ରାତିରେ ଶୋଇ ପାରୁନାହାନ୍ତି କି ? କାହା କଥା ଆପଣଙ୍କୁ ମନେ ପଡ଼ୁଛି କି ?
ରାତିରେ ଶୋଇ ପାରୁନାହାନ୍ତି କି ? ନିଦ ହେଉନି କି ଆପଣଙ୍କୁ? ଆଉ କାହା କଥା ମନେ ପଡୁଛି କି ? ତାହେଲେ ରୋଷେଇ ଘରେ ରଖାଯାଇଥିବା ଏହି ଜିନିଷକୁ ପାଣିରେ ଭିଜାଇ ଖାଆନ୍ତୁ, ଏହି ରେସିପିକୁ ଏକ ସପ୍ତାହ ପାଇଁ ସେବନ କରନ୍ତୁ, ମିଳିବ ସବୁ ଅସୁବିଧାରୁ ମୁକ୍ତି ।
କାର୍ଯ୍ୟର ଚାପ, ଘରର ଟେନସନ, ଚାକିରି ଟେନସନ, ଆର୍ଥିକ ସମସ୍ୟା, ଚିନ୍ତା ଇତ୍ୟାଦି ଅନେକ କାରଣରୁ ଲୋକଙ୍କ ମନରେ ଏହି ଉତ୍ତେଜନା ଦେଖାଦେଉଛି ।
ଆଜିକାଲି ଅଧିକାଂଶ ଲୋକ ରାତିରେ ଠିକ ଭାବରେ ଶୋଇପାରୁନାହାଁନ୍ତି । ଦୀର୍ଘ ସମୟ ଧରି ଶଯ୍ୟାରେ ମୋବାଇଲ ବ୍ୟବହାର କରିଲେ ମଧ୍ୟ ତାଙ୍କୁ ଶୋଇବାରେ ବହୁତ ଅସୁବିଧା ହୋଇଥାଏ । ନିଦ ଆସିଲେ ମଧ୍ୟ ଏହା ମଧ୍ୟରାତ୍ରୀରେ ଭାଙ୍ଗିଯାଏ । ଯାହା ପାଇଁ ଲୋକଙ୍କ ମଧ୍ୟରେ ନିଦ୍ରାହୀନତା ସମସ୍ୟା ବଢ଼ିବାରେ ଲାଗିଛି ।

ଏହି ସବୁ ସମସ୍ୟା ଆମ ଶୋଇବା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ଅନିଦ୍ରା ସହିତ ସଂଘର୍ଷ କରୁଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ଏକ ଅତି ସରଳ ରେସିପି ଆଣିଛୁ ଆପଣ ଏହାକୁ ଚେଷ୍ଟା କରିବା ଜରୁରୀ । କେଶର ଏବଂ କଳା କିସମିସ୍ ଖାଇବା ଭଲ ନିଦ ହେବାରେ ସାହାଯ୍ୟ କରିଥାଏ ।
ସେହିପରି ପୁଷ୍ଟିକର ବିଶେଷଜ୍ଞଙ୍କ କହିବା ଅନୁସାରେ କଳା କିସମିସ୍ ଏବଂ କେଶର ନିଦ ପାଇଁ ବହୁତ ଭଲକାମ କରେ| ଏହି ପ୍ରାକୃତିକ ଜିନିଷ ଗୁଡ଼ିକ ଶୋଇବା ସମୟ ବୃଦ୍ଧି ଏବଂ ଶୋଇବା ଗୁଣରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ।
କଳା କିସମିସ୍ ଏବଂ କେଶର ମେଲାଟୋନିନ୍ ଏବଂ ସେରୋଟୋନିନ୍ ସ୍ତରକୁ ବଢ଼ିଇଥାଏ । ଏଣୁ ନିଦ ମଧ୍ୟ ଭଲ ହୋଇଥାଏ । ଯଦି ଆପଣ ରାତିସାରା ଶୋଇପାରୁନାହାଁନ୍ତି ଏବଂ ଯେତେବେଳେ ବି ଶୋଇବାକୁ ଚେଷ୍ଟା କରୁଛନ୍ତି, କିଛି ସମୟ ନିଦ ଭାଙ୍ଗିଯାଉଛି ,ତେବେ ଆପଣ ପାଣିରେ କେଶର ଏବଂ କଳା କିସମିସ୍ ରାତିରେ ଶୋଇବା ପୂର୍ବରୁ ବତୁରାଇ ରଖନ୍ତୁ । ସକାଳ ସମୟରେ ତାହାକୁ ସେବନ କରନ୍ତୁ ଏହାକୁ ଏକ ସପ୍ତାହ କରନ୍ତୁ ଦେଖିବେ ଏହାର କରାମତି ।












Click it and Unblock the Notifications