ଦୀପାବଳି ପୁର୍ବରୁ ଘରକୁ ଆଣନ୍ତୁ ଏହି ଜିନିଷ !ଆପଣ ହୋଇଯିବେ.....
ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଆାଲୋକର ପର୍ବ ଦୀପାବଳି ଏକ ବଡ ପର୍ବ । ଏହି ଦିନ ଘରେ ଧନର ଦେବୀ ମାଁ ଲକ୍ଷ୍ମୀ ଓ ଗଣେଶଙ୍କ ପୂଜା କରାଯାଏ । ଏହି ଦିନ ମା ଲକ୍ଷ୍ମୀଙ୍କୁ ପୁଜା କଲେ ଘରେ ଧନ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ । ତା ଛଡା ଦୀପାବଳି ପୂର୍ବରୁ କିଛି ଏମିତି ଜିନିଷ ରହିଛି ଯାହାକୁ ଘରକୁ ଆଣିଲେ ମା ଲକ୍ଷ୍ମୀଙ୍କ କୃପା ମିଳିଥାଏ ଓ ଘରେ ଧନ ବୃଦ୍ଧି ହୋଇଥାଏ । ତା ହେଲେ ଚାଲନ୍ତୁ ଜାଣିବା କଣ ସେ ଜିନିଷ ଯାହାକୁ ଆପଣ ଦୀପାବଳି ପୂର୍ବରୁ ନିଶ୍ଚୟ ଘରକୁ ଆାଣିବେ ।....ତନ୍ତ୍ରଶାସ୍ତ୍ର ଅନୁସାରେ ଘରେ ଏହି ସବୁ ଜିନିଷ ରଖିଲେ କେବେ ବି ଧନର ଅଭାବ ରୁହେ ନାହିଁ ।
୧- ଶ୍ରୀଯନ୍ତ୍ର
ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଘରେ ଶ୍ରୀଯନ୍ତ୍ର ସ୍ଥାପନା ଓ ପୂଜା କରାଯାଏ । ଏହି ଶ୍ରୀ ଯନ୍ତ୍ରରେ ମା ଲକ୍ଷ୍ମୀଙ୍କ ସହ ଅନ୍ୟ ୩୩ ଦେବ ଦେବୀଙ୍କ ଚିତ୍ର ରହିଥାଏ । ସେଥିପାଇଁ ଏହାକୁ ଘରକୁ ଅଣିଲେ ଧନ ସମ୍ପତ୍ତି ବୃଦ୍ଧି ହୁଏ ।
୨- ମୋତି ଶଙ୍ଖ
ଏହି ଶଙ୍ଖକୁ ବିଧି ବିଧାନ ଅନୁସାରେ ପୂଜା କରିବା ପରେ ଧନ ରଖୁଥିବା ସ୍ଥାନରେ ରଖନ୍ତୁ ।ଏହା ଦ୍ବାରା ଘରେ କେବେ ଧନର ଅଭାବ ହୁଏ ନାହିଁ ଓ ରୋଜଗାର ମଧ୍ୟ ବଢିଥାଏ ।
୩- କଉଡି
ଧର୍ମ ଗ୍ରନ୍ଥ ଅନୁସାରେ ଲକ୍ଷ୍ମୀ ସମୁଦ୍ରରୁ ବାହରିଛନ୍ତି ଓ କଉଡି ମଧ୍ୟ ସମୁଦ୍ରରୁ ମିଳିଥାଏ । ଧନକୁ ଆକର୍ଷିତ କରିବାର ସ୍ବଭାବିକ ଗୁଣ କଉଡି ପାଖରେ ରହିଛି । ସେଥିପାଇଁ ଧନ ସାଥିରେ କଉଡି ରଖିଲେ ଶୁଭ ହୋଇଥାଏ ।
୪- ଗୋମତୀ ଚକ୍ର
ଏହି ଗୋମତୀ ଚକ୍ର ଗୁଜୁରାଟରେ ଥିବା ଗୋମତୀ ନଦୀରୁ ହିଁ ମିଳିଥାଏ । ଏହାକୁ ସୁଦଶର୍ନ ଚକ୍ର ମଧ୍ୟ କୁହାଯାଏ । ଏହି ୧୧ଟି ଚକ୍ରକୁ ଏକ ନାଲି କପଡାରେ ବାନ୍ଧି ପାଖରେ ରଖିଲେ ଧନର ଅଭାବ ହୁଏ ନାହିଁ ।
୫-ଧଳା ଅରଖ ଚେର
ଶୁକ୍ରବାର ଦିନ ପୁରା ବିଧି ବିଧାନର ସହ ଧଳା ଅରଖ ଗଛ ମୁଳେ ପୁଜା କରି ଏହାର ଚେରକୁ ନେଇ ଧନ ବାକ୍ସରେ ରଖିଲେ ଧନ ବଢିଥାଏ ।
୬- ଦକ୍ଷିଣମୂଖି ଶଙ୍ଖ
ଶାସ୍ତ୍ରରେ ଏହି ଦକ୍ଷିଣମୁଖୀର ଶଙ୍ଖର ବିଶେଷ ମହତ୍ବ ରହିଛି । ଏହି ଶଙ୍ଖକୁ ଦୀପାବଳୀ ପୁର୍ବରୁ ଘରକୁ ଆଣି ଏକ ଲାଲ କପଡା ଉପରେ ରଖି ପୁଜା କରି ଧନ ରଖିଥିବା ସ୍ଥାନରେ ରଖି ଦିଅନ୍ତୁ ।

୭- ଲଘୁ ନଡିଆ
ସାଧାରଣ ନଡିଆ ଠାରୁ ଟିକେ ଛୋଟ ଦେଖାଯାଉଥିବା ନଡିଆ ହିଁ ଲଘୁ ନଡିଆ । କୁହାଯାଏ ଏହି ଲଘୁ ନଡିଆକୁ ଘରେ ରଖିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ସେଥିପାଇଁ ୧୧ଟି ଲଘୁ ନଡିଆକୁ ଏକ ଲାଲ କପଡାରେ ବାନ୍ଧି ବାକ୍ସରେ ରଖନ୍ତୁ ।
୮- ପଦ୍ମ ମଞ୍ଜି ମାଳି
ପଦ୍ମ ମଞ୍ଜି ମାଳିକୁ ଆଣି ମା ଲକ୍ଷ୍ଖୀଙ୍କୁ ପିନ୍ଧାଇ ପୁଜା କଲେ ମା ଖୁବ ପ୍ରସନ୍ନ ହୋଇ ଧନବର୍ଷା କରିଥାଆନ୍ତି ବୋଲି ବିଶ୍ବାସ ରହିଛି । କାହିଁକ କି ନା ମାଙ୍କୁ ପଦ୍ମ ବହୁତ ପସନ୍ଦ ଓ ପଦ୍ମର ପାଞ୍ଚ ଅଙ୍ଗରେ ମା ବାସ କରନ୍ତି ବୋଲି କୁହାଯାଏ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications