ସାବଧାନ ! ଭୁଲରେ ବି ଏହି ୫ ଜଣ ଖାଆନ୍ତୁ ନାହିଁ ଅଣ୍ଡା, ନଚେତ୍ ଭୋଗିବେ ଭୟଙ୍କର ପରିଣାମ

କଥାରେ ଅଛି 'ସନଣ୍ଡେ ହୋ ୟା ମନଣ୍ଡେ ରୋଜ୍ ଖାଓ ଅଣ୍ଡେ' । ଦେଶରେ କୁପୋଷଣ ଦୂର କରିବା ପାଇଁ ଏହି ନାରା ଦିଆଯାଇଥିଲା । ହେଲଥ ଏକ୍ସପର୍ଟ ବି ଏହାକୁ ପ୍ରତିଦିନ ଖାଇବାକୁ କହିଥାନ୍ତି । କିନ୍ତୁ ଅଣ୍ଡା ପ୍ରକୃତିରେ ଗରମ । ଅଣ୍ଡା ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ। ଏଥିରେ ପ୍ରୋଟିନ୍, କ୍ୟାଲସିୟମ୍, ଫୋଲିକ୍ ଏସିଡ୍, ଆମିନୋ ଏସିଡ୍ ଏବଂ ଫସଫରସ୍ ଇତ୍ୟାଦି ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଅଣ୍ଡା ଖାଇବା ଦ୍ୱାରା ହାଡ ମଜବୁତ ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଶକ୍ତିଶାଳୀ ହୁଏ। ଯେଉଁମାନେ ସୁସ୍ଥ ଏବଂ ପ୍ରୋଟିନ୍ ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ ଏହା ଲାଭଦାୟକ।

eggs

କିନ୍ତୁ କଥାରେ ଅଛି ଅତି ଲେମ୍ବୁ ଚିପୁଡ଼ିଲେ ପିତା । ଠିକ ସେହି ପରି କିନ୍ତୁ ଅଧିକ ଅଣ୍ଡା ଖାଇବାକୁ ମଧ୍ୟ ବାରଣ କରାଯାଇଛି । ଏହାକୁ ନେଇ ହେଲଥ ଏକ୍ସପର୍ଟ ଖରାପ ଓ ଭଲ ଗୁଣ ବି କହିଛନ୍ତି । ତେବେ ଅଣ୍ଡା କ'ଣ ବ୍ଲଡ ସୁଗାର ଲେବଲ ବଢ଼ାଇଥାଏ? ଏହା ଖାଇଲେ କ'ଣ କ୍ୟାନ୍ସରର ସମ୍ଭାବନା ଥାଏ ? ବାସ୍ତବରେ ଅଧିକ ଅଣ୍ଡା ଖାଇବା ଦ୍ୱାରା କଣ ହୁଏ ଆସନ୍ତୁ ଜାଣିବା ...

କେଉଁମାନେ ଖାଇବେନି ଅଣ୍ଡା:ଅଣ୍ଡା ଖାଇଲେ କ୍ୟାନ୍ସର ହେବାର ସମ୍ଭାବନା ଥାଏ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏବେ ଯାଏ ଏହାକୁ ନେଇ ସଠିକ ରିପୋର୍ଟ ସାମ୍ନାକୁ ଆସିନାହିଁ । ସେହି ଲୋକ ଅଣ୍ଡାର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରହିବା ଉଚିତ୍, ଯେଉଁମାନଙ୍କର କିଡନୀ ସମସ୍ୟା ଥାଏ। ହାଇ କୋଲେଷ୍ଟ୍ରୋଲ ହାର୍ଟ ଆଟାକର ଗୋଟେ କାରଣ ବୋଲି କୁହାଯାଏ । ଅଣ୍ଡାରେ ଥିବା ପ୍ରୋଟିନ, ଫ୍ୟାଟ ଇତ୍ୟାଦି କୋଲେଷ୍ଟ୍ରୋଲକୁ ବଢ଼ାଇଥାଏ । ଯାହା ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଅଧିକା ଅଣ୍ଡା ଖାଇଲେ ଏହି ସମସ୍ୟା ସୃଷ୍ଟି ହୋଇପାରେ ।

