ପଇଡ଼ ପାଣିକୁ ସାବଧାନ ! ପିଇବା ପୂର୍ବରୁ ଥରେ ନିଶ୍ଚିତ ପଢ଼ନ୍ତୁ
ପଇଡ ପାଣି ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ବୋଲି କୁହାଯାଏ । କାରଣ ଏଥିରେ ଅନେକ ଫାଇଦା ରହିଛି । ଯେପରିକି- ପେଟ ଥଣ୍ଡା ରଖିବାଠାରୁ ଆରମ୍ଭ କରି ଖାଦ୍ୟ ହଜମ କରିବା ପର୍ଯ୍ୟନ୍ତ ସବୁ କିଛିରେ ମିଳିଥାଏ ଫାଇଦା । କିନ୍ତୁ ଆପଣ ଜାଣିଛନ୍ତି କି ପଇଡ ପାଣି ସମସ୍ତ ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ନୁହେଁ । ତେବେ ଆସନ୍ତୁ ଜାଣନ୍ତୁ ପଇଡ ପାଣିର କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ବିଷୟରେ ।

ପଇଡ ପାଣି ପିଉଛନ୍ତି କି? ହୋଇଯଆନ୍ତୁ ସାବଧାନ । କାରଣ ଏହି ପ୍ରାକୃତିକ ପାନୀୟ ଆପଣଙ୍କ ସ୍ବାସ୍ଥ୍ୟକୁ ପହଞ୍ଚାଇପାରେ କ୍ଷତି । ସାଧାରଣତଃ ପଇଡ ପାଣିକୁ ଏକ ପ୍ରାକୃତିକ ସୁପରଡ୍ରିଙ୍କ୍ସ ଭାବେ ବିବେଚନା କରାଯାଏ । ସେ ଖରା ଦିନ ହେଉ କି ଶୀତ, ଲୋକେ ସକାଳୁ ସକାଳୁ ପଇଡ ପାଣି ପିଇବାକୁ ଭଲ ପାଆନ୍ତି । କିନ୍ତୁ ମେଡିକାଲ ସାଇନ୍ସର ଏକ ଗବେଷଣାରୁ ଜଣାଯାଇଛି, ୬ଟି ଶ୍ରେଣୀର ଲୋକେ ଏଥିରୁ ଦୂରେଇ ରହିବା ନିହାତି ଜରୁରୀ । ତେବେ ଆସନ୍ତୁ ଜାଣିବା କେଉଁ ଲୋକ ଏହାକୁ ପିଇବା ଅନୁଚିତ୍ ।
ପଇଡ ପାଣିରେ କଣ ରହିଛି ଉପକାରିତା :
ପଇଡ ପାଣିରେ ଲୋ କ୍ୟାଲୋରୀ ସାଙ୍ଗକୁ ଭରପୁର ମାତ୍ରାରେ ଇଲେକ୍ଟ୍ରୋରେଟ୍ ରହିଥାଏ । ବାୟାମ କରିବା ପରେ ହାଇଡ୍ରେସନ ପାଇଁ ଏହା ଜୁରୁରୀ ଅଟେ । ସେହିପରି ଚର୍ମର ସୁସ୍ଥତା ପାଇଁ ପଇଡ ପାଣିରେ ଉପାଦାନ ରହିଛି । ଏହା ପାନୀୟ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ମାତ୍ର ଏ ସବୁ ପରେ ଏହା ପ୍ରତ୍ୟେକ ଲୋକଙ୍କ ପାଇଁ ହିତକର ନୁହେଁ ।
କେଉଁମାନେ ପଇଡ ପାଣିରୁ ଦୂରେଇ ରହିବା ଉଚିତ୍ :
ପଇଡ ପାଣିରେ ଥିବା ନ୍ୟାଚୁରାଲ ସୁଗାର କଣ୍ଟେଣ୍ଟ, ପ୍ରଚୁର ଇଲେକ୍ଟ୍ରୋରାଲ ଏବଂ ଅତ୍ୟନ୍ତ ଥଣ୍ଡା ଯୋଗୁଁ କେତେକ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଏହା କ୍ଷତିକାରକ ହୋଇପାରେ । ଯେପରିକି ଡାଏବେଟିସ ବା ମଧୁମେୟ ରୋଗୀ, କିଡନୀ ସମସ୍ୟା ଭୋଗୁଥିବା ବ୍ୟକ୍ତି, ଉଚ୍ଚ ରକ୍ତ ଚାପ, ଖାଦ୍ୟ ପ୍ରତି ଆଲର୍ଜୀ ଥିବା ବ୍ୟକ୍ତି ପଇଡ ପାଣି ନପିଇବା ଭଲ । କାରଣ ଏଥିରେ ଥିବା ଉପାଦାନ ଏହି ସବୁ ରୋଗୀଙ୍କୁ ଅଧିକ କ୍ଷତି ପହଞ୍ଚାଇପାରେ ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତି ୨୦୦ ମିଲିଲିଟର ପଇଡ ପାଣିରେ ୬-୭ ଗ୍ରାମ ସୁଗାର ଥାଏ । ଯାହାକି ଆମ ରକ୍ତରେ ଥିବା ଗ୍ଲୁକୋଜ ଲେବଲକୁ କ୍ଷତି ପହଞ୍ଚାଇଥାଏ । ତେଣୁ ଏହା ମଧୁମେୟ ରୋଗୀଙ୍କ ପ୍ରତି କ୍ଷତିକାରକ ହୋଇଥାଏ । ସେହିପରି ନିୟମିତ ଏବଂ ପ୍ରଚୁର ପରିମାଣରେ ପଇଡ ପାଣି ପିଇବା ଦ୍ବାରା ଏହା ରକ୍ତରେ ଶର୍କରା ମାତ୍ରାକୁ ବୃଦ୍ଧି କରିଥାଏ । ଏଥିସହ ଖାଦ୍ୟ ପ୍ରତି ଆଲର୍ଜୀ ଥିବା ବ୍ୟକ୍ତିମାନେ ଏଥିରୁ ଦୂରେଇ ରହିବା ଭଲ । କାରଣ ଏହା ଶରୀରରେ ଅଧିକ ପାର୍ଶ୍ବପ୍ରତିକ୍ରିୟା କରାଇଥାଏ । ଏକ ରିପୋର୍ଟ ଅନୁଯାଇ, ଖାଦ୍ୟ ପ୍ରତି ଆଲର୍ଜୀ ଥିବା ପ୍ରାୟ ୯୦ ପ୍ରତିଶତ ପିଲା ପଇଡ ପାଣି ପିଇବା ଦ୍ବାରା ଚର୍ମ ରୋଗ ଚର୍ମ ସଂକ୍ରମଣରେ ପୀଡ଼ିତ ହେଉଛନ୍ତି ।












Click it and Unblock the Notifications