ଘରୋଇ ଉପାୟରେ ବଢ଼ାନ୍ତୁ ସ୍ମରଣ ଶକ୍ତି
ବହୁତ ସମୟରେ କମ ବୟସରୁ ଲୋକେ କଥା, ଜିନିଷ, କାମ କରିବା ଭୁଲିଯାଆନ୍ତି। ଏହି ସମସ୍ୟା ସ୍ମରଣ ଶକ୍ତି କମ ପାଇଁ ହୋଇଥାଏ। ଶରୀରରେ କୌଣସି ଆଘାତ, ରୋଗ କିମ୍ବା ପୋଷକ ତତ୍ୱ କମ ଥିଲେ ଏହି ସମସ୍ୟା ଦେଖାଦିଏ । ଜାଣନ୍ତୁ କିଛି ଘରୋଇ ତରିକା ଯାହାକୁ ଆପଣାଇ ଆପଣ ଏହି ସ୍ମରଣ ଶକ୍ତି ହୀନତା ସମସ୍ୟାରୁ ମୁକ୍ତି ପାଇପାରିବେ । ଶେଓ - ଆପଣଙ୍କ ସ୍ମରଣ ଶକ୍ତି ବଢ଼ାଇବାରେ ଶେଓ ସାହାଯ୍ୟ କରେ। ଏଥିରେ କ୍ୟୁରୋସିଟେନ ନାମକ ଆଣ୍ଟି ଅକ୍ସିଡାଣ୍ଟ ଥାଏ ଯାହାକି ମସ୍ତିଷ୍କ କୋଷିକାକୁ ନଷ୍ଟ ହେବାରୁ ବଞ୍ଚାଏ।
ମସ୍ତିଷ୍କ କୋଷିକା ନଷ୍ଟ ହେଲେ ବୌଦ୍ଧିକ କ୍ଷମତା କମିଯାଏ । ଶେଓ ବୌଦ୍ଧିକ କ୍ଷମତା ଠିକ ରଖିବାରେ ସାହାଯ୍ୟ କରେ ।ଏହା ପାର୍ଟିସନ ଓ ଅଲଜାଇମର ଭଳି ରୋଗ ହେବାର ସମ୍ଭାବନାକୁ କମାଇଦିଏ । ମାଛତେଲ - ମାଛତେଲ ସପ୍ଲିମେଣ୍ଟ ଆପଣଙ୍କ ସ୍ମରଣ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ମାଛ ତେଲରେ ଓମେଗା ୩ ଫେଟି ଏସିଡ, ଇକୋ ସପେଣ୍ଟେନୋଇକ ଏସିଡ ଥାଏ ।
ଏହା ଶରୀରର ଫ୍ୟାଟ, ଚିନ୍ତା କମାଇବା ଓ ସ୍ମୃତି ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ବ୍ରାହ୍ମୀ - ବ୍ରାହ୍ମ ସ୍ମରଣ ଶକ୍ତିକୁ ବଢ଼ାଇବା ଓ ବୌଦ୍ଧିକ କ୍ଷମତାରେ ସୁଧାର ଆଣିବାରେ ସାହାଯ୍ୟ କରେ। ସ୍ମରଣ ଶକ୍ତିକୁ ଶକ୍ତିକୁ ସୁସ୍ଥ ରଖିବାରେ ଏହା ପ୍ରମୁଖ ଭୂମିକା ନିଭାଏ। ବ୍ରାହ୍ମରେ ବୈକୋସାଇଟ ଓ ସିଟଙ୍ଗୋଷ୍ଟେରୋଲ ଭଳି ବାୟୋ ଏକ୍ଟିଭ ତତ୍ୱଥାଏ ।

ଯାହାକି ମସ୍ତିଷ୍କର କାର୍ଯ୍ୟ କରିବାର କ୍ଷମତା ରେ ସୁଧାର ଆଣିଥାଏ । ଶଙ୍ଖପୁଷ୍ପି - ଶଙ୍ଖପୁଷ୍ପି ଜଡ଼ିବୁଟିରେ ବହୁତ ଆଣ୍ଟି ଅକ୍ସିଡାଣ୍ଟ ତତ୍ୱ ଥାଏ। ଏହାର ବ୍ୟବହାର ଚିନ୍ତା, ଅନିଦ୍ରା ଓ ଏଙ୍ଗଜାଇଟି ଚିକିତ୍ସାରେ କରାଯାଏ । ଏହା ସ୍ମରଣ ଶକ୍ତିକୁ ବଢ଼ାଇବାରେ ରାମବାଣ ଭଳି କାମ କରେ । ଏହା ମସ୍ତିଷ୍କର କୋଷିକା ମାନଙ୍କ ଭିତରେ ସମ୍ବନ୍ଧ ବଢ଼ାଇଥାଏ। ଯାହା ଫଳରେ ମସ୍ତିଷ୍କ କାର୍ଯ୍ୟରେ ସୁଧାର ଆସିଥାଏ।












Click it and Unblock the Notifications