ଓଜନ କମିବା ପାଇଁ ବେସନ: ଆପଣଙ୍କ ଡାଏଟ୍ ପ୍ଲାନରେ କରନ୍ତୁ ସାମିଲ୍
ବେସନକୁ ସ୍ୱାସ୍ଥ୍ୟର ଏକ ଭଣ୍ଡାର ବୋଲି କୁହାଯାଏ । ଏହା ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ । ଏଥିରେ ଥିବା ଗୁଣ ଆମ ତ୍ବଚା ସମେତ ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିଥାଏ । ବଡ଼ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ ବେସନରେ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଭଲ ପାଇଥାଆନ୍ତି । ଖାସ୍ କରି ତ୍ବଚା ପାଇଁ ବେସନ ବେଷ୍ଟ ବୋଲି ପ୍ରମାଣିତ ହୋଇଆସୁଛି । ଯାହା ଆପଣଙ୍କୁ ଏକ ଚମକଦାର ତ୍ବଚା ପ୍ରଦାନ କରିବ ।
ବିଶେଷ କରି ବେସନରେ ପ୍ରସ୍ତୁତ ଖାଦ୍ୟ ଗୁଜୁରାଟୀମାନଙ୍କର ଖୁବ୍ ପ୍ରିୟ ହୋଇଥାଏ । ଢୋକଲା ଗୁଜରାଟର ପ୍ରସିଦ୍ଧ ଖାଦ୍ୟ । ଏହା ସ୍ବାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଢୋକଲା ଖାଇବା ଦ୍ୱାରା ଆପଣଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ସବୁଠାରୁ ଖାସ୍ କଥା ହେଉଛି ଯେ, ଢୋକଲାରେ ତେଲର ବ୍ୟବହାର ହୋଇନଥାଏ । ଏଥିପାଇଁ ଢୋକଲା ଓଜନ ନିୟନ୍ତ୍ରଣ ପାଇଁ ଲାଭକାରୀ ହୋଇଥାଏ । ସେହିପରି ଭାବେ ବେସନରେ ଅନେକ ଡିସ୍ ପ୍ରସ୍ତୁତ କରାଯାଇଥାଏ । ତେବେ ଆସନ୍ତୁ ବେସନର ଲାଭକାରୀ ଗୁଣ ସମ୍ପର୍କରେ ଜାଣିବା ।

ବେସନରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି । ଏଥିସହ ବେସନରେ ପ୍ରୋଟିନର ମାତ୍ରା ଅଧିକ ରହିଥାଏ । ଯାହା ଭେଜିଟେରିଆନ୍ସମାନଙ୍କୁ ଆବଶ୍ୟକ ଅନୁଯାୟୀ ପ୍ରୋଟିନ ଯୋଗାଇଥାଏ । ଯଦି ଆପଣ ଓଜନ କମାଇବା ପାଇଁ ଚାହିଁଥାନ୍ତି ତେବେ ବେସନକୁ ଆପଣଙ୍କ ଖାଇବା ଲିଷ୍ଟରେ ଆଡ୍ କରିପାରିବେ ।
ଶୀତଋତୁରେ ସାଧାରଣତଃ ଆମର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ କରି ଦେଇଥାଏ । ସେଥିପାଇଁ ଗହମ ଅଟା ତୁଳନାରେ ବେସନ ରୁଟି ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ବେସନରେ କ୍ୟାଲୋରୀ ଏବଂ ଫ୍ୟାଟର ମାତ୍ରା କମ ରହିଥାଏ ଏବଂ ଫାଇବରର ମାତ୍ରା ଅଧିକ ରହିଥାଏ । ତେଣୁ ଏହାକୁ ଡାଏଟ୍ରେ ସାମିଲ କରିବା ଦ୍ୱାରା ଭୋକ ନିୟନ୍ତ୍ରଣରେ କରିଥାଏ । ତେବେ ନିଜର ଓଜନକୁ କଣ୍ଟ୍ରୋଲରେ ରଖିବାକୁ ଚାହୁଁଥିଲେ ବେସନରେ ପ୍ରସ୍ତୁତ ଖାଦ୍ୟ ଆପଣଙ୍କ ଡାଏଟ୍ ରେ ସାମିଲ କରନ୍ତୁ ।
ଏହା ସହିତ ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ବେସନ ବେଷ୍ଟ ହୋଇଥାଏ । ଯାହା ଖାଇବା ଦ୍ବାରା ଡାଇବେଟସ ହେବାର ଆଶଙ୍କାକୁ ହ୍ରାସ କରିଥାଏ । ଏହା ଏକ ଗ୍ଲୁଟେନ୍ ମୁକ୍ତ ଖାଦ୍ୟ । ଯାହାର ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ଥାଏ । ତେଣୁ ଅଧିକାଂଶ ସମୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଡାଇବେଟିସ ରୋଗୀଙ୍କୁ ବେସନ ପ୍ରସ୍ତୁତି ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାଆନ୍ତି ।
ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ୍, ଖଣିଜ ପଦାର୍ଥ ଏବଂ ଫାଇବର ଥାଏ, ଯାହା ହୃଦୟର ସ୍ୱାସ୍ଥ୍ୟକୁ ବଢ଼ାଏ । ଯାହା ଫଳରେ ହାର୍ଟ ଜନିତ ସମସ୍ୟାର ଆଶଙ୍କା ହ୍ରାସ ପାଇଥାଏ । ଏଥିରେ ଥିବା ପୋଟାସିୟମ୍ ରକ୍ତଚାପ ମଧ୍ୟ କମ୍ କରିଥାଏ । ଏହା ବ୍ୟତୀତ ଏଥିରେ ଫାଇବର ପ୍ରଚୁର ମାତ୍ରାରେ ଥାଏ । ଯାହା କୋଲେଷ୍ଟ୍ରୋଲକୁ ହ୍ରାସ କରିବାରେ ପ୍ରଭାବଶାଳୀ ।
ଏତିକି ନୁହେଁ ବରଂ ତ୍ବଚା ସମସ୍ୟା ପାଇଁ ଫଳପ୍ରଦ ହେଉଛି ବେସନ । ବେସନ ଫେସ୍ ପ୍ୟାକ୍ ଲଗାଇବା ଦ୍ୱାରା ତ୍ବଚା ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ । ଏହାକୁ ବ୍ୟବହାର କରିବା ଦ୍ବାରା ମୁହଁରୁ ବ୍ରଣ ଦୂର କରିବା ସହ ଏକ ଗ୍ଲୋଇଂ ସ୍କିନ୍ ମଧ୍ୟ ପ୍ରଦାନ କରିଥାଏ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications