ଦିନ ବେଳା ଶୁଅନ୍ତୁ ମିଳିବ ଏହି ସବୁ ଫାଇଦା : ଦୀର୍ଘ ସମୟ ପାଇଁ ଶରୀରରେ ରହିବନି...
ଦିନରେ କିଛି ସମୟ ପାଇଁ ବିଶ୍ରାମ ନେବା ଦ୍ୱାରା ବହୁତ କିଛି ଉପକାର ହୋଇଥାଏ
benefit of sleeping during the day. କିଛି ଲୋକଙ୍କର ଦିନବେଳା ଶୋଇବା ଅଭ୍ୟାସ ଥାଏ। ହେଲେ ଦିନବେଳା ଯେଉଁମାନେ ଶୋଇଥାନ୍ତି ସେମାନଙ୍କୁ ସାଧାରଣତଃ ଅଳସୁଆମି ବୋଲି କହିଥାଉ। କିନ୍ତୁ ଦିନରେ କିଛି ସମୟ ପାଇଁ ବିଶ୍ରାମ ନେବା ଦ୍ୱାରା ବହୁତ କିଛି ଉପକାର ହୋଇଥାଏ।
କ'ଣ ରହିଛି ଉପକାର ?
-ଦିନର ମଧ୍ୟାହ୍ନ ଭୋଜନ ପରେ କିଛି ସମୟ ବିଶ୍ରାମ ନେବାର ପ୍ରଭାବ ଆମର ମସ୍ତିଷ୍କ ଉପରେ ପଡ଼ିଥାଏ ଏବଂ ଏହା ଆମର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିଥାଏ ବୋଲି ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି ।
-ଦିନରେ ଅଳ୍ପ ସମୟ ଶୋଇବା ହେଉଛି ମସ୍ତିଷ୍କକୁ ଚାର୍ଜ କରିବା । ସ୍ୱଳ୍ପ ସମୟ ପାଇଁ ବିଶ୍ରାମ ନେଇ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟ ମଧ୍ୟ କରିପାରିବେ। ସେହିପରି ଏକ ଘଣ୍ଟାର ବିଶ୍ରାମ ଆପଣଙ୍କୁ ଘଣ୍ଟା ଘଣ୍ଟା କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଇଥାଏ ବୋଲି ବିଶେଷଜ୍ଞଙ୍କ ମତ ପ୍ରକାଶ କରିଛନ୍ତି ।

-ଦିନବେଳା ଆପଣମାନେ ଅତି କମରେ 10 ମିନିଟ ପାଇଁ ମଧ୍ୟ ବିଶ୍ରାମ ନେଇ ପାରିବେ । ଯାହା ଦ୍ୱାରା ଆପଣଙ୍କୁ ଥକ୍କା ଲାଗିବ ନାହିଁ ଏବଂ ଆପଣଙ୍କ କାମ ସଠିକ ଭାବରେ କରିପାରିବେ ।
-ବିଭିନ୍ନ ସିଫ୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଦିନବେଳା ବିଶ୍ରାମ ବହୁତ ଲାଭଦାୟକ ହୋଇଥାଏ ।
-ଆପଣ ଯେତେବେଳେ କ୍ଲାନ୍ତ, ଥକ୍କା ଅନୁଭବ କରିବେ, ସେହି ସମୟରେ ବିଶ୍ରାମ ନେବା ଉଚିତ ।
-ହେଲେ ଅଯଥାରେ ବିଶ୍ରାମ ନେଲେ ଆପଣଙ୍କର ରାତ୍ରିର ନିଦରେ ବ୍ୟାଘାତ ହେବାର ସମ୍ଭାବନା ରହିଥାଏ ।












Click it and Unblock the Notifications