ଉଜ୍ଜ୍ୱଳ ତ୍ୱଚା ପାଇଁ ପ୍ରାକୃତିକ ତେଲ କେତେ ଉପକାରୀ, ଜାଣନ୍ତୁ...
ତ୍ବଚା ସାଙ୍ଗକୁ କେଶର ଉଜ୍ଜ୍ଵଳତା ବୃଦ୍ଧି ପାଇଁ ମହିଳାମାନେ ବିଭିନ୍ନ ପ୍ରକାର ଉପାୟ ଆପଣାନ୍ତି । କିଏ ପାର୍ଲର୍ ପିଛା ପଇସା ଗଣନ୍ତି ତ ଆଉ କିଏ ଦାମୀ ଉତ୍ପାଦ ପିଛା । କିନ୍ତୁ ହାତ ପାହାନ୍ତାରେ ଥିବା ପ୍ରାକୃତିକ ଉପାୟ । କେବେ ଚିନ୍ତା କରିଛନ୍ତି । ଏମିତି କିଛି ପ୍ରାକୃତିକ ତୈଳ ଅଛି, ଯାହା ଆପଣଙ୍କ ତ୍ୱଚାର ଉଜ୍ଜ୍ବଳତା ବଜାୟ ରଖୁବା ସହ କେଶକୁ ବି ସୁନ୍ଦର କରିଥାଏ। ପ୍ରାକୃତିକ ତେଲରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର୍ ଥାଏ। ଏହା ତ୍ୱଚା ଏବଂ କେଶରେ ପ୍ରାକୃତିକ ଉଜ୍ଜ୍ଵଳତା ଭରିଥାଏ ।
ସର୍ବଦା ଶୁଦ୍ଧ ତେଲର ବ୍ୟବହାର କରିବା ଉଚିତ୍ । କୌଣସି କୃତ୍ରିମ ତେଲର ଉପଯୋଗ କରୁଥିଲେ କିଛି ବୁନ୍ଦା ପ୍ରାକୃତିକ ତେଲ ପକାଇଲେ ବେଶ୍ ଫାଇଦା ମିଳିବ। ଆର୍ଗନ୍ ଅଏଲ : ଆର୍ଗନ୍ ତେଲରେ ଭିଟାମିନ୍-ଇ, ମିନରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର୍ ଥାଏ। ଏହି ତେଲକୁ ବ୍ୟବହାର କଲେ ତ୍ବଚାର ବ୍ରଣ ଦାଗ, କଳାଦାଗ, ଷ୍ଟ୍ରେଚ୍ ମାର୍କ ଏବଂ କେଶର ଶୁଷ୍କତା ଦୂର ହୋଇଥାଏ। କଶ୍ମୀର ଲାଭେଣ୍ଡର : ଏହି ତେଲର ବାସ୍ନା ବହୁତ ଭଲ । ଏଥିରେ ଆଣ୍ଟିଫଙ୍ଗଲ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଭରପୂର୍ ଥାଏ ।

ଚେହେରାର ଏହାର ପ୍ରୟୋଗ ପୂର୍ବରୁ ଏଥିରେ କିଛି ସିରମ୍, ଫେସ୍ ଅଏଲ୍ ଏବଂ କ୍ରିମ୍ ମିଶାଇବାକୁ ପଡ଼ିଥାଏ। ଏହାର ବ୍ୟବହାର ଦ୍ଵାରା ତ୍ୱଚାର ଉଜ୍ଜ୍ଵଳତା ବୃଦ୍ଧି ପାଇବା ସହ ଦାଗ, ବ୍ରଣ ଏବଂ ଶୁଷ୍କତା ଦୂର ହୋଇଥାଏ। ଏହି ତେଲ ବ୍ୟବହାରର ଆଉ ଏକ ଲାଭ ହେଉଛି, ନିଦ୍ରାହୀନତା ସମସ୍ୟା ଥିଲେ ତାହା ମଧ୍ୟ ଦୂର ହୋଇଥାଏ। ଡାଳିମ୍ବ ତେଲ : ଡାଳିମ୍ବ ତେଲ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ପ୍ରକ୍ରିୟା ଠିକ୍ ରଖିବାରେ ସାହାଯ୍ୟ କରେ। ଏହାଦ୍ୱାରା ଶୁଷ୍କ କେଶରେ ଚମକ୍ ଫେରିଆସିବା ସହ ଦୁଇ ମୁହାଁ କେଶ ସମସ୍ୟା ଦୂର ହୋଇଥାଏ ।
ଏହି ତେଲକୁ ଆଙ୍ଗୁଳି ଟିପରେ ନେଇ ହାଲ୍କା ମାଲିସ୍ କରିବାକୁ ପଡ଼େ। ଚେହେରା ଏବଂ ବେକରେ ମଧ୍ୟ ଏହାକୁ ମାଲିସ୍ କଲେ ଆରାମ୍ ମିଳିଥାଏ। ତେଲକୁ ତ୍ବଚା ପରିଷ୍କାର ନିମନ୍ତେ ବି ବ୍ୟବହାର କରିପାରିବେ। ଚମେଲି / ଗୋଲାପ ତେଲ: ଚମେଲି ଗୋଲାପର ମିଶ୍ରଣରେ ତିଆରି ତେଲ ତ୍ବଚା ସମ୍ବନ୍ଧୀୟ ସମସ୍ୟାକୁ ଖୁବ୍ ଶୀଘ୍ର ଦୂର କରିଥାଏ । ଏହା ଦାଗ ଦୂର କରିବା ସହ ତ୍ବଚାରେ ଉଜ୍ଜ୍ଵଳତା ବୃଦ୍ଧି କରିଥାଏ।












Click it and Unblock the Notifications