ସୁନା ମୂଲ୍ୟରେ ବଡ଼ ବୃଦ୍ଧି ; କିଣିବା ପୂର୍ବରୁ ଜାଣନ୍ତୁ ଆଜିର ଦର
ଆଜି, ୧୨ ସେପ୍ଟେମ୍ବରରେ, ସୁନା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। କିଣିବା ପୂର୍ବରୁ ଜାଣନ୍ତୁ ଆଜିର ଦର ।
ଆଜି,୧୨ ସେପ୍ଟେମ୍ବରରେ, ସୁନା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଦେଖିବାକୁ ମିଳୁଛି। ଆଜି ମଧ୍ୟ, ସୁନା ତା'ର ଗତି ବଜାୟ ରଖିଛି। ପ୍ରଥମେ ଜାଣିବା ସାରା ଦେଶରେ ସୁନା ଏବଂ ରୂପାର ବର୍ତ୍ତମାନର ମୂଲ୍ୟ କ'ଣ।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୧୧,୨୮୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୦୧,୦୨,୦୦୦ ଟଙ୍କା ଛୁଇଁଛି।
ସେହିପରି ଓଡ଼ିଶା ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୧୧,୨୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୦୧,୦୨,୦୦୦ ଟଙ୍କାକୁ ପହଞ୍ଚିଛି।
ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୧୧,୨୮୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୦୨,୨୦୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୧୧,୪୩୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୦୨,୧୫୦ ଟଙ୍କା ରହିଛି ।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୧୧,୭୦୯ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୦୨,୪୦୦ ଟଙ୍କା ରହିଛି।
ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧, ୧୧,୨୮୦ ଓ ୧,୨୦,୦୦୦ ଟଙ୍କା ରହିଛି।ଅନ୍ୟପଟେ ରୂପା ମୂଲ୍ୟ କିଲୋ ପିଛା ୧,୪୨,୦୦୦ ଟଙ୍କାରେ କାରବାର ଆରମ୍ଭ କରିଛି।
କେମିତି ଜାଣିବେ ସୁନାର ଶୁଦ୍ଧତା- ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ 'BIS Care app'ରେ ଯାଞ୍ଚ କରିପାରିବେ ।
ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ'ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।












Click it and Unblock the Notifications