Get Updates
Get notified of breaking news, exclusive insights, and must-see stories!

ଲୁଣ ନେଉଛି ଜୀବନ, WHO ର ରିପୋର୍ଟ

ଭୁବନେଶ୍ୱର: ଲୁଣ ବିନା ଆମ ଖାଦ୍ୟର ସ୍ୱାଦ ଅଧୁରା ରହିଥାଏ, କିନ୍ତୁ ସମସ୍ତେ ସୀମିତ ଭାବରେ ଲୁଣ ଖାଇବା ଉଚିତ୍ । ଲୁଣର ଅତ୍ୟଧିକ ବ୍ୟବହାର ସାଂଘାତିକ ହୋଇପାରେ ଏବଂ ଅନେକ ଗମ୍ଭୀର ରୋଗର କାରଣ ମଧ୍ୟ ହୋଇଥାଏ ଏହି ଲୁଣ । ବିଶ୍ୱର ଅଧିକାଂଶ ଜନସଂଖ୍ୟା ଆବଶ୍ୟକତାଠାରୁ ଦୁଇଗୁଣ ଲୁଣ ଖାଉଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଏହି ରିପୋର୍ଟରେ ବହୁତ ଆଶ୍ଚର୍ଯ୍ୟଜନକ ଜିନିଷ ସାମ୍ନାକୁ ଆସିଛି, ଯାହା ଅଧିକାଂଶ ଲୋକ ଜାଣନ୍ତି ନାହିଁ । ଯଦି ଆପଣ ନିଜ ଖାଦ୍ୟରେ ଅତ୍ୟଧିକ ଲୁଣ ମିଶାନ୍ତି, ତେବେ ତୁରନ୍ତ ଏହି ଅଭ୍ୟାସକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି । ବିଶ୍ୱ ସାସ୍ଥ୍ୟ ସଂଗଠନ (ହୁ) ଅନୁସାରେ, ମାତ୍ରାଧିକ ଲୁଣ ବ୍ୟବହାର ଯୋଗୁ ବିଶ୍ୱରେ ୧୮.୯ ଲକ୍ଷ ଲୋକ ପ୍ରତି ବର୍ଷ ପ୍ରାଣ ହରାଉଛନ୍ତି ।

salt

ଏହା ଉଚ୍ଚ ରକ୍ତଚାପ ଓ ଏକାଧିକ ହୃଦ୍ ସମସ୍ୟାର କାରଣ ହୋଇଛି । ଲୁଣରେ ଥିବା ସୋଡିୟମ୍ କୋଷିକାଗୁଡ଼ିକର ସ୍ୱାଭାବିକ କାର୍ଯ୍ୟକଳାପରେ ସାହାଯ୍ୟ କରେ । କ୍ଷୀର, ମାଂସ ଓ ମାଛ ଭଳି ଅନେକ ଖାଦ୍ୟରେ ଏହା ପ୍ରାକୃତିକ ରୂପେ ମିଳେ । କିନ୍ତୁ ମାତ୍ରାଧିକ ସୋଡିୟମ୍ ହୃଦ୍‌ଘାତ, ଷ୍ଟ୍ରୋକ୍‌, ଅପମୃତ୍ୟୁ ଆଶଙ୍କା ବଢ଼ାଏ ବୋଲି ବିଶ୍ୱ ସାସ୍ଥ୍ୟ ସଂଗଠନ ରିପୋର୍ଟରେ ସ୍ପଷ୍ଟ କରିଛି । ବିଶ୍ୱ ସାସ୍ଥ୍ୟ ସଂଗଠନ ବୟସ୍କଙ୍କ ପାଇଁ ଦିନକୁ ୨୦୦୦ ମିଲିଗ୍ରାମ୍‌ରୁ କମ୍ ସୋଡିୟମ୍ ଖାଇବାକୁ ସୁପାରିଶ କରିଛି ।

ଏହା ଗୋଟିଏ ଛୋଟ ଚାମଚଠୁ ଟିକିଏ । କମ୍ । ତେବେ ପିଲାଙ୍କ ଆବଶ୍ୟକତା ଅନୁସାରେ ସୋଡିୟମ୍ ଦିଆଯିବା ଦରକାର ବୋଲି ଏହା ସ୍ପଷ୍ଟ କରିଛି । ଆୟୋଡାଇଡ୍ ଲୁଣ ଖାଇବାକୁ ମଧ୍ୟ ହୁ କହିଛି, ଯାହା ସୁସ୍ତ ମସ୍ତିଷ୍କ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ଲୁଣ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିବା ଅସମ୍ଭବ କିନ୍ତୁ ମାତ୍ରାଧିକ ଲୁଣ ବ୍ୟବହାର ଅଭ୍ୟାସ କମାଇବା ସହିତ ପ୍ରକ୍ରିୟାକୃତ ଖାଦ୍ୟଠୁ ଦୂରରେ ରହି ସତେଜ ଖାଦ୍ୟ ଖାଇବାକୁ ବିଶ୍ୱ ସାସ୍ଥ୍ୟ ସଂଗଠନ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+