ଏହି କାରଣରୁ ବାହାରିଥାଏ ପେଟ, ଜାଣନ୍ତୁ କେମିତି କମାଇବେ.....
ଖାଦ୍ୟ ଖାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ରହିଥାଏ । ମାତ୍ର କାର୍ଯ୍ୟ ବ୍ୟସ୍ତତା ଓ ନିଜର ଖାମ ଖାଲୀ ମନଭାବ ପାଇଁ ଆମର ଖାଦ୍ୟପେୟ ସମୟ ଠିକ ରହିନଥାଏ । ବିଳମ୍ବିତ ରାତି ଯାଏଁ ମୋବାଇଲ ବ୍ୟବହାର କରିବା ନହେଲେ ମନ ପସନ୍ଦିଆ ଟିଭି ପ୍ରୋଗ୍ରାମ ଦେଖିବା କାରଣରୁ ଆମେ ବିଳମ୍ବରେ ରାତ୍ରି ଭୋଜନ କରିଥା'ନ୍ତି ।
ବିଳମ୍ବରେ ଖାଇ ବିଳମ୍ବରେ ସୋଇଥାନ୍ତି ଯେଉଁଥି ପାଇଁ ସକାଳୁ ବିଳମ୍ବରେ ଉଠିଥାନ୍ତି । ଫଳରେ ଆମର ଦୈନଦିନର କାର୍ଯ୍ୟଶୈଳୀ ଉପରେ ଏହା ପ୍ରଭାବ ପକାଇଥାଏ । ଏହାକୁ ନେଇ ଖାଦ୍ୟପେୟର ଟାଇମ ଟେବୁଲ ବି ଏପଟ ସେପଟ ହୋଇଯାଇଥାଏ । ହେଲେ ଏହା ଆମ ଉପରେ ସାଧାରଣତଃ ପ୍ରଭାବ ପକାଇଥାଏ ଭାବି ଆମେ ଏହାକୁ ଅଣଦେଖା କରିଥାନ୍ତି ।

କିନ୍ତୁ ଏହା ସାସ୍ଥ୍ୟ ପାଇଁ ଅନେକ ବିପଦ ଭଳି ସମସ୍ୟା ଆଣି ପହଞ୍ଚାଇଥାଏ । ତେବେ ଆସନ୍ତୁ ଜାଣିବା ବିଳମ୍ବରେ ରାତ୍ରି ଭୋଜନ କରିବା ଦ୍ୱାରା କେଉଁ ସମସ୍ୟା ଦେଖା ଦେଇଥାଏ । ବେଶୀ ସମୟ ଖାଦ୍ୟ ବାହାରେ ରହିବା ଦ୍ୱାରା ଖାଦ୍ୟ ଖରାପ ମଧ୍ୟ ହୋଇଯାଇଥାଏ । ଖାଦ୍ୟର ସାଦ କମିଯାଇଥାଏ ଯେଉଁ କାରଣରୁ ଆପଣ ଅଧା ଖାଇ ସୋଇଯାଇଥାନ୍ତି । ଯେଉଁ କାରଣରୁ ଆପଣଙ୍କ ପେଟରେ ଗ୍ୟାସ ସୃଷ୍ଟି ହୋଇଥାଏ । ନିୟମିତ ବିଳମ୍ବ ରାତ୍ରିରେ ଭୋଜନ କରିବା ଦ୍ୱାରା ପେଟ ବଢିଥାଏ ।
ଯାହା ସାଧାରଣ ଭାବେ ଆପଣଙ୍କ ସୁନ୍ଦରତା ଉପରେ ପ୍ରଭାବ ପକାଇଥାଏ । ଏହାକୁ ପୁଣି ସୁଧାରିବା ପାଇଁ ଟଙ୍କା ଖର୍ଚ୍ଚ କରି ଜିମ୍ କିମ୍ବା ଡାଏଟ କରିବାକୁ ପଡିଥାଏ । ଏହା ସହିତ ଭୋକରୁ ବଢିବା ପାଇଁ ରାତିରେ ହେଭି ମିଲ ଭୋଜନ କରିବା ଦ୍ୱାରା ବଦହଜମି ହୋଇଥାଏ । ଏହା ସହ ଖାଇକି ସଙ୍ଗେ ସଙ୍ଗେ ସୋଇଯିବାରୁ ହଜମ ପ୍ରକ୍ରିୟାରେ ବାଧାପ୍ରାପ୍ତ ହୋଇଥାଏ ।
ସେହିପରି ରାତିରେ ବିଳମ୍ବରେ ଭୋଜନ କରିବା ଦ୍ୱାରା ଅନେକ ଲୋକଙ୍କ ନିକଟରେ ରକ୍ତଚାପ, ମେଦବହୁଳ, ହୃଦଘାତ ଏବଂ ମଧୁମେହ ଭଳି ବଡ଼ ବଡ଼ ମାରାତ୍ମକ ରୋଗ ସାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ପ୍ରତିଦିନ ସଂଧ୍ୟା ୭ ରୁ ୮ଟା ମଧ୍ୟରେ ରାତ୍ରି ଭୋଜନ କରିବା ଭଲ । ଅତିବେଶୀରେ ରାତି ୯ଟା ପୂର୍ବରୁ ରାତ୍ରି ଭୋଜନ କରିବା ଉଚିତ୍ ।












Click it and Unblock the Notifications