ସକାଳର ଜଳଖିଆ ଖୁବ୍‌‌ ଗୁରୁତ୍ୱପୂର୍ଣ୍ଣ; ତେବେ ଜାଣନ୍ତୁ ଜଳଖିଆରେ କ'ଣ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ?

ସକାଳର ଜଳଖିଆ ଖୁବ୍‌‌ ଗୁରୁତ୍ୱପୂର୍ଣ୍ଣ। ତେବେ ଜାଣନ୍ତୁ ଜଳଖିଆରେ କ'ଣ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

ପେସ୍ତାବାଦାମ, କିସ୍‌ମିସ୍‌କୁ ପାଣିରେ ବତୁରାଇ ରାତିରୁ ରଖନ୍ତୁ। ତ୍ବଚା, କେଶକୁ ଉତ୍ତମ ପୋଷକତତ୍ତ୍ବ ଯୋଗାଉଥିବା ଏସବୁ ଡ୍ରାଏଫ୍ରୁଟ୍‌ସ ଶରୀରକୁ ମଧ୍ୟ ଶକ୍ତି ଯୋଗାଇଥାଏ।
ଦାନ୍ତ, ହାଡ଼କୁ ମଜଭୁତ୍ କରୁଥିବା ଏହି ଡ୍ରାଏଫ୍ରୁଟ୍‌ସ୍ ସ୍ମୃତି ଶକ୍ତି ବୃଦ୍ଧିରେ ମଧ୍ୟ ସହାୟକ। ଦୃଷ୍ଟି ଶକ୍ତି ବୃଦ୍ଧି ନିମନ୍ତେ ଦୈନିକ ୧୦-୧୨ଟି କଳା କିସ୍‌ମିସ୍‌ ଖାଇବା ହିତକାରୀ।

ସକାଳ ଜଳଖିଆରେ ସୁସ୍ଥ ଜିନିଷ ଖାଇଥାଉ, ତେବେ ଆମେ ଦିନସାରା ଏହାର ଲାଭ ପାଇଥାଉ । ସୁସ୍ଥ ଜଳଖିଆ ଆମକୁ ଦିନସାରା କାର୍ଯ୍ୟ କରିବାକୁ ଶକ୍ତି ଦେବା ପାଇଁ ସାହାଯ୍ୟ କରେ । କେବଳ ଏତିକି ନୁହେଁ, ଏହା ଆମକୁ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ । କେଉଁ ଖାଦ୍ୟ ସକାଳେ ଖାଇବା ଉଚିତ୍, ଯାହା ଆମ ଶରୀର ପାଇଁ ଲାଭଦାୟକ..

Breakfast is very important
ସକାଳୁ ଉଠିବା ପରେ ପ୍ରଥମେ ଏକ ଗ୍ଲାସ ପାଣି ପିଇ ନିଜ ଦିନର ଆରମ୍ଭ କରନ୍ତୁ। ଏପରି କରିବା ଦ୍ୱାରା ପାଚନ ତନ୍ତ୍ର ସଫା ରହିଥାଏ।

ଡ଼୍ରାଏ ଫ୍ରୁଡ୍ସ ( ବାଦାମ, କାଜୁ, ଅଖରୋଟ )ଖାଇବା ଶରୀର ପାଇଁ ଅମୃତ ସହ ସମାନ ବୋଲି କୁହାଯାଏ। ଏହା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇବା ସହ ଶରୀରକୁ ଥଣ୍ଡାରୁ ଦୂରେଇ ରଖେ। ନିୟମିତ ଏହାକୁ ଖାଇବା ଦ୍ୱାରା ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଆପଣ ସକାଳେ ଖାଲି ପେଟରେ ବାଦାମ ଖାଇପାରିବେ । କେବଳ ଧ୍ୟାନରେ ରଖନ୍ତୁ ,ସେଗୁଡିକୁ ଅଧିକ ଗ୍ରହଣ କରିବେ ନାହିଁ, ନଚେତ୍ ପେଟ ଜନିତ ସମସ୍ୟା ସୃଷ୍ଟି ହେବାର ଅଧିକ ସମ୍ଭାବନା ରହିଥାଏ। ବାଦାମରେ ପ୍ରୋଟିନ୍, ଭିଟାମିନ୍, ମାଙ୍ଗାନିଜ୍, ଓମେଗା -୩ ଏବଂ ଫାଇବର ଭଳି ଜିନିଷ ମିଳିଥାଏ ।

ଆପଣ ସକାଳ ଜଳଖିଆରେ କ୍ଷୀର ଏବଂ କଦଳୀର ମଧ୍ୟ ସେବନ କରିପାରିବେ। ମାତ୍ର କ୍ଷୀର ସେବନର କିଛି ସମୟ ବ୍ୟବଧାନରେ କଦଳୀରେ ସାମାନ୍ୟ ଲୁଣ ବ୍ୟବହାର କରି ଖାଇପାରିବେ। ଏହି ଦୁଇଟି ଆମ ଶରୀରପାଇଁ ବେଶ ଲାଭଦାୟକ।

ଓଟସ ଇଟିଲି - ଓଟସ ପ୍ରସ୍ତୁତ ଇଟିଲିରେ କାବ୍ରୋହାଇଡ଼୍ରେଟ କମ ମାତ୍ରାରେ ଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ହିତକାରକ।
ସକାଳର ଜଳଖିଆରେ ଅଧିକ ରାଗ ଓ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।

ସକାଳ ସମୟରେ ଗୋଟିଏ କିମ୍ବା ଦୁଇଟି ଖଜୁରୀ ଖାଆନ୍ତୁ। ଏହା ପାଚନ ତନ୍ତ୍ର ଓ ପେଟ ଜନିତ ବହୁ ସମସ୍ୟା ଦୂର କରିଥାଏ।
ଆପଣ ସକାଳେ ଜଳଖିଆ ପାଇଁ ରୁଟି ମଧ୍ୟ ଏକ ଉତ୍ତମ ବିକଳ୍ପ ବୋଲି କୁହାଯାଏ। ଏହାସହ ଆପଣ ଫଳ ମଧ୍ୟ ଖାଇପାରିବେ ।

ଯଦି ଆପଣ ଅଣ୍ଡା ଖାଆନ୍ତି, ତେବେ ଆପଣ ଏହାକୁ ସକାଳେ ଜଳଖିଆରେ ଖାଇବା ଉଚିତ୍ ।
ଏହା ଆପଣଙ୍କୁ ଶକ୍ତି ପ୍ରଦାନ କରେ ଏବଂ ଆପଣଙ୍କୁ ଅନେକ ରୋଗରୁ ଦୂରେଇ ରଖିବା ପାଇଁ ମଧ୍ୟ ସହାୟକ ହୋଇଥାଏ। ଏଥିରେ ପ୍ରୋଟିନ୍ ଏବଂ ଅନେକ ପୋଷକ ତତ୍ତ୍ୱ ଆମ ଶରୀରକୁ ଲାଭ ଦେଇଥାଏ ।
ସକାଳେ ଖାଲିପେଟରେ ମସଲା,ରାଗ,ଛଣାଛଣି ଜିନିଷ ଖାଇବା ଦ୍ୱାରା ବଦହଜମି,ପେଟରେ ଜଳାପୋଡା ଭଳି ସମସ୍ୟା ହୋଇଥାଏ।
ଖାଲିପେଟରେ ସିଧାସଳଖ କୌଣସି ଫଳ ରସ ପିଇବା ଉଚିତ ନୁହେଁ। ଏହା ଯକୃତ ଉପରେ କୁପ୍ରଭାବ ପକାଇଥାଏ।
ଖାଲିପେଟରେ ଦହିର ସେବନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+