ଉପକରୀ ଫଳ ପିଜୁଳି: କର୍କଟ, ଅର୍ଶ ପରି ରୋଗରୁ ଦିଏ ମୁକ୍ତି

ଉପକରୀ ଫଳ ପିଜୁଳି: କର୍କଟ, ଅର୍ଶ ପରି ରୋଗରୁ ଦିଏ ମୁକ୍ତି

ଭୁବନେଶ୍ୱର: ଆଜିର ବ୍ୟସ୍ତବହୁଳ ଜୀବନରେ ନିଜକୁ ଫିଟ୍ ରଖିବା କୌଣସି ଚ୍ୟାଲେଞ୍ଜଠାରୁ କମ୍ ନୁହେଁ । ସାଧାରଣତଃ ଶୀତଦିନରେ ସମସ୍ୟା ବଢିଯାଇଥାଏ । ଶୀତଦିନେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ ଯେଉଁଥିପାଇଁ ଭାଇରାଲ୍, ସଂକ୍ରମଣ ଜନିତ ରୋଗ ହେବାର ଆଶଙ୍କା ବଢିଯାଇଥାଏ । ଥଣ୍ଡା ପାଗରେ ନିଜକୁ ଫିଟ୍ ରଖିବା ପାଇଁ ଏବଂ instant energy ପାଇବା ପାଇଁ ଆପଣ ପିଜୁଳି ଖାଇପାରିବେ । କାରଣ ଏଥିରେ ପ୍ରଚୁର ପରିମାଣରେ କାର୍ବୋହାଇଟ୍ରେଟ୍ ଓ ସୁଗର ଥାଏ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭବାନ ହୋଇଥାଏ । ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ପିଜୁଳି ଖାଇପାରିବେ ।

.ଥଣ୍ଡା ପାଗରେ ବା ଶୀତ ଦିନରେ ଥଣ୍ଡା, କାଶ ଏବଂ ଜ୍ୱର ହେବା ସାଧାରଣ କଥା । ପିଜୁଳି ଏବଂ ଏହାର ପତ୍ରରେ ପ୍ରଚୁର ପରିମାଣରେ ଭିଟାମିନ୍ ଏବଂ ଆଇରନ ଥାଏ ।ଯାହା ଥଣ୍ଡା ଏବଂ କାଶରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ । ଏଥିରୁ ମିଳୁଥିବା ଭିଟାମିନ୍ ସି ମଧ୍ୟ ଦୃଷ୍ଟି ଶକ୍ତି ବୃଦ୍ଧି କରେ ।

.କୋଷ୍ଠକାଠିନ୍ୟରୁ ମୁକ୍ତି ପାଇଁ ପିଜୁଳି ବହୁତ ପ୍ରଭାବଶାଳୀ । ଆଜିକାଲିର ଭୁଲ ଖାଦ୍ୟ ଏବଂ ଜୀବନଶ ଶୈଳୀ ଲୋକଙ୍କ କୋଷ୍ଠକାଠିନ୍ୟ ସମସ୍ୟାକୁ ବୃଦ୍ଧି କରିଥାଏ । କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଗୋଟିଏ ପିଜୁଳି ଖାଇବା ଉଚିତ୍ । ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ମଜବୁତ କରିଥାଏ । ଏପରିକି ପିଜୁଳି ଖାଇବା ଦ୍ୱାରା ଗ୍ୟାସ୍ ଏବଂ ଏସିଡିଟିରୁ ମଧ୍ୟ ମୁକ୍ତି ମିଳିଥାଏ ।

ଉପକରୀ ଫଳ ପିଜୁଳି

.ଓଜନ ହ୍ରାସ କରିବାରେ ସହାୟତା ହୋଇଥାଏ । ଅନ୍ୟ ଫଳଗୁଡ଼ିକ ତୁଳନାରେ ପିଜୁଳିକୁ ସଠିକ ସମୟରେ ଖାଇବା ଦ୍ୱାରା ଓଜନ ମଧ୍ୟ କମିଥାଏ । ଡାଏଟାରୀ ଫାଇବର ଏଥିରେ ପ୍ରଚୁର ପରିମାଣରେ ଥାଏ, ଯେଉଁଥି ପାଇଁ ଆପଣଙ୍କୁ ବାରମ୍ବାର ଭୋକ ଲାଗିନଥାଏ ।

.ପିଜୁଳି ପୋଷକ ତତ୍ତ୍ୱରେ ଭରପୁର । ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ୍, କାର୍ବୋହାଇଡ୍ରେଟ୍, ଡାଏଟାରୀ ଫାଇବର ଏବଂ ପ୍ରୋଟିନ୍ ଥାଏ । ଏହା ସହିତ ଭିଟାମିନ୍ ସି, କ୍ୟାଲସିୟମ, ଆଇରନ୍, ଏବଂ ମ୍ୟାଗ୍ନେସିୟମ୍ ମଧ୍ୟ ଥାଏ । ଏହା ଶରରୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

.ପିଜୁଳିର ପତ୍ରରେ କର୍କଟ ବିରୋଧୀ ଗୁଣ ରହିଛି ଯାହା କର୍କଟ ରୋଗରୁ ରକ୍ଷା କରିଥାଏ । ଅନେକ ଗବେଷଣାରୁ ଏହା ଜଣାପଡିଛି ଯେ ପିଜୁଳି ପତ୍ର ତେଲରେ ଆଣ୍ଟି- ପ୍ରୋଲିଫରେଟିଭ୍ ପଦାର୍ଥ ଥାଏ ଯାହା କର୍କଟ ବିସ୍ତାରକୁ ରୋକିବାରେ ସହାୟକ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+