ସାବଧାନ ! ରାତିରେ ଶୋଇବା ପରେ ବାହାରୁଛି କି ଝାଳ, ହୋଇପାରେ ଏହି ରୋଗର ଲକ୍ଷଣ

ରାତିରେ ଶୋଇବା ସମୟରେ ଅନେକ ଲୋକଙ୍କର ଝାଳ ବାହାରିଥାଏ । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନଙ୍କର ରାତିରେ ଅଧିକ ଝାଳ ବାହାରିଥାଏ । ଯଦି ଆପଣଙ୍କର ମଧ୍ୟ ରାତିରେ ଅତ୍ୟଧିକ ଝାଳ ବାହାରୁଛି କିମ୍ବା ଆପଣଙ୍କର ହଠାତ୍ ଓଜନ ହ୍ରାସ ହେଉଛି ତେବେ ଆପଣ ସତର୍କ ରହିବା ଆବଶ୍ୟକ ? କାହିଁକି ନା କିଛି ବଡ ରୋଗ ହେବା ପୂର୍ବରୁ ଆମ ଶରୀରକୁ ଆଗୁଆ ଜଣା ପଡ଼ିଯାଏ ଏବଂ ଏହା ବିଷୟରେ ଶରୀର ଚେତାବନୀ ଦେବା ଆରମ୍ଭ କରେ ।

health tips

ଯଦି ଆପଣଙ୍କର ରାତିରେ ଅଧିକ ଝାଳ ବାହାରୁଛି କିମ୍ବା ଶୀଘ୍ର ଓଜନ ହ୍ରାସ ହେଉଛି ତେବେ ସାବଧାନ ହୋଇଯାଆନ୍ତୁ । ବେଳେବେଳେ ଏମିତି ଘଟିବା ସ୍ୱାଭାବିକ, କିନ୍ତୁ ଯଦି ଏହି ସମସ୍ୟା ବାରମ୍ବାର ହେଉଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ, କାରଣ ଏହା ଲିମ୍ଫୋମାର ଲକ୍ଷଣ ହୋଇପାରେ, ଯାହା ଏକ ପ୍ରକାରର କ୍ୟାନ୍ସର ।

ଅନେକ ଥର ପରିବେଶ ସ୍ୱାଭାବିକ ଥିଲେ ମଧ୍ୟ ଲୋକମାନେ ଝାଳରେ ବୁଡ଼ି ରୁହନ୍ତି । ଥଣ୍ଡା ଅଞ୍ଚଳରେ ରହୁଥିବା ଲୋକଙ୍କଠାରେ ମଧ୍ୟ ଏହି ସମସ୍ୟା ଦେଖାଦେଇପାରେ । କ୍ଳାନ୍ତ ଅନୁଭବ ନକରିବା ସତ୍ତ୍ୱେ ରାତିରେ ଅନେକ ଲୋକଙ୍କର ଅଧିକ ଝାଳ ବାହାରିଥାଏ । ଯଦି ଏଭଳି କିଛି ଘଟୁଛି ତେବେ ଏହାକୁ ଅଣଦେଖା କରିବା ବିପଜ୍ଜନକ ହୋଇପାରେ, କାରଣ ଏହା ଲିମ୍ଫୋମା କ୍ୟାନ୍ସର ହୋଇପାରେ, ଯାହା ଲିମ୍ଫୋସାଇଟ୍ ଅର୍ଥାତ RBC ଉପରେ ପ୍ରଭାବ ପକାଇଥାଏ ।

ଲିମ୍ଫୋମା କଣ ?

ଆମ ସମସ୍ତଙ୍କର ଶରୀରରେ ଏକ ଲିମ୍ଫାଟିକ୍ ସିଷ୍ଟମ୍ ଅଛି, ଯେଉଁଥିରେ ଲିମ୍ଫ ନୋଡସ୍ (Lymph nodes), Spleen , Thymus, Bone Marrow ରହିଥାଏ । ଏଠାରେ ବିଭିନ୍ନ ରକ୍ତ କଣିକା ସୃଷ୍ଟି ହୁଏ । ଅନେକ ପ୍ରକାରର ସଂକ୍ରମଣ ସହିତ ଲଢ଼ିବା ପାଇଁ ଏହି ବିନ୍ଦୁଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିମଧ୍ୟରୁ କୌଣସିରେ କ୍ୟାନ୍ସର ହେଲେ ତାକୁ ଲିମ୍ଫୋମା କୁହାଯାଏ ।

ଲିମ୍ଫୋମାର କାରଣ:

ଲିମ୍ଫୋମା କାହିଁକି ହୁଏ ତାର କୌଣସି ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଅବଶ୍ୟ ଏହା ଲିମ୍ଫୋସାଇଟ୍ ନାମକ କେତେକ କୋଷରୁ ଉତ୍ପନ୍ନ ହୋଇଥାଏ ବୋଲି ବିଶ୍ଵାସ କରାଯାଏ, ଯାହା ବ୍ୟାକ୍ଟେରିଆ ଏବଂ ଭାଇରସ ସହ ମୁକାବିଲା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+