ଖାଦ୍ୟ ନେବା ପୂର୍ବରୁ ଜାଣନ୍ତୁ, କେଉଁ ଟିଫିନ୍ ଅଧିକ ସୁରକ୍ଷିତ
କାଚ, ପ୍ଲାଷ୍ଟିକ ବା ଷ୍ଟିଲ୍ କେଉଁ ଟିଫିନ୍ରେ ଖାଦ୍ୟ ଖାଇବା ସୁରକ୍ଷିତ? ଭୁଲ୍ ଟିଫିନ୍ବକ୍ସ ବ୍ୟବହାର ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିପାରେ । ଡାକ୍ତରଙ୍କଠାରୁ ଜାଣିବାଭଲ ଓ ଖରାପ ଟିଫିନ୍ ବକ୍ସର ଉପାଦାନ ଏହାର ଲାଭ ଓ କ୍ଷତି ବିଷୟରେ । ସ୍କୁଲ ବା କଲେଜ୍ କିମ୍ବା ଅଫିସ୍କୁ କେଉଁ ଟିଫିନ୍ ବାକ୍ସ ନେବା ସୁରକ୍ଷିତ? ବିଶେଷକରି ହ୍ୟୁମିଡିଟିଯୁକ୍ତ ସହରରେ ଉପଯୁକ୍ତ ଟିଫିନ୍ ବ୍ୟବହାର କରିବା ଖୁବ୍ ଜରୁରି । କିନ୍ତୁ ଭୁଲ୍ ଟିଫିନ୍ରେ ଖାଦ୍ୟ ନେବା ଦ୍ୱାରା ଖାଦ୍ୟରେ ହାନିକାରକ କେମିକାଲ୍ ମିଶିଯାଇଥାଏ । ଯାହାଦ୍ୱାରା ହର୍ମୋନ୍ ଅସନ୍ତୁଳନ, ପାଚନ ସମସ୍ୟା ଏବଂ କର୍କଟର ଆଶଙ୍କା ବଢିଥାଏ । ଏଫ୍ଡିଏ, ଡବ୍ଲୁଏଚ୍ଓ ଏବଂ ଭାରତୀୟ ଫୁଡ୍ ସେପ୍ଟି ନିୟମ ଉପରେ ଆଧାରିତ ବୈଜ୍ଞାନିକ ତଥ୍ୟ ଅନୁସାରେ ଠିକ୍ ଓ ଭୁଲ୍ର ବିକଳ୍ପ ବୁଝିବା ।

ଷ୍ଟେନ୍ଲେସ୍ ଷ୍ଟିଲ୍ ଟିଫିନ୍: ଷ୍ଟିଲ୍ ବାସନରେ ଯେକୌଣସି ଖାଦ୍ୟ ନେଲେତାହା ପ୍ରତିକ୍ରିୟା କରି ନଥାଏ । ବିପିଏ ମୁକ୍ତ ହେବା ସହ କୌଣସି ବିଷ୍କାକ୍ତ ପଦାର୍ଥମିଶି ନଥାଏ । ଷ୍ଟିଲ୍ ଟିଫିନ୍ରେ ଖାଦ୍ୟର ସ୍ୱାଦ ମଧ୍ୟ ବଦଳି ନଥାଏ ।
କାଚ ଟିଫିନ୍: ଏଥିରେ ଖାଦ୍ୟ ସଫା ଦେଖାଯିବା ସହ ନନ୍-ପୋରୋସ୍ ଅର୍ଥାତ୍ଖାଦ୍ୟ ଝାଳେଇ ନଥାଏ । ଏହା ଭିତରକୁ କିଛି ବି ପ୍ରବେଶ କରିପାରେନା । ତେଣୁବ୍ୟାକ୍ଟେରିଆ ବଢି ନଥାନ୍ତି । ବୋରୋସିଲିକେଟ୍ ଗ୍ଲାସ୍କୁ ମାଇକ୍ରୋୱେଭ୍ରେ ଗରମକରିବା ସୁରକ୍ଷିତ ରହିଥାଏ ।
ଫୁଡ୍ ଗ୍ରେଡ୍ ସିଲିକନ୍: ଏହା ହାଲ୍କା, ନମନୀୟ ଓ ୨୨୦ ଡିଗ୍ରୀ ସେଣ୍ଟିଗ୍ରେଡ୍ସହ୍ୟ କରିପାରୁଥିବା ମେଟେରିଆଲ୍ । ଏହା ନନ୍- ଟକ୍ସିକ୍ ହେବା ସହ ଦାଗହୋଇ ନଥାଏ । ଖାଦ୍ୟ ରଖିବା ଖୁବ୍ ସୁରକ୍ଷିତ । ଶତ ପ୍ରତିଶତ ପ୍ଲାଟିନ୍ କେୟାରସିଲିକନ୍ର ନେବା ଉଚିତ୍ ।
ଖରାପ ଟିଫିନ୍
ପ୍ଲାଷ୍ଟିକ୍ ଟିଫିନ୍: ଏଥିରେ ବିପିଏ, ଫାଥ୍ଲେଟ୍ସ ବା ଷ୍ଟାଇରିନ୍ ରହିଥାଏ, ଯାହାକୁଗରମ କରିବା କିମ୍ବା ତେଲ ଓ ଖଟା ଜିନିଷ ସହ ସହଜରେ ମିଶି ଯାଇଥାଏ ।ଡାକ୍ତରଙ୍କ ଅନୁସାରେ ଏଣ୍ଡୋକ୍ରାଇନ୍ ସୋସାଇଟିର ସର୍ଭେ ଅନୁସାରେ ଗରମଜିନିଷ ସଂସ୍ପର୍ଶରେ ଆସିବା ଯୋଗୁ ଏଥିରୁ ଶୀଘ୍ର କେମିକାଲ୍ ବାହାରିଥାଏ,ଫଳରେ ମୋଟାପଣ, ସନ୍ତାନ ନ ହେବା ଓ ହର୍ମୋନାଲ୍ ସମସ୍ୟା ଦେଖାଦେଇଥାଏ ।
ବିନା କୋଟିଂଯୁକ୍ତ ଆଲମିନିୟମ୍: ଏହି ଟିଫିନ୍ ଖଟା ସହ ମିଶିଲେ ପ୍ରତିକ୍ରିୟାଦେବା ସହ ସେହି ଧାତୁ ପରି ସ୍ୱାଦ ଦେଇଥାଏ । କ୍ରମଶଃ ଶରୀରର ଆଲୁମିନିୟମ୍ଜମା ହୋଇଚାଲେ । ଫଳରେ ଆଲଝାଇମର୍ ପରି ବିଭିନ୍ନ ନ୍ୟୁରୋଲୋଜିକାଲ୍ ସମସ୍ୟା ଦେଖା ଦେଇଥାଏ ।
ମେଲାମାଇନ୍: ଏହା ଦେଖିବାକୁ ସେରାମିକ୍ ପରି । କିନ୍ତୁ ଗରମ ଖାଦ୍ୟରଖିବା ଦ୍ୱାରା ଏଥିରୁ ଫର୍ମିଲିଡ୍ହାଇଡ୍ ରାସାୟନିକ ଯୌଗିକ ବାହାରିଥାଏ, ଯାହାକର୍କଟ ସମସ୍ୟାକୁ ବଢିବାରେ ସହଯୋଗ କରିଥାଏ ।
-
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ.... -
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ











Click it and Unblock the Notifications