ଏହି ଦିଗରେ ଶୋଉଛନ୍ତି କି? ହୋଇଯାଆନ୍ତୁ ସାବଧାନ...
Vastu Tips: ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ ଦୁରୁ କାର୍ଯ୍ୟ କରିଥାଏ ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ଫଚତତ୍ତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।

୧. ଉତ୍ତରପୂର୍ବ ଦିଗ - ଯଦି ଏହି ଦିଗରେ ଶୟନ କକ୍ଷ ଥାଏ ତେବେ ସଦାସର୍ବଦା ଆପଣ ଚିତ୍ତିତ ରୁହନ୍ତି । ଚିଡ଼ିଚିଡ଼ା ସ୍ୱଭାବର ହୋଇଯାଆନ୍ତି । ଅଧିକାଂଶ ସମୟରେ ସ୍ମରଣ ଶକ୍ତି ହ୍ରାସ ହୋଇଥାଏ । ଅଧିକ ଦିନ ଧରି ଯଦି ଏହି ଶୟନ କକ୍ଷକୁ ବ୍ୟବହାର କରାଯାଏ ତେବେ ମାନସିକ ରୋଗରେ ପିଡୀତ ହେବାର ସମ୍ଭାବନା ରହିଥାଏ । ତେଣୁ ଏହି ଦିଗରେ ଥିବା ଶୟନ କକ୍ଷର ବ୍ୟବହାର କରନ୍ତୁ ନାହିଁ ।
୨. ପୂର୍ବ-ଉତ୍ତର-ପୂର୍ବ ଦିଗ - ଏହି ଦିଗରେ ଶୟନ କକ୍ଷ ଆପଣଙ୍କୁ ଆନ୍ତରିକ ସୁଖ ଦେଇଥାଏ ଏବଂ ଜୀବନର ଉଦ୍ଦେଶ୍ୟକୁ ସଫଳ କରିଥାଏ । ଆପଣ ସଦାସର୍ବଦା ନୂତନ ଆଭିମୁଖ୍ୟ ନେଇ କାର୍ଯ୍ୟ କରିଥାନ୍ତି । ଏହି ଦିଗରେ ଥିବା ଶୟନ କକ୍ଷ ବୃଦ୍ଧ ବୃଦ୍ଧାଙ୍କ ପାଇଁ ଅତ୍ୟଧିକ ଭଲ ଅଟେ ।
୩.ପୂର୍ବ ଦିଗ - ଏହି ଦିଗରେ ଯଦି ଶୟନ କକ୍ଷ ଥାଏ ତେବେ ଆପଣଙ୍କର ସମ୍ପର୍କ ସମାଜ ସହିତ ଅତ୍ୟଧିକ ଉନ୍ନତ ହୋଇଥାଏ । ଆପଣ ସମାଜର ଅଧିକାଂଶ କାର୍ଯ୍ୟରେ ଭାଗିଦାର ହୋଇଥାନ୍ତି । ଯଦି ଆପଣ ଜଣେ ରାଜନୈତିକ ନେତା କିମ୍ବା ଗୁରୁ ହୋଇଥାନ୍ତି ତେବେ ଏହି ଦିଗରେ ଥିବା ଶୟନ କକ୍ଷକୁ ବ୍ୟବହାର କରନ୍ତୁ ।
୪ .ପୂର୍ବ-ଦକ୍ଷିଣ-ପୂର୍ବ ଦିଗ - ଏହି ଦିଗରେ ଶୟନ କକ୍ଷ ଥିଲେ ଆପଣଙ୍କ ମନରେ ସଦାସର୍ବଦା ଉଦ୍ୱେଗ ବା ଉତ୍କଣ୍ଠା ଲାଗିରହେ । ଆପଣ ଛୋଟ ଛୋଟ କଥାକୁ ଏତେ ତର୍ଜମା କରନ୍ତି ଯେ ତାର ଫଳ କିଛି ମିଳିନଥାଏ ଓ କୌଣସି ନିଷ୍ପଭିରେ ପହଂଚି ପାରିନଥାନ୍ତି । ଆପଣ ଭୌତିକ ସୁଖକୁ ସହଜରେ ଆପଣାର କରିପାରନ୍ତି ନାହିଁ । ନିକଟତମ ସମ୍ପର୍କୀୟଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହେନାହିଁ । ଏହି ଶୟନ କକ୍ଷ ଦଶ ବର୍ଷରୁ ଛୋଟ ସନ୍ତାନଙ୍କ ପାଇଁ ଶୁଭ ଅଟେ । କାରଣ ସେମାନଙ୍କର ବିଶ୍ଳେଷଣ କରିବାର ଦକ୍ଷତା ବୃଦ୍ଧି ପାଇଥାଏ ।
୫. ଦକ୍ଷିଣ-ପୂର୍ବ ଦିଗ - ଏହି ଦିଗରେ ଥିବା ଶୟନ କକ୍ଷକୁ ପରିତ୍ୟାଗ କରନ୍ତୁ












Click it and Unblock the Notifications