ସାବଧାନ ! ଭୁଲରେ ବି ଏହି ଲୋକମାନେ ଖାଆନ୍ତୁ ନାହିଁ ଅଦା ଗୁଣ୍ଡ

ଅଦାକୁ ଆମେ ରୋଷେଇ କାର୍ଯ୍ୟରେ ବହୁଳ ଭାବରେ ବ୍ୟବହାର କରିଥାଉ । ଅଦା ଵାଲା ଚାହା ଶୁଣିଲେ ଆମର ଥକାପଣ ଆପେ ଆପେ ଗାୟବ ହୋଇଯାଇଥାଏ । ଗତ ପାଂଚ ସହ ବର୍ଷ ଠାରୁ ଏସିଆର ବିଭିନ୍ନ ଦେଶରେ ଅଦାକୁ ରୋଷେଇ କାର୍ଯ୍ୟରେ ମସଲା ହିସାବରେ ବ୍ୟବହାର କରାଯାଉଛି । ଖାଦ୍ୟର ସ୍ୱାଦ ବଢେଇବା ଠାରୁ ଆରମ୍ଭ କରି ଆଚାର ପ୍ରସ୍ତୁତି ବେଳେ ମଧ୍ୟ ଅଦାର ବ୍ୟବହାର କରାଯାଇଥାଏ । ଥଣ୍ଡା ଓ କାଶ ସମୟରେ ଅଦା ଖାଇବା ଦ୍ୱାରା ଅନେକ ରୋଗରୁ ଉପଶମ ମିଳିଥାଏ । ଅଦାରେ ଗରମ ତତ୍ୱ ରହି ଥିବାରୁ ଏହା ଥଣ୍ଡା ସମୟରେ ଔଷଧ ଭଳି କାମ ଦେଇଥାଏ । ଆମେ ଅଦାର ଫାଇଦା ସମ୍ପର୍କରେ ତା ବହୁତ ଜାଣିଛନ୍ତି ହେଲେ କିଛି ଲୋକଙ୍କ ପାଇଁ ଏହା ର ବ୍ୟବହାର ବିଷ ସଦୃଶ ।

ginger even

ତାହେଲେ ଆସନ୍ତୁ ଜାଣିବା ଏହା କେଉଁ ଲୋକଙ୍କ ପାଇଁ ଅଦା ବିଷ ସଦୃଶ

କମ ଓଜନ ଥିବା ବ୍ୟକ୍ତି

ଅଦାର ରସ ସାଧରଣତଃ ଗରମ ତତ୍ୱ ରହିଥାଏ । ଏହା ମୋଟାପଣକୁ ଶୀଘ୍ର କମ କରି ଦେଇଥାଏ । ଏହାର ନିତ୍ୟ ବ୍ୟବହାର ଦ୍ୱାରା ଭୋକ ଲାଗି ନଥାଏ । ଓଜନ ହ୍ରାସ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ବହୁତ ହିତ କାରକ ଏହାର ସେବନ ଦ୍ୱାରା ଶରୀର ଓଜନ ହ୍ରାସ ବହୁତ ଶୀଘ୍ର ହୋଇଥାଏ କିନ୍ତୁ କମ ଓଜନ ପାଇଁ ଚିନ୍ତିତ ଥିବା ବ୍ୟକ୍ତି ଏହା ଠାରୁ ଦୁରେଇ ରହିବା ଭଲ ।

ବ୍ଲଡ଼ ଡ଼ିଜର୍ଡ଼ର

ଯେଉଁ ଲୋକଙ୍କର ରକ୍ତ ସମ୍ବନ୍ଧିତ ରୋଗ ଅଛି ସେମାନେ ଅଦା କମ ଖାଇବା ଦରକାର । ଖାସ କରି ହୋମୋଫିଲିଆରେ ପୀଡିତ ଥିବା ବ୍ୟକ୍ତିଙ୍କ ପାଇଁ ଏହା ଉପକାରୀ ନୁହେଁ । କାରଣ ଏହା ରକ୍ତକୁ ପତଳା କରିବାର କାର୍ଯ୍ୟ କରିଥାଏ ଏହି କାରଣରୁ ଶରୀରରେ ଅଳ୍ପ ମାତ୍ରାର ଆଘାତରେ ଏହା ବହୁତ ରକ୍ତ କ୍ଷରଣ କରିଥାଏ । ଅଦା ସେହି ଲୋକଙ୍କ ପାଇଁ ଉପକାରୀ ଯେଉଁମାନଙ୍କର ରକ୍ତ ଜମାଟର ସମସ୍ୟା ଅଛି ।

ହୃଦ ଜନିତ ସମସ୍ୟା

ଅଦାକୁ ବହୁଳ ଭାବରେ ବ୍ୟବହାର କରିବା ଦ୍ୱାରା ଏହା ହୃତପିଣ୍ଡକୁ ଆଘାତ ଦେଇଥାଏ । ଏକ ରିସର୍ଚ୍ଚ ଅନୁସାରେ ଅଦାର ବହୁଳ ବ୍ୟବହାର ହୃତ ସ୍ପନ୍ଦନରେ ଖରାପ ପ୍ରଭାବ ପକାଇଥାଏ ହେଲେ ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ।

ଶୋଇବାରେ ସମସ୍ୟା

ଅଦାର ବହୁଳ ବ୍ୟବହାର ରେ ଅନିଦ୍ରା ଭଳି ସମସ୍ୟା ଦେଖା ଦେଇଥାଏ ଅଦା ମିଶା ଚାହା ଆମକୁ ଭଲ ଲାଗିଲେ ମଧ୍ୟ ଏହାକୁ ରାତିରେ ଖାଇଲେ ନିଦ ହୋଇନଥାଏ । ସୁସ୍ଥ ଶରୀର ପାଇଁ ଭଲ ନିଦ ନିହାତି ଆବଶ୍ୟକ ନିହାତି ।

ପିତ୍ତାଶୟର ପଥର ସମସ୍ୟା

ଅଦା ଗ୍ଯାଲେଷ୍ଟୋନରେ ପୀଡିତ ଥିବା ବ୍ୟକ୍ତିଙ୍କୁ ପ୍ରତିକୂଳ ପ୍ରଭାବ ପକାଇଥାଏ । କାରଣ ଏହା ପିତ୍ତର ଉତ୍ପାଦନକୁ ବଢ଼ାଇ ଥାଏ ଯାହା ଦ୍ୱାରା ପଥର ସୃଷ୍ଟି ହୋଇଥାଏ ଏଥିପାଇଁ ଗ୍ଯାଲେଷ୍ଟୋନ୍ କିମ୍ବା ପିତ୍ତାଶୟ ରେ ପୀଡିତ ଥିବା ବ୍ୟକ୍ତି ଅଦା ସେବନ କରିବା ଅନୁଚିତ ।

ଗର୍ଭାବସ୍ଥା

ଗର୍ଭାବସ୍ଥାର ପ୍ରଥମ ମାସରେ ଅଦାର ସେବନ କରିବା ଦ୍ୱାରା ହେଉଥିବା ଦୁର୍ବଳ ଲାଗିବ ତଥା ଥକାପଣ ଦୂର ହୋଇ ଯାଇଥାଏ । କିନ୍ତୁ ଜନ୍ମର କିଛି ମାସ ପୂର୍ବରୁ ଏହା ଠାରୁ ଦୁରେଇ ରହିବା ଦରକାର ।

ପ୍ରତିଦିନ ଔଷଧ ଖାଉଥିବା ବ୍ୟକ୍ତି

ଡାଇବେଟିସ ଓ ଉଚ୍ଚ ରକ୍ତଚାପରେ ଔଷଧ ଖାଉଥିବା ବ୍ୟକ୍ତି ଅଦା ଠାରୁ ଦୁରେଇ ରହିବା ନିହାତି ଦରକାର । କାରଣ ଏହି ଔଷଧରେ ଥିବା ଡ୍ରଗ୍ସ ଭଳି ବେଟା-ବ୍ଲକରସ,ଆଣ୍ଟି କୋଗୁଳେଣ୍ଟସ ଏବଂ ଇନ୍ସୁଲିନ ଅଦା ସହିତ ମିଶି ଏକ ବିପଦଜନକ ମିଶ୍ରଣ ହୋଇଥାଏ ।

ଏସିଡ଼ିଟି

ଅଦାର ବ୍ୟବହାର ପେଟ ବିନ୍ଧୁଥିବା ବେଳେ କରାଯାଇଥାଏ । କିନ୍ତୁ ଏହାର ଅଧିକ ସେବନ କରିବା ଦ୍ୱାରା ବିଭିନ୍ନ ପ୍ରକାର କ୍ଷତିକାରକ ରୋଗ ସୃଷ୍ଟି କରିଥାଏ । ଅଦା ମିଶା ଚାହା ପିଇବା ଦ୍ୱାରା ପେଟରେ ଏସିଡର ସ୍ତର ବଢିଥାଏ ଯେଉଁ କାରଣରୁ ମଣିଷ ଶରୀରରେ ଏସିଡର ଉତ୍ପାଦନ ହୋଇଥାଏ ଯାହାକୁ ଆମେ ଏସିଡ଼ିଟି ବୋଲି କହିଥାଉ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+