ସକାଳ ଜଳଖିଆରେ ଖାଉନ୍ତୁ ନାହିଁ ଏହି ସବୁ ଖାଦ୍ୟ, ପେଟରେ ସୃଷ୍ଟି କରିପାରେ ସମସ୍ୟା

ସକାଳ ଜଳଖିଆ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ସକାଳ ଖାଦ୍ୟର ପ୍ରଭାବ ଦିନସାରା ରହିଥାଏ । ଯଦି ଆପଣ ମଧ୍ୟ ସକାଳେ ଫଳ ରସ, ତେଲ ଛଣା ଖାଦ୍ୟ, ଚୂଡା ଭଳି ଖାଦ୍ୟ ଖାଉଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ ।

Breakfast Tips: ସକାଳ ଜଳଖିଆ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ସକାଳ ଖାଦ୍ୟର ପ୍ରଭାବ ଦିନସାରା ରହିଥାଏ । ଯଦି ଆପଣ ମଧ୍ୟ ସକାଳେ ଫଳ ରସ, ତେଲ ଛଣା ଖାଦ୍ୟ, ଚୂଡା ଭଳି ଖାଦ୍ୟ ଖାଉଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଖାଲି ପେଟରେ କିଛି ଜିନିଷକୁ ଏଡାଇବା ଉଚିତ୍ ଏଗୁଡ଼ିକ ଏପରି ଜିନିଷ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗାଡି ଦେଇଥାଏ । ତେବେ ଚାଲନ୍ତୁ ଜାଣିବା ସକାଳେ ଖାଲି ପେଟରେ କେଉଁ ସବୁ ଜିନିଷ ଖାଇବା ଅନୁଚିତ୍ ।

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ
ଦହି
ଦହି ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ହେଲେ ସକାଳେ ଏହାକୁ ଖାଇବା ଅନୁଚିତ୍ । କାରଣ ଏଥିରେ ଥିବା ଲାକ୍ଟିକ୍ ଏସିଡ୍ ପେଟର ଅମ୍ଳତାକୁ ନଷ୍ଟ କରିଥାଏ । ଯେଉଁ କାରଣରୁ ଏସିଡିଟି ପରି ସମସ୍ୟା ଦେଖାଦେଇଥାଏ । ସେଥିପାଇଁ କେବଳ ଅପରାହ୍ନରେ ହିଁ ଦହି ଖାଆନ୍ତୁ । ତେବେ ଯଦି ଆପଣଙ୍କର ଏସିଡିଟି ଅଧିକ ହେଉଛି ତେବେ ଆପଣ ସକାଳେ ଖାଲି ପେଟରେ ଲାଉ ରସ ପିଇ ପାରିବେ ।

Breakfast Tips

ସକାଳେ ଫଳ
ଫଳ ଖାଇବା ସ୍ୱସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ । କାରଣ ଫଳରୁ ଆମ ଶରୀରକୁ ଭିଟାମିନସ୍ ଏବଂ ମିନିରାଲସ୍ ମିଳିଥାଏ । ଯାହା ଆମ ଶରୀରର ରୋଗ ପ୍ରତିଶୋଧକ ଶକ୍ତି ମଧ୍ୟ ବଢାଇଥାଏ । ହେଲେ କିଛି ଫଳ ଏପରି ଅଛି ଯାହା ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଅନେକ ସମସ୍ୟା ଦେଖାଦେଇ ଥାଏ । ଯେଉଁଥି ପାଇଁ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ତେବେ କମଳା, ଅଙ୍ଗୁର, କଦଳୀ, ଲିଚି, ପରି ଫଳକୁ ସକାଳେ ଖାଲି ପେଟରେ ଖାଆନ୍ତୁ ନାହିଁ ।


ମସଲାଯୁକ୍ତ ଖାଦ୍ୟ
ମସଲାଯୁକ୍ତ ଜିନିଷ ସକାଳେ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ । ଏହା ଅନେକ ସମସ୍ୟା ସୃଷ୍ଟି କରିଥାଏ । ସକାଳେ ଖାଲି ପେଟରେ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ୍ ଓ ଅନ୍ୟାନ୍ୟ ପେଟ ଜନିତ ରୋଗ ଦେଖାଦିଏ । ଏପରିକି ଖାଲି ପେଟରେ ମସଲାଯୁକ୍ତ ଖାଦ୍ୟ ଖାଇଲେ ତାହା ସହଜରେ ହଜମ ମଧ୍ୟ ହୋଇ ନଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+