For Quick Alerts
Turn On Notification  
For Daily Alerts
Oneindia App Download

ଆସନ୍ତୁ ଜାଣିବା: ବ୍ରାହ୍ମ ମୁହୂର୍ତ୍ତର ଉପକାରିତା

By Staff
|

ରାତ୍ରୀର ଅନ୍ତିମ ମୂହୂର୍ତକୁ ବ୍ରାହ୍ମ ମୂହୁର୍ତ୍ତ କୁହାଯାଏ । ଋଷିମୂନୀମାନେ କହିଛନ୍ତି ଯେ, ଏହି ମୂହୁର୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ବ୍ରାହ୍ମର ଅର୍ଥ ପରମାତ୍ମା ଏବଂ ମୂହୁର୍ତ୍ତର ଅର୍ଥ ହେଲା ସମୟ ବା ଅମୃତ ବେଳା । ଯାହା ଦ୍ୱାରା ଏହି ସମୟର ମହତ୍ୱ ପ୍ରତିପାଦିତ ହୋଇଥାଏ, ତାହା ଶ୍ରେଷ୍ଠ ଅଟେ । ବ୍ରାହ୍ମ ମୂହୁର୍ତ୍ତରେ ପ୍ରକୃତି ହସି ଉଠେ, ପଦ୍ମ ଫୁଟିଯାଇଥାଏ, ପକ୍ଷୀଙ୍କ କଳରବ ପରିବେଶକୁ କରିଦିଏ ଅତ୍ୟନ୍ତ ମନୋହର ।

brahm muhurta

ନିଦ୍ରାର ତ୍ୟାଗ ପାଇଁ ଏହି ସମୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ ଜଣାଇଛନ୍ତି । ବ୍ରାହ୍ମ ମୂହୁର୍ତ୍ତରେ ନିଦ୍ରା ପରିତ୍ୟାଗ କଲେ ସୌନ୍ଦର୍ଯ୍ୟ, ବିଦ୍ୟା, ବୁଦ୍ଧି ଏବଂ ଉତମ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ । ଧାର୍ମିକ ବୈଜ୍ଞାନିକମାନେ ଏହି ସିଦ୍ଧାନ୍ତରେ ପହଁଚିଛନ୍ତି ଯେ, ସୂର୍ଯ୍ୟ ଉଦୟର ଚାରି ପ୍ରହର ଅର୍ଥାତ୍ ପ୍ରାୟ ଦେଢ଼ ଘଂଟା ପୂର୍ବରୁ ବ୍ରାହ୍ମ ମୂହୁର୍ତ୍ତରେ ଶଯ୍ୟା ତ୍ୟାଗ କରିବା ବିଧେୟ । ଇଶ୍ୱରଙ୍କୁ ଆରାଧନା କରିବା ପାଇଁ ଏହା ସର୍ବଶ୍ରେÂ ସମୟ ବୋଲି କୁହାଯାଏ । ବ୍ରାହ୍ମ ମୂହୁର୍ତ୍ତ ଅତ୍ୟନ୍ତ ଶାନ୍ତ ଏବଂ ସୌନ୍ଦର୍ଯ୍ୟମୟ ହୋଇଥାଏ । ଏହା ଲକ୍ଷ୍ମୀ, ବୃଦ୍ଧି, ସ୍ୱାସ୍ଥ୍ୟ ଏବଂ ପ୍ରାପ୍ତିର ସମୟ ହୋଇଥିବାରୁ ଏହାକୁ ପବିତ୍ର ବେଳା ବୋଲି ମଧ୍ୟ ଅବିହିତ କରାଯାଏ । ଏହି ସମୟରେ ମନ ମଧ୍ୟ ଅନ୍ୟ ସମୟ ତୁଳନାରେ ଅଧିକ ପ୍ରସନ୍ନ ଏବଂ ଶାନ୍ତ ରହିଥାଏ ।

ବ୍ରାହ୍ମ ମୂହୁର୍ତ୍ତରେ କାହିଁକି କାର୍ଯ୍ୟ ଆରମ୍ଭ କରିବା ଆବଶ୍ୟକ?

ପ୍ରାତଃ ସମୟ ତିନିଟାରୁ ପାଂଚଟା ପର୍ଯ୍ୟନ୍ତ ଶରୀରରେ ଜୀବନୀ ଶକ୍ତି ବିଶେଷ ଭାବରେ ଫୁସଫୁସ୍ରେ ରହିଥାଏ । ବ୍ରାହ୍ମ ମୂହୁର୍ତ୍ତରେ ପ୍ରାଣାୟାମ କରିବା ଏବଂ ସମ୍ଭବ ହେଲେ ବାହାରେ ଚାଲିବା ଆବଶ୍ୟକ । ଏହି ସମୟରେ ଦୀର୍ଘ ନିଃଶ୍ୱାସ ପ୍ରଶ୍ୱାସ ଗ୍ରହଣ କରିଲେ ଫୁସଫୁସ୍ର କାର୍ଯ୍ୟ କ୍ଷମତା ବୃଦ୍ଧି ପାଇଥାଏ । ଫୁସ୍ଫୁସ୍କୁ ଶୁଦ୍ଧ ଅମ୍ଳଜାନ ପ୍ରାପ୍ତ ହୋଇଥାଏ । ଏହି ସମୟରେ ପ୍ରାଣାୟମ ଏବଂ ଯୋଗାସନ ଇତ୍ୟାଦି କରିବା ବୈଜ୍ଞାନିକ ସିଦ୍ଧାନ୍ତ ଅଟେ ।
ଶରୀରକୁ ଋଣ ଆୟନ ଅଧିକ ମାତ୍ରାରେ ମିଳିବା ଦ୍ୱାରା ଶରୀର ଉଲ୍ଲାସ ଯୁକ୍ତ ହୋଇଥାଏ । ବ୍ରାହ୍ମ ମୂହୁର୍ତ୍ତରେ ଶଯ୍ୟାତ୍ୟାଗ କରୁଥିବା ଲୋକମାନେ ଅଧିକ ଉତ୍ସାହୀ ପ୍ରକୃତିର ହୋଇଥାନ୍ତି ।

