Get Updates
Get notified of breaking news, exclusive insights, and must-see stories!

ଗାଜରରେ ଭରି ରହିଛି ଔଷଧୀୟ ଗୁଣ, ଗୋଟିଏ ଗ୍ଲାସ୍ ଗାଜର ରସ....

ଏକଥା ଆମେ ସମସ୍ତେ ଜାଣୁ ଯେ ପ୍ରତ୍ୟେକ ପରିବାରେ କିଛି ନା କିଛି ଭିଟାମିନ୍ ଥାଏ । କିଛି କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ପରିବା ଖାଇବାକୁ ପସନ୍ଦ କରିନଥାନ୍ତି । ଯେମିତିକି ଗାଜର । ଅନେକ ଲୋକ ଗାଜର ନାଁ ଶୁଣିଲେ ନାକ ଟେକିଥାନ୍ତି । ତେବେ ଯେଉଁମାନେ ଗାଜର ଖାଇବାକୁ ପସନ୍ଦ କରନ୍ତି ନାହିଁ ସେମାନେ ଏକଥା ଜାଣିବା ଜରୁରୀ ଯେ ଏଥିରେ କେଉଁ ଗୁଣ ରହିଥାଏ । ଗୋଟିଏ ଗ୍ଲାସ୍ ଗାଜର ରସ ପୂର୍ଣ୍ଣ ଭୋଜନ ସହ ସମାନ । ଏହାକୁ ପିଇବା ଦ୍ବାରା ଶରୀରରେ ରକ୍ତର ପରିମାଣ ଅଧିକ ହୋଇଥାଏ । ଗାଜର ରସରେ ଭିଟାମିନ୍ ଏ, ବି, ସି,ଡି ଇ, ଜି ଏବଂ କେ ଥାଏ । ଗାଜର ରସ ପିଇବା କିମ୍ବା କଂଚା ଗାଜର ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ ।

ଏବେ ନଜର ପକାନ୍ତୁ ଗାଜରର ଔଷଧୀୟ ଗୁଣ ଉପରେ :

- ବୟସ ବଢିବା ସହ ଶରୀର ଦୁର୍ବଳ ହୋଇଯାଏ । ଏହି ଦୁର୍ବଳତାରୁ ରକ୍ଷା ଗାଜର କରିଥାଏ । ଗାଜର ରସ ବା ଜୁସ ନିୟମିତ ପିଇଲେ ଶରୀରରେ ରକ୍ତର ପରିମାଣ ବଢିଥାଏ ।

- ଗାଜର ରସ ପିଇବା ଦ୍ବାରା ପାଚନ ତନ୍ତ୍ର ମଜଭୂତ ହୋଇଥାଏ । କ୍ୟାନ୍ସରକୁ ନିୟନ୍ତ୍ରଣ କରିଥାଏ ଗାଜର ।

Carrots

- କଂଚା ଗାଜର ଖାଇବା ଶରୀର ପାଇଁ ବେଶ୍ ଲାଭଦାୟକ । ଗାଜର ପତ୍ରରେ ଗାଜର ଠାରୁ ଅଧିକ ଆଇରନ୍ ଥାଏ ।

- ଯଦି କେହି ଲମ୍ବା ରୋଗରୁ ଭଲ ହୋଇଥାଏ ଅର୍ଥାତ୍ ତା ଶରୀରରେ ଅନେକ ପ୍ରକାର ଭିଟାମିନର ଅଭାବ ହୋଇଥାଏ । ଆଉ ଏହି ଅଭାବକୁ ପୁରା କରିବା ପାଇଁ ବେଶ୍ ପ୍ରଭାବଶାଳୀ ଗାଜର ରସ ।

- ଗାଜର ବିଭିନ୍ନ ରଙ୍ଗର ଥାଏ । ତେବେ ସମସ୍ତ ପ୍ରକାର ଗାଜରରେ ସମାନ ଔଷଧୀୟ ଗୁଣ ଥାଏ । କଳା ଗାଜରରେ ଆଇରନ୍ ଅଧିକ ଥାଏ । ଯାହା ଶରୀର ପାଇଁ ଖୁବ୍ ଲାଭଦାୟକ । ପତଳା ଏବଂ ଛୋଟ ଗାଜର ସ୍ବାଦିଷ୍ଟ, ପୌଷ୍ଟିକ ଏବଂ ଭିଟାମିନରେ ଭରପୁର ।

- ଗାଜର, ପିଆଜ ଏବଂ ଧନିଆ ପତ୍ରର ସାଲାଡ ପ୍ରତିଦିନ ଖାଇଲେ କେଶ ଝଡିବା ବନ୍ଦ ହୋଇଥାଏ । ଏହି ସାଲାଡରେ ଫସଫରସ୍ ଅଧିକ ଥାଏ । ଯାହା କେଶ ମୂଳକୁ ମଜଭୂତ କରିଥାଏ ।

- ଗୋଟିଏ ଗ୍ଲାସ୍ କ୍ଷୀର ଏବଂ ଗୋଟିଏ ଗ୍ଲାସ୍ ଗାଜର ରସକୁ ଫୁଟାନ୍ତୁ । ଏହି ରସ ଫୁଟି ଅଧା ହୋଇଗଲା ପରେ ଥଣ୍ଡା କରି ପିଅନ୍ତୁ । ପ୍ରତିଦିନ ଏହାକୁ ପିଇଲେ ଗର୍ଭପାତ ହୋଇନଥାଏ । ଯେଉଁମାନଙ୍କର ବାରମ୍ବାର ଗର୍ଭପାତ ହେଉଛି ସେମାନେ ପ୍ରତିଦିନ ଏହି ଜୁସ୍ ପିଇବା ଉଚିତ୍ ।

- ଲଗାତାର ୧୫ - ୨୦ ଦିନ ଯାଏଁ ଗାଜର ଖାଇଲେ ଚର୍ମରୋଗ ହୋଇନଥାଏ । କୁଣ୍ଡିଆ ପାଇଁ ଖୁବ୍ ଲାଭଦାୟକ ଗାଜର ରସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+