ସାବଧାନ ! ଫଳ ସହ ଖାଉଛନ୍ତି କି ମିଠା, ଆଜି ହିଁ ବଦଳାନ୍ତୁ ଅଭ୍ୟାସ, ନଚେତ୍... ଭୋଗିବେ ଭୟଙ୍କର ପରିଣାମ

ଫଳ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ । ବେଳେବେଳେ ଆମେ ଫଳ ସହ ଅନ୍ୟ ସବୁ ପ୍ରକାରର ଜିନିଷ ମଧ୍ୟ ମିଶାଇ ଖାଇ ଦେଇଥାଉ । କିନ୍ତୁ ଏଭଳି ଖାଇବା ଠିକ୍‌ ନୁହେଁ । ଏହା ଆମ ପାଇଁ କ୍ଷତିକାରକ ହୋଇପାରେ । ତେବେ କେଉଁ ଫଳ ସହ କାହାକୁ ମିଶାଇ ଖାଇବା ଉଚିତ ନୁହେଁ ଆସନ୍ତୁ ଜାଣିବା...

fruit or sweets

ଲେମ୍ବୁ ଓ ଭଣ୍ଡା ମିଶାଇ ଖାଇବା ଶରୀର ପାଇଁ ବିପଦଜ୍ଜନକ,ଜାଣନ୍ତୁ...
ପାଚିଲା ଭଣ୍ଡା (Papaya) ଏବଂ ଲେମ୍ବୁ (Lemon)ହେଉଛି ଏକ ମାରାତ୍ମକ ମିଶ୍ରଣ । ଏହି ଦୁଇଟି ଜିନିଷକୁ ମିଶାଇ ଖାଇବା ଶରୀର ପାଇଁ ବିପଦଜ୍ଜନକ ହୋଇଥାଏ ବୋଲି ଡାକ୍ତରମାନେ କୁହନ୍ତି । ଏହି ଦୁଇଟି ଜିନିଷ ମିଶି ରକ୍ତରେ ହେମୋଗ୍ଲୋବିନ୍ ସମ୍ବନ୍ଧୀୟ ସମସ୍ୟା କରିପାରେ । ଲେମ୍ବୁ ଏବଂ ଭଣ୍ଡାକୁ ମିଶାଇ ଖାଇବା ଦ୍ୱାରା ଏହି ମିଶ୍ରଣ ରକ୍ତହୀନତା ସହ ଜଡିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ ।

କମଳା ଏବଂ ଗାଜର ମିଶାଇ ଖାଇବା ଶରୀର ପାଇଁ ବିପଦଜ୍ଜନକ,ଜାଣନ୍ତୁ...
ସେହିପରି କମଳା (Orange) ଏବଂ ଗାଜର (Carrot)କୁ ମଧ୍ୟ ଏକାଠି ଖାଇବା ଉଚିତ ନୁହେଁ । ଏହା ଶରୀରରେ କିଡନୀ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ । କମଳା ଏବଂ ଗାଜରର ମିଶ୍ରଣ ମଧ୍ୟ ହୃଦଘାତ ଏବଂ ପିତ୍ତ ସମ୍ବନ୍ଧୀୟ ସମସ୍ୟା ପାଇଁ ଦାୟୀ ବୋଲି ଡାକ୍ତରମାନେ କୁହନ୍ତି ।

କଦଳି ଓ ପିଜୁଳି ମିଶାଇ ଖାଇବା ଶରୀର ପାଇଁ ବିପଦଜ୍ଜନକ,ଜାଣନ୍ତୁ...
ଯଦି ଆପଣ କଦଳୀ (Banana) ଏବଂ ପିଜୁଳି (Guava)କୁ ଏକାଠି ଖାଉଛନ୍ତି ତେବେ ସାବଧାନ । ଏଭଳି ଭୁଲ୍‌ ଜମାରୁ ବି କରନ୍ତୁ ନାହିଁ । ଏହି ଦୁଇ ଫଳକୁ ଏକାଠି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହୋଇପାରେ। ଏଥିସହ ଏହା ମୁଣ୍ଡାବିନ୍ଧା ଭଳି ସମସ୍ୟାକୁ ବଢ଼ାଇଥାଏ ।

