ସାବଧାନ ! ଖାଉଛନ୍ତି ବାସୀ ଅଟର ରୁଟି, ବଦଳାନ୍ତୁ ଅଭ୍ୟାସ; ନଚେତ୍..

ସାବଧାନ ! ବାସି ଅଟାରେ ରୁଟି ଖାଉଥିଲେ ସାବଧାନ । ହୋଇପାରେ ଭୟଙ୍କର ରୋଗ । ପେଟ ଯନ୍ତ୍ରଣାଠାରୁ ଆରମ୍ଭ କରି କୋଷ୍ଠକାଠିନ୍ୟ ପର୍ଯ୍ୟନ୍ତ ଭଳି ରୋଗ ଆପଣଙ୍କୁ ଗ୍ରାସ କରିପାରେ । କାରଣ ବାଶି ଅଟା ଚକଟା ବିଷ ସଦୃଶ ।

ruti

ଅଧିକାଂଶ ଲୋକେ ରୁଟି ଖାଇବାକୁ ବହୁତ ପସନ୍ଦ କରନ୍ତି। ଅଟା ଦଳିବା ପରେ କେହି ସଙ୍ଗେ ସଙ୍ଗେ ରୁଟି ପ୍ରସ୍ତୁତ କରନ୍ତି ତ କେହି କେହି କିଛି ଘଣ୍ଟା ପରେ ତ କେହି ଫ୍ରିଜରେ ରଖି ପରଦିନ ସେଥିରୁ ରୁଟି ତିଆରି କରନ୍ତି। ହେଲେ ଆପଣମାନେ ଜାଣିଛନ୍ତି କି ଅଟା ଦଳିବା ପରେ ବେଶୀ ସମୟ ଯାଏ ରଖିବା ଉଚିତ୍ ନୁହେଁ । କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହା ଖରାପ ପ୍ରଭାବ ପକାଇବ।

ଯଦି ଅଟାକୁ ବେଶୀ ସମୟ ଯାଏ ଦଳି ରଖାଯାଏ, ତେବେ ଏଥିରେ ବ୍ୟାକ୍ଟେରିଆ ବଢ଼ିପାରେ। ପରେ ଏଥିରେ ରୁଟି ପ୍ରସ୍ତୁତ କରି ଖାଇଲେ ଶରୀରରେ ଅନେକ ଗମ୍ଭୀର ରୋଗ ଦେଖାଯିବାର ଆଶଙ୍କା ରହିଛି। ଯେତେବେଳେ ଅଟାକୁ ଅଧିକ ସମୟ ପାଇଁ ରଖାଯାଏ। ଗରମ ଏବଂ ଥଣ୍ତା ଯୋଗୁଁ, ଅଟାରେ ବ୍ୟାକ୍ଟେରିଆ ଏବଂ କବକ ବଢ଼ିପାରନ୍ତି, ଯାହା ଅଟାର ଗୁଣବତ୍ତା ନଷ୍ଟ କରିଦିଏ। ଯଦି ଅଟାକୁ ଫ୍ରିଜରେ ରଖି ସେଥିରୁ ରୁଟି ତିଆରି କରି ଖାଇବେ ତେବେ ପେଟ ଖରାପ ହୋଇପାରେ ଏବଂ ବଦହଜମି, ଗ୍ୟାସ କିମ୍ବା ଏସିଡିଟି ଭଳି ସମସ୍ୟା ହୋଇପାରେ ।

ବିଶେଷକରି ଗ୍ରୀଷ୍ମ ଋତୁରେ ଏହା ଶୀଘ୍ର ନଷ୍ଟ ହୋଇପାରେ। ସମୟ ବଞ୍ଚାଇବା ପାଇଁ, କିଛି ଲୋକ ରାତିରେ ଅଟା ଚକଟି ଫ୍ରିଜରେ ରଖନ୍ତି ଏବଂ ସକାଳେ ଏଥିରୁ ରୁଟି ତିଆରି କରନ୍ତି। କିନ୍ତୁ, ଯଦି ଅଟାକୁ ୧୦-୧୨ ଘଣ୍ଟାରୁ ଅଧିକ ସମୟ ପାଇଁ ରଖାଯାଏ, ତେବେ ଏହା ନଷ୍ଟ ହେବା ସହ ଖଟା ମଧ୍ୟ ହୋଇପାରେ। ଯାହାକି ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ।

