ଉପକାରୀ ଲବଙ୍ଗ କ୍ଷୀର, ଜାଣନ୍ତୁ
ଅନେକ ଲୋକଙ୍କର ପ୍ରତି ଦିନ କ୍ଷୀର ପିଇବାର ଅଭ୍ୟାସ ରହିଥାଏ । ବିଶେଷ କରି ରାତିରେ କ୍ଷୀର ପିଇଲେ କୁଆଡେ ଭଲ ନିଦ ହୁଏ। ଏଥିସହ ହଜମ ଶକ୍ତି ମଧ୍ୟ ଭଲ ରୁହେ। କିନ୍ତୁ କେବଳ କ୍ଷୀର ନୁହେଁ ତା ସହ ଲବଙ୍ଗ ମିଶାଇ ପିଇବା ଦ୍ବାରା ଶରୀରରେ ଅଧିକ ଉପକାର ହୋଇଥାଏ।
ଅନେକ ଲୋକଙ୍କର ପ୍ରତି ଦିନ କ୍ଷୀର ପିଇବାର ଅଭ୍ୟାସ ରହିଥାଏ । ବିଶେଷ କରି ରାତିରେ କ୍ଷୀର ପିଇଲେ କୁଆଡେ ଭଲ ନିଦ ହୁଏ। ଏଥିସହ ହଜମ ଶକ୍ତି ମଧ୍ୟ ଭଲ ରୁହେ। କିନ୍ତୁ କେବଳ କ୍ଷୀର ନୁହେଁ ତା ସହ ଲବଙ୍ଗ ମିଶାଇ ପିଇବା ଦ୍ବାରା ଶରୀରରେ ଅଧିକ ଉପକାର ହୋଇଥାଏ। କ୍ଷୀର ଏବଂ ଲବଙ୍ଗ ଅନେକ ପୋଷକ ତତ୍ତ୍ୱରେ ଭରପୂର। କ୍ଷୀରରେ ଫସଫରସ୍, ମ୍ୟାଗ୍ନେସିୟମ୍, ଆୟୋଡିନ୍, ଭିଟାମିନ୍ଏ-, ଡି ଓ କେ ଭରପୂର ମାତ୍ରାରେ ଥିବାବେଳେ ଲବଙ୍ଗରେ କାର୍ବୋହାଇଡ୍ରେଟ୍, ଆଇରନ୍, ସୋଡିୟମ୍ ପ୍ରଚୁର ପରିମାଣରେ ରହିଛି।

ପ୍ରତିଦିନ ରାତିରେ କ୍ଷୀରରେ ଲବଙ୍ଗ ମିଶାଇ ପିଅନ୍ତୁ। ଯଦି ଆପଣ ଚାହାଁନ୍ତି, ଆପଣ ଏହାକୁ ଯେକୌଣସି ସମୟରେ ପିଇପାରିବେ, କିନ୍ତୁ ରାତିରେ ଏହାକୁ ପିଇବା ଅଧକ ଭଲ। ଏଥିପାଇଁ, ପ୍ରଥମେ ଲବଙ୍ଗକୁ ଭଲ ଭାବେ ଗୁଣ୍ଡ କରି ପାଉଡର ପ୍ରସ୍ତୁତ କରି ରଖିଦିଅନ୍ତୁ। ଏହା ପରେ କ୍ଷୀରକୁ ଭଲ ଭାବରେ ଗରମ କରନ୍ତୁ। ଏବେ ଏକ ଗ୍ଲାସ କ୍ଷୀରରେ ଲବଙ୍ଗ ପାଉଡର ମିଶାନ୍ତୁ। ତା'ପରେ ସେଥିରେ ଟିକେ ଗୁଡ ମିଶାଇ ପୁଅନ୍ତୁ।
- ଶୀତ ଦିନେ ପ୍ରାୟତଃ ଲୋକଙ୍କ ଗଳାରେ ଯନ୍ତ୍ରଣା, କଫ ଆଦି ସମସ୍ୟା ସୃଷ୍ଟି ହୁଏ। ଏଭଳି ସ୍ଥିତିରେ ରାତିରେ ଶୋଇବା ପୂର୍ବରୁ କ୍ଷୀର ସହ ଲବଙ୍ଗ ମିଶାଇ ପିଇବା ଲାଭଦାୟୀ ହୋଇଥାଏ। ଏଥିରୁ ଗଳା ଯନ୍ତ୍ରଣା ଏବଂ କଫ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।
- ଯଦି ଆପଣ ଦୁର୍ବଳ ଅନୁଭବ କରନ୍ତି ତେବେ କ୍ଷୀର ସହ ଲବଙ୍ଗ ମିଶାଇ ପିଇବା ନିହାତି ଆବଶ୍ୟକ। କ୍ଷୀରରେ କ୍ୟାଲସିଅମ୍, ସୋଡିଅମ୍, ପୋଟାସିଆମ ଭରପୂର ମାତ୍ରାରେ ରହିଛି। ଏହା ଶରୀରକୁ ଭରପୁର ଏନର୍ଜି ପ୍ରଦାନ କରିଥାଏ।
- କୋଷ୍ଟ କାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶୋଇବା ପୂର୍ବରୁ ଲବଙ୍ଗ କ୍ଷୀର ପିଇବା ଉଚିତ। ଏହାଦ୍ୱାରା ଏସିଡିଟି ଏବଂ କୋଷ୍ଟ କାଠିନ୍ୟ ସମସ୍ୟା ଦୂର ହୋଇଥାଏ। କେବଳ ସେତିକି ନୁହେଁ ଦାନ୍ତରେ ଯନ୍ତ୍ରଣା ସମସ୍ୟା ଥିଲେ ମଧ୍ୟ ଆପଣ ଏହି କ୍ଷୀରକୁ ପିଇ ପାରିବେ। ଏହା ଦାନ୍ତ ଯନ୍ତ୍ରଣାରୁ ଆରାମ ଦେଇଥାଏ।
- ପ୍ରାୟତଃ କିଛି ଲୋକଙ୍କ ମୁହଁରୁ ବେଳେ ବେଳେ ଦୁର୍ଗନ୍ଧ ଭଳି ସମସ୍ୟା ରହିଥାଏ। ଏପରି ସ୍ଥିତିରେ ଲବଙ୍ଗ କ୍ଷୀର ଏହି ସମସ୍ୟାରୁ ମୁକ୍ତି ଦେଇଥାଏ।
- ଏହାଦ୍ବାରା ଶରୀରର ବିଭିନ୍ନ ଅଙ୍ଗ ଅଧିକ କ୍ରିୟାଶୀଳ ହୋଇଥାଏ । ଅଧିକ ସୁସ୍ଥ ରଖିଥାଏ ଏହି ଡ୍ରିଙ୍କ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications