ସାବଧାନ ! ଖାଉଛନ୍ତି ବଳକା ଭାତ ଗରମ କରି
ଭାତ ବଳକା ରହିବା (ରାଇସ୍) ଅନେକ ଭାରତୀୟ କିଚେନରେ ଏକ ସାଧାରଣ କଥା ଏବଂ ଅନେକ ସମୟରେ ଏହାକୁ ବିନା ସଙ୍କୋଚରେ ପୁଣି ପରବର୍ତ୍ତୀ ଦିନ , ପୁନର୍ବାର ଗରମ କରି ଖିଆ ଯାଏ। କାରଣ ଏହା ଦେଖିବାରେ ଏବଂ ବାସ୍ନାରେ ଠିକଠାକ୍ ଲାଗିଥାଏ। ଏଥିପାଇଁ ଅଧିକାଂଶ ଲୋକେ ଭାବନ୍ତି ଯେ, ଏହା ଖାଇବା ପାଇଁ ସଂପୂର୍ଣ୍ଣ ସୁରକ୍ଷିତ। ହେଲେ , ବାସ୍ତବତା ଯେ, ଯଦି ଚାଉଳକୁ ସଠିକ୍ ଢଙ୍ଗରେ ଷ୍ଟୋର୍ କିମ୍ୱା ଆଉଥରେ ଗରମ କରାନଯାଏ , ତ ଏହା ଶୀଘ୍ର ହାନିକାରକ ବ୍ୟାକ୍ଟେରିଆ ପାଇଁ ସଠିକ୍ ସ୍ଥାନ ପାଲଟି ଯାଏ।

ଡାକ୍ତର ଏମି ଶାହ , ଯିଏ ଡବଲ ବୋର୍ଡ -ସାର୍ଟିଫାଇଡ୍ ଏମଡି ଓ ନ୍ୟୁଟ୍ରିସନିଷ୍ଟ, ନିଜର ୨୩ ଅକ୍ଟୋବରର ଇନଷ୍ଟାଗ୍ରାମ୍ ପୋଷ୍ଟରେ ଚେତାବନୀ ଦେଇଛନ୍ତି । କହିଛନ୍ତି - ରାଇସ୍କୁ ଆଉ ଥରେ ଗରମ କରିବା ଏକ ଦୈନିକ କରାଯାଉଥିବା ଭୁଲରୁ ଫୁଡ୍ ପଏଜନିଂ ଓ ପେଟରେ ଇନଫେକ୍ସନର ଆଶଙ୍କା ବଢି ପାରେ।
ରାଇସକୁ ଫ୍ରିଜରେ ରଖିବା କଣ ସତରେ ଆପଣଙ୍କ ପାଇଁ ଭଲ ?
ଡାକ୍ତର ଏମି ଚେତାବନୀ ଦେଇଛନ୍ତି ଯେ, ଏମିତି ଭୁଲ କରନାହିଁ। ଏଥିରୁ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ ଏବଂ ଗୁରୁତର ସମସ୍ୟାରେ ଆପଣ ହସ୍ପିଟାଲକୁ ମଧ୍ୟ ଯିବାକୁ ପଡ଼ିପାରେ।
ସେ ପ୍ରଥମେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୁଲ୍ ଧାରଣାକୁ ସ୍ପଷ୍ଟ କରିଛନ୍ତି - ଚାଉଳକୁ ଫ୍ରିଜ୍ରେ ରଖିବା ବାସ୍ତବରେ ଆପଣଙ୍କ ପାଇଁ ବହୁତ ଭଲ। ଏହାକୁ ରୋଷେଇ କରିବା ପରେ ଏହାକୁ ଶୀଘ୍ର ଥଣ୍ଡା କରନ୍ତି ଏବଂ ସାରା ରାତି ପାଇଁ ଫ୍ରିଜ ଷ୍ଟୋର କରନ୍ତି। ଯେବେ ଆପଣ ଏହାକୁ ପରବର୍ତ୍ତୀ ଦିନ ଖାଆନ୍ତି, ତ କିଛି ଷ୍ଟାର୍ଚ ପେଟ ପାଇଁ ଫଳପ୍ରଦ ରେଜିଷ୍ଟାଣ୍ଟ ଷ୍ଟାର୍ଚରେ ବଦଳି ଯାଏ ,ଯାହା ବ୍ଲଡ୍ ସୁଗାର ରେସପନ୍ସକୁ ଭଲ କରିଥାଏ ଏବଂ ହେଲଦି ମାଇକ୍ରୋବାୟୋମକୁ ସପୋର୍ଟ କରିଥାଏ।
ହେଲେ ଡାକ୍ତର ଶାହ ଏହି କଥା ଉପରେ ଜୋର ଦେଇଛନ୍ତି ଯେ, ବାସ୍ତବରେ ବିପଦ ଫ୍ରିଜ୍ରେ ରଖିବା ଦ୍ୱାରା ନୁହେଁ , ବରଂ ଏହା ପୂର୍ବରୁ କଣ ହୋଇଥାଏ, ଏଥିରେ ରହିଛି। ସବୁଠୁ ବଡ଼ ଭୁଲ ରନ୍ଧା ଭାତକୁ ପୂରା ଦିନ ଖୋଲାରେ ରଖି ଦେବା।
ଭାତକୁ ରଖି ଦେବାର ଭୁଲ୍ ଆପଣଙ୍କୁ କେବେ କରିବା ଉଚିତ୍ ନୁହେଁ
ସେ ଆହୁରି କହିଛନ୍ତି ଯେ, ଏହି ବିପଦ ମେଡିକାଲ ଟ୍ରେନିଂରେ ଭଲଭାବେ କୁହାଯାଇଛି। ଏହା ସବୁଠୁ ବେସିକ୍ ଫୁଡ୍ ସେଫ୍ଟି ପ୍ରଶ୍ନରେ ଗୋଟିଏ ଥିଲା, ଯାହା ଉପରେ ମେଡିକାଲ ସ୍କୁଲରେ ଆମର ଟେଷ୍ଟ ନିଆଯାଇ ଥିଲା ଏବଂ ଏହା ଏକ ବଡ଼ ଚେତାବନୀ। ବିଶେଷକରି କଲେଜ୍ ଷ୍ଟୁଡେଣ୍ଟ କିମ୍ୱା କୌଣସି ବି ଏମିତି ବ୍ୟକ୍ତିଙ୍କ ପାଇଁ ଯିଏ ଖାଦ୍ୟକୁ ଅଧିକ ସମୟ ଯାଏ ଖୋଲାରେ ରଖି ଦିଅନ୍ତି।
ଡାକ୍ତର ଶାହ କହିଛନ୍ତି ଯେ, ରୁମ୍ ଟେମ୍ପରେଚରରେ ଛାଡ଼ି ଦିଆଯାଇ ଥିବା ଭାତ ହାନିକାରକ ବ୍ୟାକ୍ଟେରିଆ ବୃଦ୍ଧି ପାଇଁ ପୂରା ସଠିକ୍ ମାହୋଲ ହୋଇଥାଏ। ଯଦି ଏହା ଦୂଷିତ ହୋଇଯାଏ ,ତ ଏହା ଗୁରୁତର ଫୁଡ୍ ପଏଜନିଂର କାରଣ ହୋଇପାରେ ଏବଂ କ୍ୱଚିତ କ୍ଷେତ୍ରରେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିପାରେ।
ଶେଷରେ ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଭାତକୁ ପ୍ରଥମ ରାନ୍ଧନ୍ତୁ , ତାକୁ ଯେତେ ଶୀଘ୍ର ସମ୍ଭବ ଥଣ୍ଡା କରନ୍ତୁ , ପୁଣି ଫ୍ରିଜ୍ରେ ଏକ ଏୟାରଟାଇଟ୍ କଣ୍ଟେନରରେ ଷ୍ଟୋର କରିଦିଅନ୍ତୁ । ଏହାକୁ ଥରୁଟିଏରୁ ଅଧିକ ଗରମ କରନ୍ତୁ ନାହିଁ।












Click it and Unblock the Notifications