Get Updates
Get notified of breaking news, exclusive insights, and must-see stories!

ତେଜପତ୍ରର ଲାଭକାରୀ ଗୁଣ, ଡାଇବେଟିସରୁ ଆରମ୍ଭ କରି କେଶ ସମସ୍ୟାରୁ ମିଳିବ ମୁକ୍ତି

ଘରେ ଏବଂ ଭୋଜିଭାତରେ ସ୍ବାଦ ବଢାଇବାକୁ ସାଧାରଣତଃ ତେଜପତ୍ରର ବ୍ୟବହାର କରାଯାଇଥାଏ । ଯାହା ଭାରତୀୟ ମସଲା ପାଇଁ ବେଷ୍ଟ ହୋଇଥାଏ । ବିରିୟାନୀଠାରୁ ଆରମ୍ଭ କରି ଚା' ପର୍ଯ୍ୟନ୍ତ ତେଜପତ୍ରର ବ୍ୟବହାର କରାଯାଇଥାଏ । ଯାହା ଖାଦ୍ୟର ଟେଷ୍ଟକୁ ଦ୍ବିଗୁଣିତ କରିଥାଏ । ଏହା କେବଳ ସ୍ବାଦକୁ ବଢାଇନଥାଏ ବରଂ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ମଧ୍ୟ ହୋଇଥାଏ ।

ଏହା ଏକ ଏମିତି ଜଡିବୁଟି ଯେଉଁଥିରେ ଭିଟାମିନ୍ ଏ ଏବଂ ସି ରହିବା ସହିତ ଫଲିକ୍ ଏସିଡ୍ ଭଳି ଆବଶ୍ୟକ ତତ୍ତ୍ୱ ମଧ୍ୟ ରହିଛି । ଏଥିରେ ବହୁତ ମାତ୍ରାରେ ମଧ୍ୟ ମିନେରାଲ୍ସ ରହିଥାଏ । ଯାହା ଅନେକ ପ୍ରକାରର ସ୍ୱାସ୍ଥ୍ୟକୁ ଲାଭ ପହଁଚାଇଥାଏ । ଏହା ବ୍ୟତୀତ ଏଥିରେ କ୍ୟାଲସିୟମ, ପୋଟାସିୟମ, ତମ୍ବା, ଜିଙ୍କ ଏବଂ ମ୍ୟାଗ୍ନେସିୟମ ଭଳି ପୁଷ୍ଟିକର ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ । କିନ୍ତୁ ଏହା କେଉଁ ସବୁ ସମସ୍ୟା ପାଇଁ ଫଳପ୍ରଦ ହୋଇଥାଏ ସେ ସମ୍ପର୍କରେ ଆମେ ଆପଣଙ୍କୁ ବିସ୍ତୃତ ଭାବରେ ଜଣାଇବୁ ।

Beneficial properties of bay leaves

ତେଜପତ୍ରରେ ଏକ ଖାସ୍ ଏନଜାଇମ୍ ଥାଏ ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ଏହାକୁ ବ୍ୟବହାର କରିବା ଦ୍ବାରା ପାଚନ ସ୍ବାସ୍ଥ୍ୟକୁ ଉନ୍ନତ କରିଥାଏ । ଯାହା ପାଚନ ସମସ୍ୟାକୁ ଦୂର କରିଦେଇଥାଏ । ସାଧାରଣତଃ ଅନେକ ସମୟରେ ଥଣ୍ଡା, ଜ୍ବର ଏବଂ ବ୍ରୋଙ୍କାଇଟିସ୍ ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଫଳରେ ନିଶ୍ବାସ ନେବାରେ ବାଧା ସୃଷ୍ଟି କରିଥାଏ । ଯେଉଁଥିପାଇଁ ତେଜପତ୍ର ବେଷ୍ଟ ହୋଇଥାଏ । ଅନେକ ଶ୍ବାସ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଗଣ୍ଠି ଜନିତ ସମସ୍ୟା ପାଇଁ ପ୍ରଭାବଶାଳୀ ହୋଇଥାଏ ତେଜପତ୍ର ।

ବର୍ତ୍ତମାନ ଡାଇବେଟିସ ଘରେ ଘରେ ଦେଖିବାକୁ ମିଳୁଛି । ଡାଇବେଟିସ ରୋଗୀଙ୍କ ପାଇଁ ତେଜପତ୍ର ଖାଇବାକୁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ଯାହା ଆପଣଙ୍କ ସୁଗାର ସ୍ତରକୁ ହ୍ରାସ କରିଥାଏ । ଏଥିସହ କୋଲେଷ୍ଟ୍ରୋଲର ସ୍ତରକୁ ମଧ୍ୟ କମ୍ କରିଥାଏ । ତେଜପତ୍ର ଫଙ୍ଗାଲ ସଂକ୍ରମଣ ପାଇଁ ବେଷ୍ଟ ହୋଇଥାଏ । ଏହି ତେଜପତ୍ରରେ ଥିବା ଲିନାଲୁଲ୍ ଚିନ୍ତା ମୁକ୍ତ କରିବାରେ ସହାୟକ କରିଥାଏ । ତେଜପତ୍ରକୁ ହାର୍ଟ ଜନିତ ସମସ୍ୟା ପାଇଁ ଲାଭଦାୟୀ ହୋଇଥାଏ ।

ଏତିକି ନୁହେଁ ବରଂ କେଶ ଜନିତ ସମସ୍ୟାକୁ ରୋକିବାରେ ତେଜପତ୍ର ବଡ଼ ଭୂମିକା ନିର୍ବାହ କରିଥାଏ । କେଶ ମଧୁମେହ ରୋଗୀଙ୍କ ପାଇଁ ତେଜପତ୍ର ଖାଇବାକୁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା ଆପଣଙ୍କ ସୁଗାର ସ୍ତରକୁ ହ୍ରାସ କରିପାରିବ । ଡ୍ୟାଣ୍ଡ୍ରଫ୍ ଏବଂ କେଶ ଝଡିବା ସମସ୍ୟାରେ ଦୂର କରିବା ପାଇଁ ଏହା ତୁରନ୍ତ କାର୍ଯ୍ୟକାରୀ କରିଥାଏ ।

ଏହି ସବୁ କେଶ ଜନିତ ସମସ୍ୟାଠାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ତେଜପତ୍ରକୁ ପାଣିରେ ବୁଡାଇ କିଛି ସମୟ ରଖନ୍ତୁ । କେଶ ଧୋଇବା ପରେ ଏହି ପାଣିକୁ ମୁଣ୍ଡରେ ଲଗାଇ ଦିଅନ୍ତୁ । ଯାହା ଧୀରେ ଧୀରେ ଆପଣଙ୍କଠାରେ ପରିବର୍ତ୍ତନ ଦେଖିବାକୁ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+