ରାକ୍ଷୀ ପୂର୍ଣ୍ଣିମା ଦିନ ଘରକୁ ଆଣନ୍ତୁ ଏହି ସବୁ ସାମଗ୍ରୀ, ହେବ ଧନର ବର୍ଷା
Shravan Purnima: ବିଭିନ୍ନ ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମା ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ । ଏହି ଦିନ ସ୍ନାନ, ଧ୍ୟାନ ଏବଂ ପରୋପକାରର ବିଶେଷ ମହତ୍ୱ ରହିଛି । ଏହି ଦିନ ରାକ୍ଷୀ ପୂର୍ଣ୍ଣିମା ପର୍ବ ମଧ୍ୟ ପାଳନ କରାଯାଏ । ସନାତନ ଧର୍ମରେ ଶ୍ରାବଣ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି । ଏହି ପୂର୍ଣ୍ଣିମାକୁ ଶ୍ରାବଣ ବା ରକ୍ଷୀ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ ।
ପୂର୍ଣ୍ଣିମା ତିଥୀ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ସମର୍ପିତ । ଏହି ଦିନ ଘରକୁ କିଛି ଖାସ ଜୀନିଷ ଆଣିବା ଦ୍ୱାରା ମା'ଲକ୍ଷ୍ମୀ ପ୍ରଶନ୍ନ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପାଲାଶ ଫୁଲ ଦେବୀ ଲକ୍ଷ୍ମୀଙ୍କ ପାଇଁ ଅତ୍ୟନ୍ତ ପ୍ରିୟ । ଶ୍ରାବଣ ପୂର୍ଣ୍ଣିମା ଦିନ ଏହି ଫୁଲ ଦେବୀ ଲକ୍ଷ୍ମୀଙ୍କୁ ପାଦପେ ଅର୍ପଣ କଲେ ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ହୋଇଥାଏ । ପୂର୍ଣ୍ଣିମା ଦିନ ଘରେ ଏହି ଗଛ ଲଗାଇବା ଦ୍ୱାରା ପଜେଟିଭ୍ ମାହୋଲ ରହିବା ସହ ଧନର କମି ହୋଇ ନଥାଏ ।

ଶ୍ରାବଣ ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ଦିନ ଏହି ଫୁଲକୁ ଘରକୁ ଆଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ବିଶ୍ୱାସ ଅନୁଯାୟୀ, ଏହାକୁ ଘରେ ଲଗାଇବା ଦ୍ୱାରା ଜଣେ ବ୍ୟକ୍ତି ଆର୍ଥିକ ପ୍ରତିବନ୍ଧକରୁ ମୁକ୍ତି ପାଇଥାଏ ଏବଂ ପ୍ରଗତିର ବାଟ ଖୋଲିଥାଏ । ବ୍ୟବସାୟରେ ମଧ୍ୟ ଲାଭହୋଇଥାଏ ।
ଏହି ପୂର୍ଣ୍ଣିମା ଦିନ ଧନ ଦେବୀ ଲକ୍ଷ୍ମୀଙ୍କୁ ନଡ଼ିଆ ଅର୍ପଣ କରନ୍ତୁ କାରଣ ଦେବୀ ଲକ୍ଷ୍ମୀଙ୍କର ନଡ଼ିଆ ମଧ୍ୟ ଅତ୍ୟନ୍ତ ପ୍ରିୟ । ବିଶ୍ୱାସ କରାଯାଏ ଯେ ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ଏକ ଆଖିଆ ନଡ଼ିଆ ଅର୍ପଣ କରିବା ଦ୍ୱାରା ଦାରିଦ୍ର୍ୟ ଦୂର ହୋଇଥାଏ । ଯଦି ଆପଣ ଆର୍ଥିକ ସ୍ଥିତିରେ ଉନ୍ନତି ଚାହୁଁଛନ୍ତି ତେବେ ଏକ ଆଖିଆ ନଡ଼ିଆ ଏହି ଦିନ ମା'କୁ ଅର୍ପଣ କରନ୍ତୁ । ଭଲ ଲାଭ ମିଳିବି ।
ଶ୍ରାବଣ ପୂର୍ଣ୍ଣିମା ଦିନ ସୁନା ଓ ରୂପା ଅଳଙ୍କାର କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ଦିନ ସୁନା ଓ ରୂପା କିଣିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ରଦା ଘର ଉପରେ ରହିଥାଏ ।












Click it and Unblock the Notifications