Get Updates
Get notified of breaking news, exclusive insights, and must-see stories!

ଆଜି ଧନତେରାସରେ ଘରକୁ ଆଣନ୍ତୁ ଏହି ୫ ଜିନିଷ: ବର୍ଷଯାକ ହେବ ଧନ ବର୍ଷା

ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ଦିନ ଧନତେରାସ ପର୍ବ ପାଳିତ ହୋଇଥାଏ । ଏହି ଦିନଟିକୁ ଧନ୍ବନ୍ତରୀ ଜୟନ୍ତୀ ରୂପେ ମଧ୍ୟ ପାଳନ କରାଯାଏ । ଧନତେରାସ୍‍ ଦିନ ଲୋକେ ଧନର ଦେବୀ ମା'ଲକ୍ଷ୍ମୀ ଓ କୁବେର, ଭଗବାନ ଧନ୍ବନ୍ତରୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରିଥାଆନ୍ତି। ଏହି ଦିନ ମା'ଙ୍କୁ ଭକ୍ତି ଭାବନା ସହ ପୂଜାର୍ଚ୍ଚନା କଲେ ମା'ଙ୍କର ବିଶେଷ କୃପା ପ୍ରାପ୍ତି ହେବା ସହ ଧନ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଏ।

ଦୀପାବଳିର ଦୁଇଦିନ ପୂର୍ବରୁ ଧନତେରାସ ପାଳନ କରାଯାଏ। ସମୁଦ୍ର ମନ୍ଥନ ବେଳେ ଧନତେରାସ ଦିନ ଭଗବାନ ଧନ୍ଵନ୍ତରୀ ନିଜ ସହିତ ଅମୃତ କଳସ ଏବଂ ଆୟୁର୍ବେଦ ନେଇ ପ୍ରକଟ ହୋଇଥିଲେ। ଆୟୁର୍ବେଦ ନେଇ ଆସିଥିବାରୁ ତାଙ୍କୁ ଔଷଧର ଜନକ ବୋଲି କୁହାଯାଏ। ଧନତେରାସ ଦିନ ଧନ ଦେବତା କୁବେରଙ୍କୁ ପୂଜା କରାଯାଏ ।ଧନତେରସକୁ ଏକ ଅତ୍ୟନ୍ତ ଶୁଭ ଦିନ ଭାବରେ ବିବେଚନା କରାଯାଏ । ଏହି ଦିନ କିଛି ବି କିଣିବା ବହୁତ ଶୁଭ ହୋଇଥାଏ। ଏପରି କଲେ ବର୍ଷଯାକ ଆର୍ଥିକ ସ୍ଥିତି ଭଲ ରହେ ବୋଲି ମାନ୍ୟତା ରହିଛି। ମାନ୍ୟତା ରହିଛି ଯେ ଧନତେରାସ ଦିନ ଯେଉଁ ବି ବସ୍ତୁକୁ ଆପଣ କିଣିଥାନ୍ତି ସେହି ବସ୍ତୁ ୧୩ ଗୁଣା ବଢ଼ିଯାଇଥାଏ।

Bring these 5 things home today on Dhanteras

ଏହି ଦିନ ଲୋକମାନେ ନିଜ ବଜେଟ୍ ଅନୁସାରେ ସୁନା, ରୂପା, ହୀରା, ମୋତି, ବାସନକୁସନ ଏବଂ ଅନ୍ୟାନ୍ୟ ଉପଯୋଗୀ ଜିନିଷ କିଣାକିଣି କରନ୍ତି । କିନ୍ତୁ ଆପଣ କ'ଣ ଜାଣନ୍ତି କି ଧାର୍ମିକ ଶାସ୍ତ୍ର ଏବଂ ଜ୍ୟୋତିଷ ଅନୁସାରେ ଏହି ଦିନରେ କିଛି ସାମଗ୍ରୀ କିଣିବା ଲୋକଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେଣୁ ଜାଣିରଖନ୍ତୁ ସେହି ୫ଟି ଜିନିଷ କ'ଣ ଯାହାକୁ ଧନତେରାସରେ କିଣିବା ଦ୍ବାରା ମାଆ ଲକ୍ଷ୍ମୀଙ୍କର କୃପା ବୃଷ୍ଟି ହେଇଥାଏ ।

ଝାଡୁ : ଝାଡୁ ହେଉଛି ମାତା ଲକ୍ଷ୍ମୀଙ୍କର ଅନ୍ୟତମ ରୂପ । ଧନତେରାସ ଦିନ ଝାଡୁ କିଣିବା ଦ୍ବାରା ମାତା ଲକ୍ଷ୍ମୀ ଗୃହପ୍ରବେଶ କରିଥା'ନ୍ତି । ଝାଡୁ ଦ୍ବାରା ଘରର ମଇଳା ସଫା ହୋଇଥାଏ । ସେହିପରି ଏହି ଦିନ ଘରକୁ ଝାଡୁ ଆଣିବା ଦ୍ବାରା ଘରେ ନକାରାତ୍କ ଶକ୍ତି ଦୂର ହୋଇଥାଏ ।

ଖଣ୍ଡ ହଳଦୀ : ଏହା ହେଉଛି ଶୁଦ୍ଧତାର ପ୍ରତୀକ । ଧନତେରାସ ଖଣ୍ଡ ହଳଦୀ କିଣିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ ସହିତ ରୋଗ ବ୍ୟାଧି ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି ।

ବାତାଶା : ଏହା ଏକ ସ୍ବୀଟ ଡ଼ିସ । ଏହାକୁ ଆଜିର ଦିନରେ କିଣିବା ଦ୍ୱାରା ଆପଣଙ୍କ ଜୀବନରେ ମଧୁରତା ଆଣିଥାଏ ଏବଂ ଆପଣଙ୍କ ଘରେ ସକାରାତ୍ମକତାକୁ ସୁଦୃଢ଼ କରିଥାଏ ।

ଧଣିଆ : ଧନତେରାସ ଦିନ ଆପଣ ଧଣିଆ ମଧ୍ୟ କିଣିପାରିବେ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଧଣିଆ ଧନ ବୃଦ୍ଧି କରିଥାଏ । ଧନତେରାସ ଦିନ ଆପଣ ଧଣିଆ କିଣି ମାତା ଲକ୍ଷ୍ମୀଙ୍କ ନିକଟରେ ପୂଜା କରିପାରିବେ । ଏହାପରେ ଏହି ଧଣିଆରୁ କିଛି ନେଇ ଏକ କୁଣ୍ଡରେ ପୋତିଦେବେ । ଯଦି ଏହି ଧଣିଆରୁ ଗଛ ବାହାରିବେ ତେବେ ଆପଣଙ୍କ ଘରେ ସର୍ବଦା ସୁଖ ଓ ସମୃଦ୍ଧି ରାଜ କରିବ ବୋଲି ଜାଣିବେ ।

ତମ୍ବା ପାତ୍ର (ତମ୍ବାର ଲୋଟା) : ଏହା ଶୁଦ୍ଧ ଶକ୍ତି ଧାରଣ କରେ । ଭାଗ୍ୟ, ସ୍ୱାସ୍ଥ୍ୟ ଏବଂ ଖୁସିର ଦ୍ୱାର ଖୋଲିଥାଏ। ତେଣୁ ଏହିଦିନ ତମ୍ବାର କୌଣସି ବି ଜିନିଷ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+