ଦୈନିକ ୧୦ ହଜାର ପାଦ ଚାଲିଲେ ଦୂର ହୁଏ ଏହି ରୋଗ, ଜାଣନ୍ତୁ
ପ୍ରତିଦିନ ନିଜର ଖାଦ୍ୟ ଠିକ୍ ଭବେ ଖାଇବା ସହିତ ସୁସ୍ଥ ରହିବା ପାଇଁ ପ୍ରତିଦିନ ଚାଲିବା ଆବଶ୍ୟତା ରହିଛି।
ନୂଆଦିଲ୍ଲୀ: ଆମର ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜର ସ୍ଵାସ୍ଥ୍ୟ ପ୍ରତି ଅବହେଳା କରୁଛେ। ଆଉ ଏଥିଯୋଗୁଁ ଅନେକ ରୋଗର ସାମ୍ନା କରିବା ପାଇଁ ପଡ଼ିଥାଏ। ପ୍ରତିଦିନ ନିଜର ଖାଦ୍ୟ ଠିକ୍ ଭବେ ଖାଇବା ସହିତ ସୁସ୍ଥ ରହିବା ପାଇଁ ପ୍ରତିଦିନ ଚାଲିବା ଆବଶ୍ୟତା ରହିଛି। ତେବେ ଆସନ୍ତୁ ଜାଣିବା ଚାଲିବା ଦ୍ବାରା କଣ ହୋଇଥାଏ ଲାଭ ...

ଗବେଷକଙ୍କ ଅନୁସାରେ, ଦିନକୁ ପ୍ରାୟ ୧୦ ହଜାର କିଲୋମିଟର ଚାଲିଲେ ହୃଦରୋଗ ଏବଂ ଡିମେନ୍ସିଆ(ମସ୍ତିଷ୍କ ରୋଗ) ଭଳି ସମସ୍ୟା ହ୍ରାସ ପାଇଥାଏ ବୋଲି କୁହା ଯାଇଛି। ଅଷ୍ଟ୍ରେଲିଆର ସିଡନୀ ୟୁନିଭରସିଟି ଏବଂ ସାଉଥ ଡେନମାର୍କ ବିଶ୍ୱବିଦ୍ୟାଳୟର ଗବେଷକ ଏଭଳି ତଥ୍ୟ ପ୍ରଦାନ କରିଛନ୍ତି ।
ଗବେଷକଙ୍କ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ଦୈନିକ ୧୦,୦୦୦ ଷ୍ଟେପ୍ ଚାଲନ୍ତି ତେବେ ତାଙ୍କର ଡିମେନ୍ସିଆ, ହୃଦରୋଗ, କର୍କଟ ଏପରିକି ମୃତ୍ୟୁ ଆଶଙ୍କା ମଧ୍ୟ କମ୍ ହୋଇଥାଏ ।
ଅଗ୍ରଣୀ ପତ୍ରିକା JAMA ଇଣ୍ଟରନାଲ ମେଡିସିନ୍ ଏବଂ JAMA ସ୍ନାୟୁବିଜ୍ଞାନ ରିପୋର୍ଟରେ ଏହା ପ୍ରକାଶ ପାଇଛି । ପ୍ରାୟ 78,500 ବୟସ୍କ ବ୍ୟକ୍ତିଙ୍କ ଉପରେ ଗବେଷଣା କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଗବେଷକ। ଦିନକୁ 3,800 ଷ୍ଟେପ୍ ଡିମେନ୍ସିଆର ବିପଦକୁ 25% ହ୍ରାସ କରିପାରେ ବୋଲି ଦକ୍ଷିଣ ଡେନମାର୍କ ବିଶ୍ୱବିଦ୍ୟାଳୟର ସହ-ମୁଖ୍ୟ ଲେଖକ ଆସୋସିଏଟ୍ ପ୍ରଫେସର ବୋରଜା ଡେଲ୍ ପୋଜୋ କ୍ରୁଜ୍ କହିଛନ୍ତି ।












Click it and Unblock the Notifications