Brain Stroke: ଶାକାହାରୀଙ୍କୁ କାହିଁକି ବ୍ରେନ ଷ୍ଟ୍ରୋକର ଆଶଙ୍କା ଅଧିକ ? କଣ ରହିଛି କାରଣ ?

ସୁସ୍ଥ ରହିବା ପାଇଁ ଶରୀରରେ ପୋଷକ ତତ୍ତ୍ବର ଆବଶ୍ୟକତା ରହିଥାଏ । ଯଦି ଖାଦ୍ୟରେ ପୋଷକ ତତ୍ତ୍ବର ଅଭାବ ରୁହେ ତେବେ ଏହା ମସ୍ତିଷ୍କାଘାତର କାରଣ ହୋଇପାରେ । ସେଥିପାଇଁ ସର୍ବଦା ପୃଷ୍ଟିକର ଖାଦ୍ୟ ଖାଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି । ସର୍ବଦା ପ୍ରୋଟିନ୍, ମିନେରାଲ୍ସ, ଭିଟାମିନ୍, ଫାଇବର ଏବଂ କାର୍ବସ୍ ଭରପୂର ଖାଦ୍ୟ ଖାଇବା ଜରୁରୀ ଅଟେ । ତେବେ ନିକଟରେ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି । ଶାକାହାରୀଙ୍କୁ ବ୍ରେନ ଷ୍ଟ୍ରୋକର ଆଶଙ୍କା ଅଧିକ ରହିଥାଏ ବୋଲି ଏକ ରିପୋର୍ଟରେ କୁହାଯାଇଛି। ତେବେ ଜାଣନ୍ତୁ କଣ ପାଇଁ ହୋଇଥାଏ ବ୍ରେନ ଷ୍ଟ୍ରୋକ ।

ଭାରତର ଅଧିକାଂଶ ଲୋକ ଶାକାହାରୀ । ତେବେ ଶାକାହାରୀଙ୍କ କ୍ଷେତ୍ରରେ ଭିଟାମିନ୍ B12 ଅଭାବ ଅଧିକ ଦେଖାଯାଇଥାଏ । ଭିଟାମିନ୍ B12 ର ଅଭାବ ହୋମୋସିଷ୍ଟିନର ସ୍ତରକୁ ବୃଦ୍ଧି କରିଥାଏ। ଯାହା ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରିଥାଏ। ଉଚ୍ଚ ସ୍ତରର ହୋମୋସିଷ୍ଟିନ ମସ୍ତିଷ୍କ ଷ୍ଟ୍ରୋକ୍ ହେବାର ଆଶଙ୍କାକୁ ବୃଦ୍ଧି କରିପାରେ। ଯେଉଁ କାରଣରୁ ଶାକାହାରୀମାନଙ୍କ ମଧ୍ୟରେ ବ୍ରେନ ଷ୍ଟ୍ରୋକର ଆଶଙ୍କା ଅଧିକ ରହିଥାଏ ବୋଲି କୁହାଯାଇଛି।

Brain Stroke
ବ୍ରେନ ଷ୍ଟ୍ରୋକ ମୁଖ୍ୟତଃ 2 ପ୍ରକାରର ହୋଇଥାଏ: ଇସ୍କେମିକ ଷ୍ଟ୍ରୋକ ଏବଂ ହେମୋରେଜିକ ଷ୍ଟ୍ରୋକ

  • ଇସ୍କେମିକ ଷ୍ଟ୍ରୋକ: ଏହା ବ୍ରେନ ଷ୍ଟ୍ରୋକ କ୍ଷେତ୍ରରେ ଅଧିକ ରହିଥାଏ । ମସ୍ତିଷ୍କର ଧମନୀର ରକ୍ତଜମାଟ ବାନ୍ଧିଲେ ଏହି ଷ୍ଟ୍ରୋକ ହେବାର ସମ୍ଭାବନା ଅଧିକ ରହିଥାଏ । ମସ୍ତିଷ୍କକୁ ଠିକ ଭଲ ଭାବେ ରକ୍ତ ନପହଞ୍ଚିବା କାରଣରୁ ଇସ୍କେମିକ ଷ୍ଟ୍ରୋକ ହୋଇଥାଏ।
  • ହେମୋରେଜିକ ଷ୍ଟ୍ରୋକ: ଏହି କ୍ଷେତ୍ରରେ ମସ୍ତିଷ୍କର ଧମନୀ ଫାଟି ଯାଇଥାଏ। ଏହାସହ ମସ୍ତିଷ୍କରେ ରକ୍ତସ୍ରାବ ମଧ୍ୟ ହୋଇଥାଏ।

ବ୍ରେନ ଷ୍ଟ୍ରୋକର ଅନ୍ୟ କାରଣ:

  • ଉଚ୍ଚ ରକ୍ତଚାପ
  • ଧୂମ୍ରପାନ
  • ମଧୁମେହ
  • ହୃଦୟ ସମ୍ବନ୍ଧୀୟ ରୋଗ
  • ମୋଟାପଣ
  • ଜେନେଟିକ
  • କେତେକ ଔଷଧ

ବ୍ରେନ ଷ୍ଟ୍ରୋକର ପୂର୍ବ ସଙ୍କେତ:

  • ଶରୀରର ଗୋଟିଏ ପାର୍ଶ୍ୱରେ ଅର୍ଥାତ ମୁହଁ, ବାହୁ, କିମ୍ବା ଗୋଡର ହଠାତ୍ ଅସ୍ଥିରତା ବା ଦୁର୍ବଳ ଲାଗିବା।
  • ଦ୍ବନ୍ଦ ଲାଗି ରହିବା, କହିବାରେ କିମ୍ବା ବୁଝିବାରେ ଅସୁବିଧା ହେବା
  • ଗୋଟିଏ କିମ୍ବା ଉଭୟ ଆଖିରେ ହଠାତ୍ ସମସ୍ୟା ଦେଖାଦେବା
  • ଚାଲିବା ସମୟରେ ମୁଣ୍ଡ ବୁଲାଇବା, ସନ୍ତୁଳନ ହରାଇବା କିମ୍ବା ସମନ୍ୱୟ ହରାଇବା
  • ମୁଣ୍ଡରେ ଅଧିକ ୟନ୍ତ୍ରଣା ହେବା
  • ବିଶେଷଜ୍ଞଙ୍କ ଅନୁଯାୟୀ, ଶିରାରେ ଅବରୋଧ ସମସ୍ୟାକୁ ଚିକିତ୍ସା ଭାଷାରେ ବ୍ରେନ୍ ଭେନୋସ୍ ଥ୍ରୋମ୍ବୋସିସ୍ କୁହାଯାଏ । ବ୍ୟକ୍ତିର ମସ୍ତିଷ୍କର ଶିରାରେ ରକ୍ତ ଜମାଟ ବାନ୍ଧିବା ପରେ ଏହି ଅବସ୍ଥା ସୃଷ୍ଟି ହୁଏ । ଏହା ମସ୍ତିଷ୍କରେ ରକ୍ତସ୍ରାବ କରାଇପାରେ । ରକ୍ତ ଜମାଟ ଶିରାକୁ ଅବରୋଧ କରେ, ଯେଉଁ କାରଣରୁ ଶିରାରେ ଚାପ ଅତ୍ୟଧିକ ବଢିଯାଏ । ଏହି କାରଣରୁ ସ୍ନାୟୁ ନଷ୍ଟ ହୋଇଯାଏ କିମ୍ବା ଫୁଲିବାରେ ସମସ୍ୟା ଦେଖାଦେଇଥାଏ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+