For Quick Alerts
Turn On Notification  
For Daily Alerts
Oneindia App Download

ଉପକାରୀ ଲବଙ୍ଗ କ୍ଷୀର, ଜାଣନ୍ତୁ

ଅନେକ ଲୋକଙ୍କର ପ୍ରତି ଦିନ କ୍ଷୀର ପିଇବାର ଅଭ୍ୟାସ ରହିଥାଏ । ବିଶେଷ କରି ରାତିରେ କ୍ଷୀର ପିଇଲେ କୁଆଡେ ଭଲ ନିଦ ହୁଏ। ଏଥିସହ ହଜମ ଶକ୍ତି ମଧ୍ୟ ଭଲ ରୁହେ। କିନ୍ତୁ କେବଳ କ୍ଷୀର ନୁହେଁ ତା ସହ ଲବଙ୍ଗ ମିଶାଇ ପିଇବା ଦ୍ବାରା ଶରୀରରେ ଅଧିକ ଉପକାର ହୋଇଥାଏ।

|

ଅନେକ ଲୋକଙ୍କର ପ୍ରତି ଦିନ କ୍ଷୀର ପିଇବାର ଅଭ୍ୟାସ ରହିଥାଏ । ବିଶେଷ କରି ରାତିରେ କ୍ଷୀର ପିଇଲେ କୁଆଡେ ଭଲ ନିଦ ହୁଏ। ଏଥିସହ ହଜମ ଶକ୍ତି ମଧ୍ୟ ଭଲ ରୁହେ। କିନ୍ତୁ କେବଳ କ୍ଷୀର ନୁହେଁ ତା ସହ ଲବଙ୍ଗ ମିଶାଇ ପିଇବା ଦ୍ବାରା ଶରୀରରେ ଅଧିକ ଉପକାର ହୋଇଥାଏ। କ୍ଷୀର ଏବଂ ଲବଙ୍ଗ ଅନେକ ପୋଷକ ତତ୍ତ୍ୱରେ ଭରପୂର। କ୍ଷୀରରେ ଫସଫରସ୍, ମ୍ୟାଗ୍ନେସିୟମ୍, ଆୟୋଡିନ୍, ଭିଟାମିନ୍ଏ-, ଡି ଓ କେ ଭରପୂର ମାତ୍ରାରେ ଥିବାବେଳେ ଲବଙ୍ଗରେ କାର୍ବୋହାଇଡ୍ରେଟ୍, ଆଇରନ୍, ସୋଡିୟମ୍ ପ୍ରଚୁର ପରିମାଣରେ ରହିଛି।

milk

ପ୍ରତିଦିନ ରାତିରେ କ୍ଷୀରରେ ଲବଙ୍ଗ ମିଶାଇ ପିଅନ୍ତୁ। ଯଦି ଆପଣ ଚାହାଁନ୍ତି, ଆପଣ ଏହାକୁ ଯେକୌଣସି ସମୟରେ ପିଇପାରିବେ, କିନ୍ତୁ ରାତିରେ ଏହାକୁ ପିଇବା ଅଧକ ଭଲ। ଏଥିପାଇଁ, ପ୍ରଥମେ ଲବଙ୍ଗକୁ ଭଲ ଭାବେ ଗୁଣ୍ଡ କରି ପାଉଡର ପ୍ରସ୍ତୁତ କରି ରଖିଦିଅନ୍ତୁ। ଏହା ପରେ କ୍ଷୀରକୁ ଭଲ ଭାବରେ ଗରମ କରନ୍ତୁ। ଏବେ ଏକ ଗ୍ଲାସ କ୍ଷୀରରେ ଲବଙ୍ଗ ପାଉଡର ମିଶାନ୍ତୁ। ତା'ପରେ ସେଥିରେ ଟିକେ ଗୁଡ ମିଶାଇ ପୁଅନ୍ତୁ।

- ଶୀତ ଦିନେ ପ୍ରାୟତଃ ଲୋକଙ୍କ ଗଳାରେ ଯନ୍ତ୍ରଣା, କଫ ଆଦି ସମସ୍ୟା ସୃଷ୍ଟି ହୁଏ। ଏଭଳି ସ୍ଥିତିରେ ରାତିରେ ଶୋଇବା ପୂର୍ବରୁ କ୍ଷୀର ସହ ଲବଙ୍ଗ ମିଶାଇ ପିଇବା ଲାଭଦାୟୀ ହୋଇଥାଏ। ଏଥିରୁ ଗଳା ଯନ୍ତ୍ରଣା ଏବଂ କଫ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।
- ଯଦି ଆପଣ ଦୁର୍ବଳ ଅନୁଭବ କରନ୍ତି ତେବେ କ୍ଷୀର ସହ ଲବଙ୍ଗ ମିଶାଇ ପିଇବା ନିହାତି ଆବଶ୍ୟକ। କ୍ଷୀରରେ କ୍ୟାଲସିଅମ୍‌, ସୋଡିଅମ୍‌, ପୋଟାସିଆମ ଭରପୂର ମାତ୍ରାରେ ରହିଛି। ଏହା ଶରୀରକୁ ଭରପୁର ଏନର୍ଜି ପ୍ରଦାନ କରିଥାଏ।

- କୋଷ୍ଟ କାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶୋଇବା ପୂର୍ବରୁ ଲବଙ୍ଗ କ୍ଷୀର ପିଇବା ଉଚିତ। ଏହାଦ୍ୱାରା ଏସିଡିଟି ଏବଂ କୋଷ୍ଟ କାଠିନ୍ୟ ସମସ୍ୟା ଦୂର ହୋଇଥାଏ। କେବଳ ସେତିକି ନୁହେଁ ଦାନ୍ତରେ ଯନ୍ତ୍ରଣା ସମସ୍ୟା ଥିଲେ ମଧ୍ୟ ଆପଣ ଏହି କ୍ଷୀରକୁ ପିଇ ପାରିବେ। ଏହା ଦାନ୍ତ ଯନ୍ତ୍ରଣାରୁ ଆରାମ ଦେଇଥାଏ।

- ପ୍ରାୟତଃ କିଛି ଲୋକଙ୍କ ମୁହଁରୁ ବେଳେ ବେଳେ ଦୁର୍ଗନ୍ଧ ଭଳି ସମସ୍ୟା ରହିଥାଏ। ଏପରି ସ୍ଥିତିରେ ଲବଙ୍ଗ କ୍ଷୀର ଏହି ସମସ୍ୟାରୁ ମୁକ୍ତି ଦେଇଥାଏ।
- ଏହାଦ୍ବାରା ଶରୀରର ବିଭିନ୍ନ ଅଙ୍ଗ ଅଧିକ କ୍ରିୟାଶୀଳ ହୋଇଥାଏ । ଅଧିକ ସୁସ୍ଥ ରଖିଥାଏ ଏହି ଡ୍ରିଙ୍କ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Many people have the habit of drinking milk every day. Drinking milk especially at night makes you sleep better. At the same time, digestion is also good. But drinking not only milk but also cloves is more beneficial in the body.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X