କାଙ୍କଡ଼ ଭଲ କରିବ କ୍ୟାନ୍ସର, ଜାଣନ୍ତୁ କେମିତି ?

ସୁସ୍ଥ ରହିବାକୁ ହେଲେ ଉତ୍ତମ ଏବଂ ପୋଷକଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି । ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକେ ପ୍ରାୟତଃ ବାହାରୁ କିମ୍ବା ଅନଲାଇନ୍ ଅଡର୍ କରି ଖାଇଦେଇଥାଆନ୍ତି । ଯାହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଏହି ସବୁ ଅସ୍ବାସ୍ଥ୍ୟକର ଖାଦ୍ୟଠାରୁ ଦୂରେଇ ରହିବା ଆବଶ୍ୟକ । କିନ୍ତୁ ସୁସ୍ଥ ରହିବାକୁ ହେଲେ ସମସ୍ତ ସୁସ୍ଥ ଖାଦ୍ୟ ଗ୍ରହଣ କରିବା ଉଚିତ୍ । ପନିପରିବାଠାରୁ ଆରମ୍ଭ କରି ଫଳମୂଳ ପର୍ଯ୍ୟନ୍ତ ସମସ୍ତ ଖାଦ୍ୟ ଆମ ଶରୀର ପାଇଁ ଜରୁରୀ । ସବୁଜ ପନିପରିବା ଆମ ସୁସ୍ଥ ଶରୀର ପାଇଁ ବେଶୀ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ତେଣୁ ଫଳମୂଳ ଏବଂ ଅନ୍ୟାନ୍ୟ ଖାଦ୍ୟ ଅପେକ୍ଷା ଏହି ପନିପରିବା ଜାତୀୟ ଖାଦ୍ୟ ଅଧିକ ଜରୁରୀ ବୋଲି ପ୍ରମାଣିତ ହୋଇଛି ।

kankada

ସମସ୍ତ ପରିବାରେ କିଛି ନା କିଛି ପୋଷକ ତତ୍ତ୍ବ ରହିଛି । ଯାହା ଆମକୁ ଅନେକ ରୋଗରୁ ଉପଶମ ଦେଇଥାଏ । ସେହି ସବୁ ମଧ୍ୟରୁ କାଙ୍କଡ଼ ହେଉଛି ଅନ୍ୟତମ । ଯାହା ଆମକୁ ଉପଯୁକ୍ତ ପୁଷ୍ଟିସାର ଯୋଗାଇଥାଏ । ଏହି ପରିବାରେ ଅଗଣିତ ଲାଭ ରହିଛି । ତେବେ ଆଜି ଏହାର ଉପକାରୀ ଗୁଣ ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବୁ ।

କାଙ୍କଡ଼ ଏପରି ଏକ ପରିବା ଯାହାକୁ ଔଷଧ ଭାବେ ମଧ୍ୟ ବ୍ଯବହାର କରାଯାଇଥାଏ । କିଛି ସ୍ଥାନରେ ଏହାକୁ କଣ୍ଟୋଲ, କେକରୋଲ,ଭାଟ କରେଲା, ମିଠା କରେଲା ଆଦି ନାମରେ ଜଣାଯାଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ କିନ୍ତୁ ଏହାର ସେବନ କ୍ଯାନ୍ସର ଏବଂ ମଧୁମେହକୁ ମଧ୍ୟ ଦୂର କରିବାରେ ସହାୟକ ହୁଏ।

କାଙ୍କଡ଼ ଖାଇବା ଦ୍ବାରା ବ୍ଲଡ଼ ସୁଗାରର ମାତ୍ରା ନିୟନ୍ତ୍ରିତ ରହିଥାଏ । ଯାହା ଡାଇବେଟିସ୍ ରୋଗୀଙ୍କ ବେଷ୍ଟ ହୋଇଥାଏ । ଯଦି ଏହାକୁ ନେଇ ଅତ୍ଯଧିକ ସମସ୍ଯା ରହିଛି ସେମାନେ ପ୍ରତିଦିନ କାଙ୍କଡ଼ କିମ୍ବା କାଙ୍କଡ଼ର ଜୁସ ପିଇବା ଉଚିତ୍ ।

ଏଥିରେ ମେମୋରଡ଼ିସିନ୍ ନାମକ ଏକ ତତ୍ତ୍ବ ମିଳିଥାଏ ଯାହା ଶରୀରରେ ଆଣ୍ଟିଅକ୍ସିଡ଼େଣ୍ଟ ଭଳି କାମ କରିଥାଏ । ଏହା ଉଚ୍ଚରକ୍ତଚାପ ବ୍ଯକ୍ତିଙ୍କ ପାଇଁ ବହୁ ଲାଭକାରର ସାବ୍ଯସ୍ତ ହୋଇଥାଏ । ତେବେ ଖାଲି କାଙ୍କଡ଼ ନୁହଁ ଏହି ତତ୍ତ୍ବ କଲରାରୁ ମଧ୍ୟ ମିଳିଥାଏ । କାଙ୍କଡ଼ରେ ରହିଥିବା ମିନେରାଲ୍ସ, ଭିଟାମିନ୍ ଏବଂ ପ୍ରୋଟିନ୍ ଶରୀରରେ ଉର୍ଜ୍ବା ଜାଗ୍ରତ କରିବା ସହ ଦିନଯାକ ଏନରଜେଟିକ୍ ରଖିଥାଏ । ଏଥିସହ କାଙ୍କଡ଼ରେ ଥିବା କେରେଟିନାଇଡ଼ର ମାତ୍ରା ଆଖି ସମ୍ବନ୍ଧୀୟ ସମସ୍ତ ସମସ୍ଯାର ସମାଧାନ କରିଥାଏ ।

ଏଥିସହ ଡାଇଡ଼୍ରି ଫାଇଭର ମାତ୍ରାରେ ଭରପୁର । ଏହି ପରିବା ପାଚନକ୍ରିୟାକୁ ସକ୍ରିୟ କରିବା ସହ ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ଯାର ସମାଧାନ କରିଥାଏ । ଏତିକି ନୁହେଁ ବରଂ ମୋଟାପଣ କମାଇବାରେ ଖୁବ୍ ସାହାଯ୍ୟ କରିଥାଏ । ସେଥିପାଇଁ ଡ଼ାଏଟ କରୁଥିବା ବ୍ଯକ୍ତି ନିଜ ଖାଇବା ଲିଷ୍ଟରେ ଏହି ପରିବା ନିଶ୍ଚିତ ଭାବେ ସାମିଲ କରନ୍ତୁ ।

ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, କାଙ୍କଡ଼ ଖାଇବା ଦ୍ବାରା କ୍ଯାନ୍ସର ରୋଗ ଦୂର ମଧ୍ୟ ହୋଇଥାଏ । ଏଥିରେ ରହିଥିବା ଲ୍ଯୁଟେନ୍ ଏବଂ କେରେଟେନାଇଡ୍ସ କ୍ଯାନ୍ସର ହେବାର ମାତ୍ରାକୁ କମ କରିଥାଏ । ଏଣୁ ନିଜ ଖାଦ୍ଯାରେ କାଙ୍କଡ଼କୁ ସାମିଲ କରିବାକୁ ଆଦୌ ଭୁଲନ୍ତୁ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+