Bottle Gourd : ବଡ ରୋଗଠୁ ଦୂରରେ ରଖେ ଲାଉ; ଖାଆନ୍ତୁ ମିଳିବ ଗଜବ ଫାଇଦା !

ବିଭିନ୍ନ ପରିବା ଶରୀର ପାଇଁ କେତେ ଉପକାରୀ ହୋଇଥାଏ ? କେଉଁ କେଉଁ ପରିବା ଖାଇବା ଶରୀର ପାଇଁ ଭଲ ? ଆପଣ ଜାଣିଛନ୍ତି କି ? ତେବେ ଆସନ୍ତୁ ସେମିତି ଏକ ପରିବା ବିଷୟରେ ଜାଣିବ...

ମଣିଷ ଶରୀର ପାଇଁ ସବୁଜ ପାରିବା ସ୍ୱାସ୍ଥ୍ୟ କର ହୋଇଥାଏ । ସବୁଜ ପରିବାଠାରୁ ଭଲ ଖାଦ୍ୟ ମଣିଷ ଶରୀର ପାଇଁ ଆଉ କିଛି ହୋଇନଥାଏ । ଆପଣ ଯେତେ ପ୍ରକାରର ବି ଖାଦ୍ୟ ଖାଆନ୍ତୁ ତାହା ପନିପରିବାର ତୁଳନୀୟ ନୁହେଁ । ପରିବା ମଧ୍ୟରୁ ଉନ୍ନତମାନର ପରିବା ମଧ୍ୟରେ ଲାଉ(Bottle Gourd) ଅନ୍ୟତମ ।

ଲାଉରେ (Bottle Gourd)ବିଭିନ୍ନ ପ୍ରକାରର ସୁଗୁଣ ରହିଛି, ଯାହାକି ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଲାଉ (Bottle Gourd benefits) ଖାଇବା ଦ୍ବାରା ଆମର ପେଟ ଥଣ୍ଡା ରହିଥାଏ । ଲାଉ ହୃଦ୍‌ରୋଗୀଙ୍କ ପାଇଁ ବି ଅତ୍ୟନ୍ତ ଭଲ । ଏଥିରେ ଥିବା ଆଣ୍ଟି ଅସ୍କିଡାଣ୍ଟ୍‌ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖେ । ମଧୁମେହ ରୋଗୀମାନେ ଅଧିକ ପରିମାଣର ଲାଉ (Bottle Gourd benefits) ଖାଇବା ଦରକାର । ଏହା ଲମ୍ବା, ଗୋଲାକାର ଆଦି ବିଭିନ୍ନ ଆକରରେ ଆସେ ।

Bottle Gourd

ଆପଣ ଯେଉଁ ଧରଣର ବି ଲାଉ ଖାଆନ୍ତୁ ତାହାର ଗୁଣ ପୁରା ସମାନ ହୋଇଥାଏ । କୁହାଯାଏ ଲାଉ ଖାଇବା ଦ୍ବାରା ମାନସିକ ଚାପ ମଧ୍ୟ କମ୍‌ ହୋଇଥାଏ । ତେବେ ଏହାର ମଞ୍ଜି କେତେ ଉପକାରୀ ଆପଣ ଜାଣିଛନ୍ତି କି ? ଏହାର ମଞ୍ଜି ମଧ୍ୟ ବେଶ୍‌ ଉପକାରୀ । ଏହାର ମଞ୍ଜିର ତେଲକୁ ବ୍ୟବହାର କଲେ ମୁଣ୍ତବିନ୍ଧା କମ୍‌ ହୋଇଥାଏ । ଏଥିରେ ଭିଟାମିନ୍ ସି, ଆଇରନ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଜିଙ୍କ୍ ଏବଂ ମାଙ୍ଗାନିଜ୍ ସହିତ ଅନେକ ପୋଷକ ତତ୍ତ୍ୱ ମିଳିଥାଏ ।

ଲାଉରେ (Bottle Gourd benefits) ଅଧିକ ପରିମାଣର ପାଣି ଭାଗ ଥିବାରୁ ଏହାକୁ ରୀତିମତ ଖାଇଲେ ତ୍ବଚା ଯୁବା ଦିଶିଥାଏ । ଏହାକୁ ଆପଣ ଓଜନ ହ୍ରାସ ଡଏଟ୍‌ରେ ମଧ୍ୟ ସାମିଲ୍‌ କରିପାରିବେ । ଲାଉ ଜୁସ୍‌ ପିଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ । ସେଥିପାଇଁ ଆପଣ ପ୍ରତିଦିନ ସକାଳୁ ୧ ଗ୍ଲାସ୍ ଲାଉ ଜୁସ୍‌ ପିଇପାରିବେ ।

ଆପଣଙ୍କୁ ଯଦି ରାତିରେ ସୁନିଦ୍ରା ହେଉନାହିଁ, ତାହାଲେ ମଧ୍ୟ ଆପଣ ଲାଉ (GourdBottle Gourd benefits) ଖାଇବା ଅଭ୍ୟାସ କରନ୍ତୁ । ଲାଉ ଖାଇଲେ ନିଦ୍ରା ସମସ୍ୟା ବି କମ୍‌ ହୋଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦିଅନ୍ତି । ଏହା ଛଡ଼ା ଉତ୍ତମ ହଜମ ଓ କଳା କେଶ ଚାହୁଁଥିଲେ ମଧ୍ୟ ଲାଉ ଖାଇବା ଅଭ୍ୟାସ ରଖନ୍ତୁ ।
ତ୍ୱଚାର ଲୋଚାକୋଚାପଣ ଦୂର କରିବାରେ ଲାଉ ଜୁସ୍‌ (Bottle Gourd juice )ସାହାଯ୍ୟ କରେ । ଏହା ମୃତ କୋଷିକାକୁ ବାହାର କରି ଦେବା ସହ ଦୁର୍ବଳ କୋଷିକାକୁ ସବଳ କରିଥାଏ । ଫଳରେ ତ୍ୱଚାରେ ଚମକ ଆସେ ।

ଲାଉରେ ଭିଟାମିନ୍‌, ମିନେରାଲ ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଭରି ରହିଥାଏ । ଏହା ତ୍ୱଚାକୁ ପ୍ରାକୃତିକ ଚମକ ଦେଇଥାଏ । ଏଣୁ ପ୍ରତିଦିନ ଲାଉ ଜୁସ୍‌ (Bottle Gourd juice)ପିଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+