ଯଦି ଅଟାକୁ ଅଧିକ ଦିନ ଧରି ରଖାଯାଏ, ତେବେ ଏହାର ରଙ୍ଗ ସାମାନ୍ୟ ଧୂସର କିମ୍ବା ହାଲୁକା ସବୁଜ ମଧ୍ୟ ହୋଇପାରେ । ଏଥିରୁ ଜଣାପଡ଼େ ଯେ ଏଥିରେ ଜୀବାଣୁ କିମ୍ବା କବକ ସୃଷ୍ଟି ହୋଇଛି । ଯଦି ଏହିପରି ଅଟା ଥାଏ ତେବେ ଏହି ଅଟାରୁ ତିଆରି ରୁଟି ଖାଇବାରୁ ଦୂରେଇ ରହିବା ଉଚିତ । କାରଣ ଏହି ଖାଦ୍ୟ ବିଷାକ୍ତ ହୋଇଥାଏ । ଯଦି ଆପଣ ଅଟାକୁ ଫ୍ରିଜରେ ରଖୁଛନ୍ତି, ତେବେ ଏହାକୁ ୨୪ ଘଣ୍ଟା ମଧ୍ୟରେ ବ୍ୟବହାର କରିବା ଭଲ। ୨୪ ଘଣ୍ଟାରୁ ଅଧିକ ସମୟ ଧରି ରଖିଲେ ଅଟା ଧୀରେ ଧୀରେ ଏହାର ପୁଷ୍ଟିକର ମୂଲ୍ୟ ହରାଇବାକୁ ଲାଗେ ।

ଯଦି ଆପଣ ସୁସ୍ଥ ଏବଂ ତାଜା ରୁଟି ଖାଇବାକୁ ଚାହାଁନ୍ତି, ତେବେ ଏହାକୁ ଦଳିବାର ୩-୪ ଘଣ୍ଟା ମଧ୍ୟରେ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଗ୍ରୀଷ୍ମ ଋତୁରେ ଏହାକୁ ବାହାରେ ଅଧିକ ସମୟ ପାଇଁ ରଖନ୍ତୁ ନାହିଁ ଏବଂ ଯଦି ଆପଣଙ୍କୁ ଏହା ରଖିବାକୁ ପଡ଼େ, ତେବେ ଏହାକୁ ଫ୍ରିଜରେ ରଖନ୍ତୁ, କିନ୍ତୁ ୨୪ ଘଣ୍ଟା ମଧ୍ୟରେ ବ୍ୟବହାର କରନ୍ତୁ । ଅଧିକ ସମୟ ଅଟା ରହିଲେ ଶରୀର ପାଇଁ କ୍ଷତିକାରକ ହୋଇପାରେ, ତେଣୁ ସତେଜ ଅଟା ଦଳି ରୁଟି ତିଆରି କରିବା ସବୁବେଳେ ଭଲ ହୋଇଥାଏ।

ପେଟ ସମସ୍ୟା ଦେଖାଦେବ
ଓଦା ଅଟାରେ ଫର୍ମେଣ୍ଟେସନ ପ୍ରୋସେସ୍‌ ସାଧାରଣ ଅଟା ତୁଳନାରେ ଜଲ୍‌ଦି ଆରମ୍ଭ ହୋଇଯାଏ, ଯେଉଁ କାରଣରୁ ଅଟା ଚକଟାରେ ବ୍ୟାକ୍ଟେରିଆ ବଢ଼ିବା ଆରମ୍ଭ କରିଦିଅନ୍ତି। ସାବଧାନ ରୁହନ୍ତୁ, କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ଗୁରୁତର କ୍ଷତି ପହଞ୍ଚାଇ ପାରେ। ଏଥିରୁ ପ୍ରସ୍ତୁତ ରୁଟି ଖାଇବା ଦ୍ୱାରା ପେଟ ଖରାପ ହୋଇପାରେ।

ରୋଗ ପ୍ରତିରୋଧକ ଶକ୍ତି କମିଥାଏ
ଗହମ ଏକ କଠିନ ଖାଦ୍ୟଶସ୍ୟ, ଯେଉଁଥିରୁ ପ୍ରସ୍ତୁତ ରୁଟି ପେଟ ଭିତରକୁ ଯାଇ ଧିରେ ଧିରେ ହଜମ ହେବାକୁ ଲାଗିଥାଏ। ଏମିତିରେ ଯେଉଁମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ସେମାନଙ୍କୁ ରୁଟି ହଜମ କରିବା କଷ୍ଟକର ହୋଇପଡ଼େ। ବାସି ଅଟାର ରୁଟି ଖାଇବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହେବାକୁ ଲାଗିଥାଏ। ତେଣୁ ଆପଣ ଯଥା ସମ୍ଭବ ବାସି ଅଟା ଚକଟାର ରୁଟି ଖାଇବାଠୁ ଦୂରେଇ ରୁହନ୍ତୁ। ଏହା ଆପଣଙ୍କୁ ଏକଦମ୍‌ ରୋଗିଣା କରି ଦେବାର ଆଶଙ୍କା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+