For Quick Alerts
Turn On Notification  
For Daily Alerts
Oneindia App Download

ଦୀର୍ଘାୟୁ କରେ କଫି

ଦିନଟିକୁ ଆହୁରି ସହଜ କରିବା ପାଇଁ ସକାଳ ଆରମ୍ଭ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ନିହାତି ମୃଦୁ ପାନୀୟକୁ ଖୋଜିଥାନ୍ତି ଅନେକ । କପେ ଚା' ହେଉ କି କଫି ପିଇବା ପରେ ଫୁର୍ତ୍ତି ଅନୁଭବ କରନ୍ତି ଏହି ମୃଦୁପାନୀୟ ପ୍ରେମୀ ।

|

ଦିନଟିକୁ ଆହୁରି ସହଜ କରିବା ପାଇଁ ସକାଳ ଆରମ୍ଭ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ନିହାତି ମୃଦୁ ପାନୀୟକୁ ଖୋଜିଥାନ୍ତି ଅନେକ । କପେ ଚା' ହେଉ କି କଫି ପିଇବା ପରେ ଫୁର୍ତ୍ତି ଅନୁଭବ କରନ୍ତି ଏହି ମୃଦୁପାନୀୟ ପ୍ରେମୀ ।

coffee

ତେବେ ଆସନ୍ତୁ ଜାଣିବା ଏହି ମୃଦୁ ପାନୀୟ ଆମ ଶରୀରରେ କିପରି ପ୍ରଭାବ ପକାଇଥାଏ । ଅଧିକ ମାତ୍ରାରେ ସେବନ ଦ୍ବାରା ଶରୀରରେ କିଛି ସମସ୍ୟା ହୋଇଥାଏ କି ?
ଦିନକୁ 2ରୁ 3 କପ୍‌ କଫି ପିଇବା ଦ୍ବାରା ଆମ ଶରୀରର ମୁଖ୍ୟ ଅଙ୍ଗ ହୃତପିଣ୍ଡ ସୁସ୍ଥ ରହିଥାଏ । କଫି ପିଇବା ଦ୍ବାରା ପ୍ରାୟ 10ରୁ 15 ପ୍ରତିଶତ ହୃଦଘାତ ହେବାର ସମ୍ଭାବନା କମ ରହିଥାଏ ବୋଲି ଗବେଷକଙ୍କ ମତ ।

କଫି ପିଇବା ଦ୍ବାରା କିପରି ପ୍ରଭାବ ପଡିଥାଏ ଏହାକୁ ନେଇ ପ୍ରାୟ 5 ଲକ୍ଷ ଲୋକଙ୍କୁ ନେଇ 10 ବର୍ଷ ଧରି ହୋ଼ଇଥିଲା ଗବେଷଣା । ଏମାନଙ୍କ ମଧ୍ୟରେ ଜଣେ ଜଣେ ଅଂଶଗ୍ରହଣକାରୀ ଦିନକୁ 6 କପରୁ ଅଧିକ କଫି ପିଉଥିବା ମଧ୍ୟ ଅନ୍ତର୍ଭୁକ୍ତ ଥିଲେ । କଫି ପିଇବା ସହିତ ହୃତପିଣ୍ଡର ସମ୍ପର୍କକୁ ନେଇ ଗବେଷକମାନେ ଗବେଷଣା କରିଥିଲେ । ଏନେଇ ଅଷ୍ଟ୍ରେଲିଆ ମେଲବୋର୍ଣ୍ଣର ଆଲଫ୍ରେଡ ହସ୍ପିଟାଲ ଆଣ୍ଡ ୱାକର ହାର୍ଟ ଇନଷ୍ଟିଚ୍ୟୁଟ ବରିଷ୍ଠ ଲେଖକ କହିଛନ୍ତି ଯେ ସାଧାରଣତଃ କଫି ପିଇବାକୁ ମନା କରାଯାଏ ।

କଫି ପିଇବା ଦ୍ବାରା ଲୋକଙ୍କ ହାର୍ଟବିଟ ବଢିଯାଏ । ଏଥିଲାଗି କଫି ହୃତପିଣ୍ଡ ପାଇଁ ହାନିକାରକ ବୋଲି କୁହାଯାଏ । ଏଥିଲାଗି କଫି ପିଇବାରେ ରୋକ ଲଗେଇଥାନ୍ତି କିଛି ହସ୍ପିଟାଲ । ହେଲେ ଗବେଷଣାରୁ ଜଣାପଡ଼ିଛି ଯେ ହେଲ୍‌ଦି ଡାଏଟରେ କଫିକୁ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଯେଉଁମାନେ ଦିନକୁ 2ରୁ 3 ଥର କଫି ପିଇଥାନ୍ତି, ସେମାନଙ୍କ ବିଳମ୍ବରେ ମଧ୍ୟ ହୃତପିଣ୍ଡ ସମସ୍ୟା ଦେଖାଦେବାର ସମ୍ଭାବନା କମ ରହିଥାଏ ।

ଗବେଷକମାନେ କହିଛନ୍ତି ଯେ, କଫି ତିଆରି କରିବା ସମୟରେ ଅତ୍ୟଧିକ ପରିମାଣରେ କ୍ରିମ, କ୍ଷୀର ଓ ଚିନି ମିଶାନ୍ତୁ ନାହିଁ । କାରଣ ଏସବୁ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଯେଉଁ ବ୍ୟକ୍ତିଙ୍କର କାର୍ଡିଓଭାସ୍କୁଲାର ରୋଗ ରହିଥିବା ବେଳେ ସେମାନେ ଆଦୌ କଫି ପିଅନ୍ତି ନାହିଁ । ସେମାନଙ୍କ କ୍ଷେତ୍ରରେ ଆରିଥମିଆ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ଆପଣ ବିନା କ୍ଷୀର କିମ୍ବା ବିନା ଚିନିରେ କଫି ପିଇ ପାରିବେ । ଯାହା ଦ୍ବାରା ଆପଣ ସୁସ୍ଥ ରହିବା ସହ ଅନେକ ରୋଗରୁ ଦୂରେଇ ରହି ପାରିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Benefit of coffee, it makes your heart healthy. drink coffee withoutt sugar or cream.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X