କେତେ ଉପକାରୀ ବ୍ରାଉନ ବ୍ରେଡ, ଜାଣନ୍ତୁ

ସାଧାରଣତଃ ଲୋକେ ସକାଳ ଜଳଖିଆ ପାଇଁ ବ୍ରେଡ ଆପଣାଇଥାନ୍ତି। ଆଜିକାଲି ଲୋକେ ଅଧିକାଂଶ ହ୍ୱାଇଟ୍‌ବ୍ରେଡକୁ ରିଜେକ୍ଟ କରି ବ୍ରାଉନ ବ୍ରେଡ୍‌କୁ ବାଛିଲେଣି। ତେବେ କାହିଁକି ଲୋକେ ହ୍ୱାଇଟ୍‌ବ୍ରେଡ ବଦଳରେ ବ୍ରାଉନ ବ୍ରେଡ୍‌ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି, ଆସନ୍ତୁ ଜାଣିବା।

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସମ୍ଭବ ହେଉନାହିଁ । କିନ୍ତୁ ଏହା ଭିତରେ ବି ଖାଦ୍ୟ ପ୍ରତି ସଚେତନ ହେବାକୁ ପଡିଥାଏ । ଆମେ ପ୍ରତିଦିନ ଯେଉଁ ଖାଦ୍ୟ ଖାଉଛେ କେତେ ଖରାପ ଓ କେତେ ଭଲ ତାହା ମଧ୍ୟ ଚିନ୍ତା କରିବାକୁ ପଡିଥାଏ। ତେବେ ବ୍ୟସ୍ତତା ଭିତରେ ସାଧାରଣତଃ ଲୋକେ ସକାଳ ଜଳଖିଆ ପାଇଁ ବ୍ରେଡ ଆପଣାଇଥାନ୍ତି। ଆଜିକାଲି ଲୋକେ ଅଧିକାଂଶ ହ୍ୱାଇଟ୍‌ ବ୍ରେଡକୁ ରିଜେକ୍ଟ କରି ବ୍ରାଉନ ବ୍ରେଡ୍‌କୁ ବାଛିଲେଣି। ତେବେ କାହିଁକି ଲୋକେ ହ୍ୱାଇଟ୍‌ ବ୍ରେଡ ବଦଳରେ ବ୍ରାଉନ ବ୍ରେଡ୍‌ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି, ଆସନ୍ତୁ ଜାଣିବା।

bread

ଜଣାଶୁଣା ଆୟୁର୍ବେଦିକ ଡାକ୍ତର ମୁଲତାନିଙ୍କ କହିବା ଅନୁସାରେ, ବାସ୍ତବରେ ମାରାତ୍ମକ ରେଜେଣ୍ଟସ୍ ପୋଟାସିୟମ୍ ବ୍ରୋମେଟ୍ ଏବଂ ପୋଟାସିୟମ୍ ଆୟୋଡାଇଡ୍‌ ହ୍ୱାଇଟ୍‌ବ୍ରେଡ୍‌ରେ ମିଶାଯାଇଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ବ୍ରାଉନ୍‌ବ୍ରେଡ୍‌ରେ ହ୍ୱାଇଟ୍‌ବ୍ରେଡ୍‌ତୁଳନାରେ ଅଧିକ ପୋଷକ ତତ୍ତ୍ୱ ରହିଛି। ହ୍ୱାଇଟ୍‌ ବ୍ରେଡ୍‌କୁ ଖାଇବା ମାତ୍ରେ ବ୍ଲଡ ସୁଗାର ଲେବୁଲ ଓ ଇନ୍‌ସୁଲିନ୍‌ଦ୍ରୁତ ଗତିରେ ବଢ଼ିଥାଏ। ପ୍ରତି ଦିନ ଦୁଇ ଖଣ୍ଡରୁ ଅଧିକ ହ୍ୱାଇଟ୍‌ବ୍ରେଡ୍‌ ଖାଉଥିବା ବ୍ୟକ୍ତିଙ୍କ ଓଜନ ବଢ଼ିବା ଆଶଙ୍କା ୪୦% ଅଧିକ ରହିଛି।

ସେଣ୍ଟର ଫର୍‌ସାଇନ୍ସ ଆଣ୍ଡ ଏନ୍‌ଭିରୋମେଣ୍ଟର (CSE) ଏକ ଅଧ୍ୟୟନ ଅନୁଯାୟୀ ସମସ୍ତ ପ୍ରକାରର ବ୍ରେଡ୍‌(ଧଳା, ବାଦାମୀ, ମଲ୍ଟିଗ୍ରେନ୍, ଗହମ, ବନ୍ ଏବଂ ପିଜା ବେସ୍) ରେ କର୍ସିନୋଜେନ୍ସ କେମିକାଲ ପଦାର୍ଥ ଥାଏ । ଯାହା କ୍ୟାନ୍‌ସର ଏବଂ ଥାଇରଏଡ୍ ରୋଗର କାରଣ ହୋଇଥାଏ। ବଜାରରେ ବିକ୍ରି ହେଉଥିବା ସମସ୍ତ ବ୍ରେଡ୍‌ନମୂନା ମଧ୍ୟରୁ ୮୪% ରେ ପୋଟାସିୟମ୍ ବ୍ରୋମେଟ୍ ଏବଂ ପୋଟାସିୟମ୍ ଆୟୋଡାଇଡ୍‌ଥାଏ।

ହ୍ୱାଇଟ୍‌ବ୍ରେଡ୍‌କୁ ତିଆରି କରିବା ବେଳେ ଗହମରୁ ଚୋକଡ ଅଂଶ ଏବଂ ମଞ୍ଜିକୁ ବାହାର କରିଦିଆଯାଏ ଏବଂ ପୋଟାସିୟମ୍, ବ୍ରୋମେଟ୍, ବେନୋଜୋଏଲ୍ ପେରକ୍ସାଇଡ୍ ଏବଂ କ୍ଲୋରାଇନ୍ ଡାଇଅକ୍ସାଇଡ୍ ସହ ବ୍ଲିଚ୍ ମିଶାଇ ଦିଆଯାଏ। ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ। ଅନ୍ୟପକ୍ଷରେ ବ୍ରାଉନ ବ୍ରେଡ ତିଆରି କରିବାବେଳେ, ଗହମର ଚୋକଡ ଅଂଶକୁ କାଢ଼ାଯାଏ ନାହିଁ। ଯେଉଁଥିପାଇଁ ବ୍ରାଉନ୍ ବ୍ରେଡ୍‌ରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+