Health tips: ଖାଆନ୍ତୁ ମିଶ୍ରି, ମିଳିବ ଏହିସବୁ ଫାଇଦା
ମିଶ୍ରିର ଅନେକ ଔଷଧିୟ ଗୁଣ ରହିଛି। ଏହା ଶର୍କରା ଜାତୀୟ ହୋଇଥିଲେ ମଧ୍ୟ ଅନେକ ରୋଗରୁ ମୁକ୍ତି ଦେଇଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ମିଶ୍ରି ଖାଇଲେ ଶାରୀରିକ ଦୁର୍ବଳତା ହ୍ରାସ ପାଇ ଯୌବନ ପ୍ରାପ୍ତ ହୋଇଥାଏ। ଏହା ମୁଖ ଦୁର୍ଗନ୍ଧ ଦୂର କରେ। ମାଉଥ ଫ୍ରେସର ଭାବେ ମିଶ୍ରି ବେଶ୍ ଉପଯୋଗୀ।

କେବଳ ଏତିକି ନୁହେଁ ମିଶ୍ରି ଯୋଗୁ ମସ୍ତିଷ୍କର ଶକ୍ତି ବୃଦ୍ଧି ହୋଇଥାଏ। ମିଶ୍ରି ରକ୍ତଚାପ ନିୟନ୍ତ୍ରଣ କରିଥାଏ। ମିଶ୍ରିରେ ଅନେକ ଖଣିଜ ପଦାର୍ଥ ଭରି ରହିଛି । ଫଳରେ ପିଲାମାନଙ୍କୁ ମିଶ୍ରି ଦେଲେ ସେମାନଙ୍କ ଶାରୀରିକ ବିକାଶ ସହ ମସ୍ତିଷ୍କ ମଧ୍ୟ ପ୍ରଖର ହୋଇଥାଏ। ମିଶ୍ରି ତ୍ୱଚାରେ ଉଜ୍ଜ୍ୱଳତା ଭରିଦିଏ। ଚିନି ବଦଳରେ ଚା'ରେ ମିଶ୍ରି ବ୍ୟବହାର କଲେ ଏହା ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ହୋଇଥାଏ।












Click it and Unblock the Notifications