ତତ୍କାଳ ଟିକେଟ ବୁକିଂ ସମୟରେ ବଡ ପରିବର୍ତ୍ତନ, ଏମିତି କହିଲା IRCTC
ଟ୍ରେନରେ ଯାତ୍ରା ପାଇଁ ତତ୍କାଳ ଓ ପ୍ରିମିୟମ ତତ୍କାଳ ଟିକେଟ ସମୟର ହୋଇଛି କି ପରିବର୍ତ୍ତନ ? କାହିଁକିନା ଏପରି ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି ।
ଏହାକୁ ନେଇ ଆଇଆରସିଟିସି (Indian Railway Catering and Tourism Corporation) ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ଟିକେଟ ବୁକିଂ ସମୟରେ କୌଣସି ପରିବର୍ତ୍ତନ ହୋଇନଥିବା କଥା ଏକ୍ସରେ କହିଛି IRCTC ।
ତତ୍କାଳ ଟିକେଟ୍ ବୁକିଂର ନିୟମ କଣ ?
ଟ୍ରେନ ଯାତ୍ରାର ଗୋଟିଏ ଦିନ ପୂର୍ବରୁ ତତ୍କାଳ ଓ ପ୍ରିମିୟମ ତତ୍କାଳ ଟିକେଟ ବୁକିଂ କରାଯିବା ନିୟମ ରହିଥି । ସକାଳ ୧୦ଟାରେ ଏସି କ୍ଲାସ (୨A/୩A/CC/EC/୩E) ଏବଂ ସ୍ଲିପର କୋଚପାଇଁ ଦିନ ୧୧ଟାରୁ ବୁକିଂ ଆରମ୍ଭ ହୁଏ । ଉଦାହରଣ ସ୍ୱରୂପ, ଯଦି ଟ୍ରେନଟି ୧୫ ଏପ୍ରିଲରେ ଷ୍ଟେସନରୁ ଛାଡିବାର ଅଛି ତେବେ ଏସି କ୍ଲାସ ପାଇଁ ତତ୍କାଳ ବୁକିଂ ୧୪ ଏପ୍ରିଲରୁ ସକାଳ ୧୦ ଟାରୁ ଆରମ୍ଭ ହେବ।

ନନ୍ ଏସି ବର୍ଗ ପାଇଁ ସକାଳ ୧୧ ଟାରୁ ଆରମ୍ଭ ହେବ। ଭାରତୀୟ ରେଳ ଦେଶର ସର୍ବବୃହତ ପରିବହନ ବ୍ୟବସ୍ଥା। ପ୍ରତିଦିନ କୋଟି କୋଟି ଯାତ୍ରୀ ଏଥିରେ ଉପକୃତ ହୁଅନ୍ତି । ଅନେକ ସମୟରେ ଟିକେଟକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସୋନ୍ତୋଷ ଦେଖିବାକୁ ମିଳେ । ଏହାର ସମାଧାନ ସ୍ୱରୂପ ରେଳବାଇ ଶେଷ ମୁହୂର୍ତ୍ତରେ ଯାତ୍ରା କରିବାକୁ ପଡ଼ୁଥିବା ଯାତ୍ରୀମାନଙ୍କ ପାଇଁ ତତ୍କାଳ ଏବଂ ପ୍ରିମିୟମ୍ ତତ୍କାଳ ଭଳି ବୁକିଂ ସେବା ପ୍ରଚଳନ କରିଥିଲା।












Click it and Unblock the Notifications