଁ । CTET ପରୀକ୍ଷା ପରି, ପ୍ରତ୍ୟେକ ରାଜ୍ୟର ନିଜସ୍ୱ TET ପରୀକ୍ଷା ରହିଛି । Odisha ( ଓଡ଼ିଶା ) TET, ହରିୟାଣା TET, MP TET ଇତ୍ୟାଦି ପରୀକ୍ଷା ମଧ୍ୟ ରହିଛି ।

CTETର ପେପର୍‌ ୧ ପାସ୍ କରିବା ପରେ, ସେମାନେ ପ୍ରାଥମିକ ଭାବରେ ଶିକ୍ଷକଙ୍କ ଚାକିରି ପାଇଁ ଯୋଗ୍ୟ ଅଟନ୍ତି । ତେବେ ମନୋନୀତ ପ୍ରାର୍ଥୀଙ୍କ ଦରମା ରାଜ୍ୟଠାରୁ ଭିନ୍ନ ଭିନ୍ନ । ଦିଲ୍ଲୀରେ ମନୋନୀତ ସରକାରୀ ପ୍ରାଥମିକ ଶିକ୍ଷକଙ୍କ ଦରମା (DSSSB PRT ଦରମା)ରେ ମୋଟ ଦରମା ୫୧,୦୦୬ରୁ ୪୬,୦୦୦ ଟଙ୍କା ରହିଛି ତେଣୁ ଭିନ୍ନ ରାଜ୍ୟ ଅନୁଯାୟୀ ଦରମା ଭିନ୍ନ ରହିଛି ।

CTET ପେପର୍‌ ୨ ପାସ୍‌ କରିବା ପରେ, ଆପଣ ମାଧ୍ୟମିକ ସ୍ତର VI ରୁ VIII ପାଇଁ ଶିକ୍ଷକ ହେବାକୁ ଯୋଗ୍ୟ ଅଟନ୍ତି । TGT ପାଇଁ DSSSB ମୂଳ ଦରମା ୪୪୯୦୦ ଟଙ୍କା ବୋଲି ଉଲ୍ଲେଖ କରାଯାଇଛି । ଦରମା ଗୁଡ଼ିକ ମିଡିଆ ରିପୋର୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+