କଦଳି ଓ ପୁଡିଂ ମିଶାଇ ଖାଇବା ଶରୀର ପାଇଁ ବିପଦଜ୍ଜନକ,ଜାଣନ୍ତୁ...
କଦଳୀ (Banana)ଏବଂ ପୁଡିଂର କମ୍ବିନେସନ ସବୁଠାରୁ ଘାତକ । ଏହା ଶରୀରରେ ବିଷାକ୍ତ ପଦାର୍ଥ ଉତ୍ପନ୍ନ କରିବା କାମ କରିଥାଏ । ଏହାକୁ ଖାଇବା ଦ୍ୱାରା ଦୀର୍ଘ ସମୟ ଧରି ପେଟ ଜନିତ ସମସ୍ୟା ଲାଗି ରୁହେ ।

କମଳା ଓ କ୍ଷୀର ମିଶାଇ ଖାଇବା ଶରୀର ପାଇଁ ବିପଦଜ୍ଜନକ,ଜାଣନ୍ତୁ...
କମଳା (Orange) ସହିତ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ବହୁ ବିପଦଜନକ ହୋଇପାରେ । କମଳାରେ ଥିବା ଏସିଡ୍ ଶରୀରରେ ଥିବା ସେହି ଏନଜାଇମକୁ ନଷ୍ଟ କରିଥାଏ ଯିଏ ଖାଦ୍ୟ ହଜମ କରିବାରେ ସହାଯ୍ୟ କରିଥାଏ । କେବଳ ଏତିକି ନୁହେଁ, ଏହାକୁ କ୍ଷୀର ସହିତ ଖାଇବା ଦ୍ୱାରା ଛାତିରେ କଫ ସୃଷ୍ଟି ହୁଏ ।

କ୍ଷୀର ଓ ସପୁରୀ ମିଶାଇ ଖାଇବା ଶରୀର ପାଇଁ ବିପଦଜ୍ଜନକ,ଜାଣନ୍ତୁ...
ସପୁରୀ (Pineapple)ରେ ଥିବା ବ୍ରୋମେଲାଇନ୍‌ ନାମକ ପଦାର୍ଥ କ୍ଷୀର (Milk)ରେ ମିଶି ଶରୀରକୁ କ୍ଷତି ପହଞ୍ଚାଇବା କାମ କରିଥାଏ । କ୍ଷୀର ଓ ସପୁରୀକୁ ମିଶାଇ ଖାଇବା ଦ୍ୱାରା ଆପଣଙ୍କୁ ଗ୍ୟାସ୍, ବାନ୍ତି, ସଂକ୍ରମଣ, ମୁଣ୍ଡବିନ୍ଧା ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଇ ଗତି କରିବାକୁ ପଡିପାରେ ।

ଫଳ ଏବଂ ମିଠା ମିଶାଇ ଖାଇବା ଶରୀର ପାଇଁ ବିପଦଜ୍ଜନକ,ଜାଣନ୍ତୁ...
ଯେକୌଣସି ଫଳ ସହ ମିଠାକୁ ମିଶାଇ ଖାଇବା ପାଇଁ ଡାକ୍ତରମାନେ ବାରଣ କରନ୍ତି । ଫଳ ଏବଂ ମିଠାର କମ୍ବିନେସନର ଆମ ହଜମ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇଥାଏ । ଏହାଦ୍ୱାରା ଏସିଡିଟି, ମୁଣ୍ଡବିନ୍ଧା ତଥା ବାନ୍ତି ଭଳି ସମସ୍ୟା ସୃଷ୍ଟି ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+