ସାବଧାନ!ଏହି ସମୟରେ ଆପଣ ଖାଉଛନ୍ତି କି ଫଳ? ହୋଇପାରେ.....

ଋତୁ ଅନୁଯାୟୀ ଫଳ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଭଲ ବୋଲି ଡାକ୍ତରମାନେ କହିଥାଆନ୍ତି। ଏମିତିକି ସକାଳୁ ଫଳ ଖାଇଲେ ଶରୀର ସୁସ୍ଥ ରହିଥାଏ ବୋଲି କୁହାଯାଏ। କାରଣ ଫଳରେ ଥିବା ଭିଟାମିନ୍ସ, ମିନେରାଲ୍ସ, ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ସୁସ୍ଥ ରଖିବାରେ ବେଶ୍‌ ସହାୟକ ହୋଇଥାଏ। ହେଲେ କେଉଁ ସମୟରେ ଫଳ ଖାଇବା ଉଚିତ୍‌ ନୁହେଁ ତାହା ମଧ୍ୟ ଜାଣି ରଖିବା ଜରୁରୀ। ବିଶେଷଜ୍ଞଙ୍କ ମତରେ...
-ରାତିରେ ଶୋଇବା ପୂର୍ବରୁ ଫଳ ଖାଇବା କ୍ଷତିକାରକ। କାରଣ ରାତିରେ ଫଳ ଖାଇଲେ ଶରୀରରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ। ଫଳରେ ନିଦ ଠିକ୍‌ ଭାବେ ହୋଇ ନ ଥାଏ।

-ଭୋଜନର ୩୦ ମିନିଟ୍‌ ପୂର୍ବରୁ ବା ୩୦ ମିନିଟ୍‌ ପରେ ଫଳ ଖାଇବା ଭଲ। ନଚେତ୍‌ ଏହା ଖାଦ୍ୟ ହଜମ କରିବାରେ ବାଧା ସୃଷ୍ଟି କରିଥାଏ। ଏଥିଯୋଗୁ ଶରୀରକୁ ଆବଶ୍ୟକ ପରିମାଣର ପୋଷକ ତତ୍ତ୍ୱ ମିଳି ନ ଥାଏ। ବିଶେଷ ଭାବେ ଡାଇବେଟିସରେ ପୀଡିତ ବ୍ୟକ୍ତି ଅତିକମ୍‌ରେ ଖାଇବାର ୧ଘଣ୍ଟା ପୂର୍ବରୁ ବା ଖାଇବାର ୨ ଘଣ୍ଟା ପରେ ଫଳ ଖାଇବା ଭଲ।

Best time to eat fruits
-କୌଣସି ଖାଦ୍ୟ ସହ ଏକାଠି ଫଳ ଖାଇବା ଅନୁଚିତ୍‌। କାରଣ ସବୁ ଫଳରେ ପ୍ରଚୁର ପରିମାଣରେ ଫାଇବର ଥିବାରୁ ଏହା ହଜମ ହେବାକୁ ସମୟ ଲାଗିଥାଏ। ତେଣୁ ଫଳ ସହ କୌଣସି ଖାଦ୍ୟ ଖାଇଲେ ଏହା ଖାଦ୍ୟକୁ ଠିକ୍‌ ଭାବେ ହଜମ କରିବାକୁ ଦେଇ ନ ଥାଏ। ଫଳରେ ପାକସ୍ଥଳୀରେ ଖାଦ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ପଡି ରହିଥାଏ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+