ସାବଧାନ ସବୁବେଳେ ଖାଉଥିଲେ ବ୍ରେଡ, ହୋଇପାରେ କ୍ୟାନ୍ସର

ସକାଳ ଜଳଖିଆରେ ବ୍ରେଡ ଖାଇବା ପାଇଁ ପ୍ରାୟତଃ ପସନ୍ଦ କରିଥାନ୍ତି । ଯଦି ଆପଣ ବି ବ୍ରେଡ ଖାଇବା ପାଇଁ ଭଲ ପାଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ୍ । କାରଣ ବ୍ରେଡ ଖାଇବା କ୍ୟାନ୍ସର ଭଳି ରୋଗର କାରଣ ହୋଇପାରେ । ଏ ନେଇ ଏକ ରିସର୍ଚ୍ଚରୁ ଜାଣିବାକୁ ମିଳିଛି । ବ୍ରେଡ ଖାଇବା ଦ୍ୱାରା କୋଲୋରେକ୍ଟଲ କ୍ୟାନ୍ସର ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।

bread

ଜର୍ନଲ ଅଫ ନ୍ୟୁଟ୍ରିଏଣ୍ଟସରେ ପ୍ରକାଶିତ ଏକ ରିସର୍ଚ୍ଚର ରିପୋର୍ଟ ଅନୁସାରେ ଧଳା ପାଉଁରୁଟି ଖାଇବା ସହ ମଦ ପିଇଲେ କୋଲୋରେକ୍ଟଲ କ୍ୟାନସର ହେବାର ସମ୍ଭାବନା ବଢ଼ିଯାଇଥାଏ । ଶିରର ଶେଷ ଭାଗ ଓ ମଳଦ୍ବାରରେ ଏହି କ୍ୟାନସର ହୋଇଥାଏ । ଏହି ପ୍ରକାର କ୍ୟାନସର ଖୁବ୍ ଶୀଘ୍ର ବଢ଼େ । ତେଣୁ ଆରମ୍ଭରୁ ଜଣାପଡିଗଲେ ଏହାର ଚିକିତ୍ସା ହୋଇପାରିବ ।

କୋଲୋରେକ୍ଟଲ କ୍ୟାନସର: ହୋଇଥିବା ସର୍ଭେରୁ ଜଣାପଡିଛି, ଧଳା ପାଉଁରୁଟିରେ ପ୍ରଚୁର ପରିମାଣର କାର୍ସିନୋଜେନ୍ ରହିଛି । ଯାହା ଏହି ପ୍ରକାର କ୍ୟାନସର ହେବାର କାରଣ ହୋଇଥାଏ । ତେବେ ପର୍ଯ୍ୟାପ୍ତ ମାତ୍ରାରେ ଫାଇବର, କ୍ୟାଲସିୟମ, ଫସଫରସ୍ ଓ ମ୍ୟାଗ୍ନେସିୟମ ଥିବା ଖାଦ୍ୟ ଖାଉଥିଲେ କୋଲୋରେକ୍ଟଲ କ୍ୟାନସର ହେବାର ସମ୍ଭାବନା କମି ଯାଇଥାଏ ।

ଚୀନର ଝୋଜିଆଙ୍ଗ ବିଶ୍ୱବିଦ୍ୟାଳୟ ଚିକିତ୍ସା ସ୍କୁଲର ଅନୁସନ୍ଧାନକାରୀମାନେ ଏହି ରିସର୍ଚ୍ଚ କରିଛନ୍ତି । ଏଥିରେ ପ୍ରାୟ ୧ ଲକ୍ଷ ୧୮ ହଜାରରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା । ଦୈନନ୍ଦିନ ସେମାନେ ଖାଉଥିବା ୧୩୯ ପ୍ରକାରର ଖାଦ୍ୟ ପ୍ରଦାର୍ଥ ଏବଂ ସେଥିରେ ଅବସ୍ଥିତ ପୋଷକ ତତ୍ତ୍ୱର ଯାଞ୍ଚ ହୋଇଥିଲା । ଯେଉଁଥିରୁ ଜଣାଯାଇଛି ଯେ, ଧଳା ବ୍ରେଡ ଏବଂ ଆଲକହଲ ସେବନ କରୁଥିବା ଲୋକମାନଙ୍କ ଶରୀରରେ ପ୍ରାୟ ୧୩ ବର୍ଷରେ ୧୪୬୬ କୋଲୋରେକ୍ଟଲ କ୍ୟାନ୍ସର ମାମଲା ଚିହ୍ନଟ କରାଯାଇଛି ।

ରିସର୍ଚ୍ଚରୁ ଜଣାଯାଇଛି ଯେ, ହ୍ୱାଇଟ ବ୍ରେଡରେ କାର୍ସନାଜେନ୍ କମ୍ପାଉଣ୍ଡ ମିଳିଥାଏ । ୧.୧୮ ଲକ୍ଷ ଲୋକଙ୍କ ଉପରେ ଏହି ଅଧ୍ୟୟନ ହୋଇଥିବା ବେଳେ ହ୍ୱାଇଟ ବ୍ରେଡ ଏବଂ ଆଲକହଲ ଅଧିକ ସେବନ କରିଥିବା ଲୋକଙ୍କ ଦେହରେ ଏହି ରୋଗର ଆଶଙ୍କା ଅଧିକ ମାତ୍ରାରେ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+