ଅଙ୍ଗୁରକୁ ଏହିଭଳି ବ୍ୟବହାର କରନ୍ତୁ, ତ୍ୱଚା କୋମଳ ହେବା ସହ ମିଳିବ ଏହିସବୁ ଫାଇଦା
ଅଙ୍ଗୁର ଏଭଳି ଏକ ଫଳ, ଯାହା ନା ଶୁଣିବା ମାତ୍ରକେ ପାଟିରୁ ଲାଳ ବାହାରିଆସେ । ଏହାକୁ ଖାଇବା ବେଳେ ଚୋପା ଛଡ଼ାଇବାର କି ମଞ୍ଜି କାଢ଼ିବାର ଟେନସନ୍ ନଥାଏ। କ୍ୟାଲୋରୀ, ଭିଟାମିନ୍ ଏବଂ ମିନରାଲ୍ସରେ ଭରପୂର୍ ଏହି ସାଦିଷ୍ଟ ଫଳ ସାସ୍ଥ୍ୟ ସାଙ୍ଗକୁ ସୌନ୍ଦର୍ଯ୍ୟ ଦିଗରେ ମଧ୍ୟ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାଏ।
ଅଙ୍ଗୁରର ଗୁଣ:
୧ କପ୍ ଅଙ୍ର୍ଗୁରେ ୬୨ କ୍ୟାଲୋରୀ, ୦.୩ ଗ୍ରାମ୍ ଫ୍ୟାଟ୍ , ବଂ ୧୫ ଗ୍ରାମ୍ ସୁଗାର ଥାଏ । ଏହାଦ୍ୱାରା ମଧୁମେହ ରୋଗୀଙ୍କ ଶର୍କରା ମାତ୍ରା ନିୟନ୍ତ୍ରଣରେ ରହେ। ଏହାବ୍ୟତୀତ ୧.୮ ମିଲିଗ୍ରାମ୍ ସୋଡିୟମ୍, ୩ ପ୍ରତିଶତ ଡାଏଟରୀ ଫାଇବ,ର୍ ୫ ପ୍ରତିଶତ ପୋଟାସିୟମ୍, ୫ ପ୍ରତିଶତ କାର୍ବୋହାଇଡ୍ରେଟ୍, ୦.୬ ଗ୍ରାମ୍ ପ୍ରୋଟିନ୍, ୧ ପ୍ରତିଶତ ଭିଟାମିନ୍-ଏ, ୬ ପ୍ରତିଶତ ଭିଟାମିନ୍-ସି, ୧ ପ୍ରତିଶତ କ୍ୟାଲସିୟମ୍, ୧ ପ୍ରତିଶତ ଆଇରନ୍, ୧ ପ୍ରତିଶତ ମ୍ୟାଗ୍ନେସିୟମ୍ ଏବଂ ୫ ପ୍ରତିଶତ ଭିଟାମିନ୍- ବି୬ ରହିଥାଏ। ଏହା ଆପଣଙ୍କ ସାସ୍ଥ୍ୟ ସାଙ୍ଗକୁ ତ୍ୱଚା ବି ଉଜ୍ଜ୍ୱଳ କରିଥାଏ ।

ଉଜ୍ଜ୍ୱଳ ତ୍ୱଚା: ଯଦି ଆପଣ ଚେହେରାରେ ବୟସ ପୂର୍ବରୁ ପଡ଼ିଥିବା କୁଞ୍ଚନକୁ ନେଇ ଚିନ୍ତିତ, ତେବେ ଅଙ୍ଗୁର ଫେସ୍ପ୍ୟାକ୍ ଲଗାଇ ସେଥିରୁ ରକ୍ଷାପାଇ ପାରିବେ । ଏଥିପାଇଁ ଆପଣଙ୍କୁ ଅଙ୍ଗୁର, ଆଭାକାଡୋ, ୨ ଚାମଚ ମହୁ ଏବଂ ଗୋଲାପଜଳ ମିଶାନ୍ତୁ। ଏହାକୁ ଚେହେରାରେ ୧୫ ମିନିଟ୍ ଲଗାଇବା ପରେ ତାଜା ପାଣିରେ ଧୋଇଦିଅନ୍ତୁ । ଏହାଦ୍ୱାରା ତ୍ୱଚା କୁଞ୍ଚନ ସମସ୍ୟା ତ ଦୂର ହେବ, ତା' ସାଙ୍ଗକୁ ତ୍ୱଚା କୋମଳ ଏବଂ ନମନୀୟ ରହିବ ।
ସନ୍ବର୍ଣରୁ ସୁରକ୍ଷା: ଖରାଦିନେ ସବର୍ଣ୍ଣ ସମସ୍ୟା ସାଧାରଣ। ଏମିତିରେ ଅଙ୍ଗୁର ନା କେବଳ ସନ୍ଦର୍ଶକୁ ଠିକ୍ କରିବ ବରଂ ଏହାଦ୍ୱାରା ତ୍ୱଚାକୁ ପହଞ୍ଚୁଥୁବା କ୍ଷତିକୁ ବି ଦୂରେଇ ରଖୁବ। ଏଥିପାଇଁ ଡାଏଟ୍ରେ ଏହାକୁ ପ୍ରତିଦିନ ସାମିଲ କରନ୍ତୁ। ଚାହିଁଲେ ଅଙ୍ଗୁର ରସକୁ ସନ୍ବର୍ଣ ହୋଇଥିବା ସ୍ଥାନରେ ମାଲିସ୍ କରିପାରିବେ ।
ସାବନାପଣ ଦୂର: ଅଙ୍ଗୁର ରସ ପିଇବା ଦ୍ୱାରା ରକ୍ତ ପରିଷ୍କାର ହେବା ସହ ରକ୍ତ ସଞ୍ଚାଳନ ଉତ୍ତମ ହୋଇଥାଏ। ଏଥିରେ ଆଇରନ୍ ଭରପୂର୍ ମାତ୍ରାରେ ଥାଏ ଓ ଏହା ରକ୍ତାଭାବ ପୂରଣ କରିବା ସହ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି କରିଥାଏ। କେବଳ ସେତିକି ନୁହେଁ ; ପ୍ରତିଦିନ ଏହାର ସେବନ ଦ୍ୱାରା ଆଣ୍ଟି-ଏଜିଙ୍ଗ୍ ସମସ୍ୟା ମଧ୍ୟ କ୍ସ୍ ଦୂର ହୋଇଥାଏ ।
ମଜଭୁତ୍ ଘନ କେଶ: ଅଙ୍ଗୁର ବୀଜରୁ ତିଆରି ତେଲ କେଶକୁ ପୋଷଣ ଦେବା ସହ ମଜଭୁତ୍ ଏବଂ ଘନ କରିଥାଏ। ଏହି ତେଲରେ କିଛି ବୁନ୍ଦା ଲେମ୍ବୁ ରସ ମିଶାଇ କେଶ ମୂଳରେ ମାଲିସ୍ କରନ୍ତୁ । କିଛି ସମୟ ପରେ ଶାମ୍ବ କରନ୍ତୁ । ନିୟମିତ ରୂପେ ଏହାର ବ୍ୟବହାର ନା କବେଳ କେଶ ମଜଭୁତ୍ କରେ ବରଂ କେଶଝଡ଼ା ଏବଂ ରୂପି ସମସ୍ୟା ଦୂର କରିଥାଏ ।












Click it and Unblock the Notifications