ଡାଇବେଟିସ ରୋଗୀ ଅଣ୍ଡା ଖାଇବେ ନା ନାହିଁ ଏହାକୁ ନେଇ ଅନେକ ଚର୍ଚ୍ଚା ହୁଏ । କିଛି ଡାକ୍ତର ଅଣ୍ଡା ନ ଖାଇବାକୁ କହିଥାନ୍ତି । କିନ୍ତୁ ଅଣ୍ଡା ଅଧିକ ଖାଇବା ଠିକ୍ ନୁହେଁ । ଯଦି ଆପଣ ଅଣ୍ଡା ଖାଇବାକୁ ଚାହୁଁଛନ୍ତି, ତେବେ ଥରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ହିଁ ଏହାକୁ ଖାଆନ୍ତୁ। କେହି କେହି କୁହନ୍ତି ଅଣ୍ଡା ଖାଇବା ଦ୍ବାରା ମୋଟାପଣ ବଢ଼େ । କିନ୍ତୁ ଏହା ଭୁଲ । ଅଣ୍ଡାର କେସର ନ ଖାଇ ଧଳା ଅଂଶ ଖାଇଲେ ଦେହ ପାଇଁ ଭଲ ହୋଇଥାଏ । ଏହା ଖାଇବା ଦ୍ବାରା ଅଧିକ ସମୟ ଯାଏ ପେଟ ଭର୍ତ୍ତି ହୋଇ ରହେ ଏବଂ ଭୋକ କମ୍ ହୁଏ ।

ଅଣ୍ଡାର ପ୍ରକୃତି ଗରମ। ଯଦି ଆପଣଙ୍କର ଡାଇରିଆ ସମସ୍ୟା ଅଛି, ତେବେ ଭୁଲରେ ମଧ୍ୟ ଅଣ୍ଡା ଖାଆନ୍ତୁ ନାହିଁ। କାରଣ ଅଣ୍ଡା ଖାଇବା ଦ୍ୱାରା ପେଟ ଖରାପ ହୋଇପାରେ। ଅଣ୍ଡାର ଅତ୍ୟଧିକ ବ୍ୟବହାର ହେତୁ ଶରୀରର କୋଲେଷ୍ଟ୍ରଲ ସ୍ତର ବଢ଼ିଥାଏ, ତେଣୁ ଯେଉଁମାନଙ୍କର କୋଲେଷ୍ଟ୍ରଲ ସ୍ତର ଅଧିକ, ସେମାନେ ଏହାର ବ୍ୟବହାରରୁ ଦୂରେଇ ରହିବା ଉଚିତ୍। ବିଶେଷକରି ଅଣ୍ଡାର ହଳଦିଆ ଅଂଶ। କାରଣ ଯଦି ଆପଣ ଏହାକୁ ସେବନ କରନ୍ତି, ତେବେ ଏହା କୋଲେଷ୍ଟ୍ରଲର ସମସ୍ୟାକୁ ଆହୁରି ବଢ଼ାଇପାରେ। କୋଷ୍ଠକାଠିନ୍ୟ ସମସ୍ୟା ଛୋଟ ମନେହୁଏ କିନ୍ତୁ ଯେଉଁମାନେ ଏହି ସମସ୍ୟା ଦେଇ ଗତି କରିଛନ୍ତି ସେମାନେ ଏହାକୁ ଭଲ ଭାବରେ ଜାଣନ୍ତି। ଯଦି ଆପଣଙ୍କର ପାକସ୍ଥଳୀ ସମ୍ବନ୍ଧୀୟ ସମସ୍ୟା ଯେପରିକି ହଜମ, କୋଷ୍ଠକାଠିନ୍ୟ ଇତ୍ୟାଦି ଅଛି, ତେବେ ଅଣ୍ଡା ଖାଇବାରୁ ଦୂରେଇ ରୁହନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+