Brahm Muhurta

ଫୁସ୍ ଫୁସ୍ ଅଧିକ କାର୍ଯ୍ୟକ୍ଷମ କରିବାରେ ସହାୟକ

ଆଜି ବିଶ୍ୱରେ କରୋନା ମହାମାରୀ ଯୋଗୁଁ ଯେଉଁ ବିକଟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି ସେଥିରେ ଫୁସଫୁସ୍ ଜନିତ ସଂକ୍ରମଣ ଏବଂ ଏଥି ସହ ଜଡିତ ମରଣାନ୍ତକ ସମସ୍ୟା ଦେଖା ଦେଉଛି । ଫୁସ୍ଫୁସ୍କୁ ଅଧିକ ସୁସ୍ଥ ରଖିବା ପାଇଁ ବ୍ରାହ୍ମ ମୂହୁର୍ତ୍ତରେ ପ୍ରାଣାୟମ କରିବା ଅତ୍ୟନ୍ତ ଉପାଦେୟ କାର୍ଯ୍ୟ ଅଟେ ।
ବ୍ରାହ୍ମ ମୂହୁର୍ତ୍ତ ପରେ ଉଠିଲେ ଦେଖାଦେଇପାରେ ଏହି ସମସ୍ୟା ସେହିପରି ବ୍ରାହ୍ମ ମୂହୁର୍ତ୍ତ ପରେ ଉଠୁଥିବା ବ୍ୟକ୍ତି ବିଭିନ୍ନ ଶାରୀରିକ ସମସ୍ୟା ଦେଇ ଗତି କରିଥାନ୍ତି ।

Lungs
ଶରୀର ପାଇଁ କଣ ରହିଛି ଲାଭ?

ଶରୀର ବିଜ୍ଞାନ ଅନୁସାରେ ବିଳମ୍ବରେ ଶଯ୍ୟା ତ୍ୟାଗ କରିବା ଦ୍ୱାରା ଅନ୍ତନାଳି ତଥା ଶରୀର ଅନ୍ୟାନ୍ୟ ଅଂଶରେ ସମସ୍ୟା ସୃଷ୍ଟି ହୋଇଥାଏ ।
ସକାଳୁ ବିଳମ୍ବରେ ମଳତ୍ୟାଗ କରିବା ଦ୍ୱାରା ଶରୀର ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେବା ସମ୍ଭାବନା ରହିଛି । ବ୍ରାହ୍ମ ମୂହୁର୍ତ୍ତରେ ଜାଗ୍ରତ ହେବା ଫଳରେ ଡାଏବେଟିସ୍ ବା ମଧୁମେହ ରୋଗ, ଅସ୍ଥିରତା ଜନିତ ରୋଗ ଏବଂ ଅକାରଣରେ କ୍ଲାନ୍ତ ଅନୁଭବ କରିବା ଆଦି ରୋଗରୁ ମୁକ୍ତି ମିଳିଥାଏ । କାରଣ ସେ ପତୁ୍ୟଷରୁ ମିଳୁଥିବା ଶୁଦ୍ଧ ଅମ୍ଳଜାନ ପାଇବା ତଥା ଫୁସଫୁସ ଓ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗରେ ସତେଜତା ଅନୁଭବ କରି ତୁଳନାତ୍ମକ ଭାବରେ ସୁସ୍ଥ ଶରୀର ପ୍ରାପ୍ତ କରିଥାଏ । ବ୍ରାହ୍ମ ମୂହୁର୍ତ୍ତ ଉଭୟ ଧାର୍ମିକ ଏବଂ ବୈଜ୍ଞାନିକ ସିଦ୍ଧାନ୍ତ ଅନୁସାରେ ଶ୍ରେଷ୍ଠ ଅଟେ ।

Pranayam Yoga

ଆଜିର ଆଧୁନିକ ଜୀବନ ଶୈଳି ଏବଂ ବିଶେଷ କରି ଆମ ଦେଶରେ ପାଶ୍ଚାତ୍ୟ ଜୀବନ ପଦ୍ଧତି ଅନୁସରଣ କରିବା ଦ୍ୱାରା ପ୍ରକୃତିର ଏହି ସ୍ୱୟଂ ସିଦ୍ଧ ଅମୃତ ବେଳାକୁ ଅଧିକାଂଶ ଲୋକ ହରାଇବାରେ ଲାଗିଛନ୍ତି । ତେଣୁ ଏହି ଉପାଦେୟ ବ୍ରାହ୍ମ ମୂହୁର୍ତ୍ତକୁ ନିଜର ବିକାଶ ପାଇଁ ତଥା ସୁସ୍ଥ ରହିବା ପାଇଁ ଆସନ୍ତୁ ସମସ୍ତେ ଚେଷ୍ଟିତ ହେବା । ବ୍ରାହ୍ମ ମୂହୁର୍ତ୍ତର ଅମୃତ ବେଳାକୁ ଉପାଦେୟ ଭାବରେ ଗ୍ରହଣ କରି ଆଧ୍ୟାତ୍ମିକ ଏବଂ ଶାରୀରିକ ବିକାଶ ପାଇଁ ଉପଯୋଗ କରିବା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Benefits of Brahma Muhurta
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X