ସାବଧାନ ! ଅଚାନକ ବଢୁଛି ପିଲାଙ୍କ ଓଜନ, ଏହି ସବୁ ରୋଗର ହୋଇପାରେ ଲକ୍ଷଣ

ସାଧାରଣ ଭାବରେ ଛୋଟ ବେଳେ ପିଲାମାନେ ଯଦି ମୋଟା ସୋଟା ହୋଇ ଗୋଲ୍ ମୋଟଲ ହୋଇ ଥାଆନ୍ତି ତେବେ ସମସ୍ତଙ୍କୁ ପସନ୍ଦ ଆସି ଥାଆନ୍ତି । ଏଭଳି ପୁଚକା ଛୁଆଙ୍କୁ ସମସ୍ତେ ମଧ୍ୟ ଗେଲ୍ହା କରିବାକୁ ପସନ୍ଦ କରନ୍ତି । କିନ୍ତୁ ଆଜିର ବିଜ୍ଞାନ ଯୁଗରେ ଏଭଳି ପିଲାମାନେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, 2016 ରେ, ବିଶ୍ୱବ୍ୟାପୀ 5 ବର୍ଷରୁ କମ୍ ବୟସର ପ୍ରାୟ 4.1 କୋଟି ପିଲା ମେଦବହୁଳତାରେ ଶୀକାର ହୋଇଛନ୍ତି। ଏହି ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ସହରାଞ୍ଚଳରେ ରହୁଥିବା ପିଲା ଥିଲେ। ମୋଟାପଣ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ବହୁତ କ୍ଷତି ପହଞ୍ଚାଇପାରେ । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ରୋଗରେ ଶିକାର ହୁଅନ୍ତି ଏହି ମୋଟା ପିଲାମାନେ ...

children

ମୋଟାପଣ ଯୋଗୁଁ କେଉଁ ରୋଗ ହେବାର ଆଶଙ୍କା ବୃଦ୍ଧି ପାଏ?

ହୃଦୟ ରୋଗ ବା ହାର୍ଟ ଆଟାକ୍ - ମୋଟା ପିଲାଙ୍କଠାରେ ହୃଦରୋଗର ଆଶଙ୍କା ଅଧିକ ଦେଖାଦେଇଥାଏ। ମୋଟାପଣ ଯୋଗୁଁ ରକ୍ତଚାପ ଏବଂ ଦେହ ହାତ ଫୁଲିବା ଆରମ୍ଭ କରେ ଏବଂ ଏହି ଦୁଇଟି କାରଣ ହୃଦରୋଗକୁ ଆମନ୍ତ୍ରଣ କରେ। ଏହା ସହିତ, କୋଲେଷ୍ଟ୍ରଲ୍ ସ୍ତର ମଧ୍ୟ ବୃଦ୍ଧି ପାଏ, ଯାହା ଫଳରେ ଧମନୀ ଅବରୋଧିତ ବା ଅର୍ଟରୀଜ୍ ବ୍ଲକ ହୋଇପାରେ ଏବଂ ହୃଦଘାତ ଏବଂ ଷ୍ଟ୍ରୋକର ବିପଦ ବହୁତ ବଢ଼ିଯାଏ। ତେଣୁ, ମେଦବହୁଳତା ପିଲାମାନଙ୍କ ମଧ୍ୟରେ ହୃଦରୋଗର ଆଶଙ୍କା ବୃଦ୍ଧି କରାଏ।

ମଧୁମେହ ବା ଡାଇବେଟିସ୍ - ମେଦବହୁଳତା ମଧୁମେହର ଏକ ପ୍ରମୁଖ କାରଣ। ମଧୁମେହରେ, ଶରୀରର ରକ୍ତ ଶର୍କରା ସ୍ତର ବଢ଼ିବାକୁ ଲାଗେ, ଯାହା ଫଳରେ ଶରୀରର ଅନ୍ୟ ଅଂଶ, ଯେପରିକି ଆଖି, ଯକୃତ, ବୃକକ୍, ସ୍ନାୟୁ ଇତ୍ୟାଦି ଉପରେ ଖରାପ ପ୍ରଭାବ ପଡ଼ିପାରେ। ଏହା ସହିତ, ମେଦବହୁଳତା ଯୋଗୁଁ ସୁଜନ ବା ହାତ ଗୋଡ଼ ଫୁଲିବା ଆରମ୍ଭ କରେ, ଯାହା ଫଲରେ ପୁଲାଙ୍କୁ ଇନସୁଲିନ୍ ଦେବାକୁ ପଡ଼ିଥାଏ।

ହାଡ଼ ସମସ୍ୟା - ମେଦବହୁଳତା ପିଲାମାନଙ୍କ ଗଣ୍ଠି ଏବଂ ହାଡ଼ ଉପରେ ବହୁତ ଚାପ ପକାଇଥାଏ, ଯାହା କାରଣରୁ ଅର୍ଥରାଇଟିସ ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଏହି କାରଣରୁ, ପ୍ରାୟତଃ ଚାଲିବାରେ କଷ୍ଟ ଏବଂ ହାଡ଼ ମକଚି ହୋଇଯିବା ଭଳି ସମସ୍ୟା ହୋଇପାରେ। କେବଳ ଏତିକି ନୁହେଁ, ମୋଟାପଣ ଯୋଗୁଁ ଭିଟାମିନ୍-ଡି ର ଅଭାବ ମଧ୍ୟ ଦେଖାଦିଏ, ଫଳରେ ହାଡ଼ ଏବଂ ମାଂସପେଶୀ ସବୁ ଦୁର୍ବଳ ହୋଇଯାଏ।

କର୍କଟ ରୋଗ ବା କ୍ୟାନ୍ସର - ମେଦବହୁଳତା ଅନେକ ପ୍ରକାରର କର୍କଟ ରୋଗର ଆଶଙ୍କା ବୃଦ୍ଧି କରେ, ଯେପରିକି ସ୍ତନ କର୍କଟ, କୋଲନ୍ କର୍କଟ ଏବଂ ଏଣ୍ଡୋମେଟ୍ରିଆଲ୍ କର୍କଟ ଇତ୍ୟାଦି।

ସ୍ଲିପ୍ ଆପ୍ନିଆ - ମେଦବହୁଳତା ଯୋଗୁଁ, ଗଳା ପାଖରେ ଚର୍ବି ମଧ୍ୟ ବୃଦ୍ଧି ପାଏ, ଯାହା କାରଣରୁ ଶ୍ବସ ନଳୀ ଦେଇ ଠିକ୍ ଭାବରେ ବାୟୁ ଯାଇପାରେ ନାହିଁ । ଫଳରେ ନିଶ୍ବସ-ପ୍ରଶ୍ବାସରେ ସମସ୍ୟା ଦେଖାଦିଏ। ଏହି ସମସ୍ୟା ବିଶେଷକରି ଶୋଇବା ସମୟରେ ହୁଏ, ଯାହାକୁ ସ୍ଲିପ୍ ଆପ୍ନିଆ କୁହାଯାଏ।

ଉଚ୍ଚ ରକ୍ତଚାପ ବା ବ୍ଲଡ-ପ୍ରେସର - ମେଦବହୁଳତା ଯୋଗୁଁ ଉଚ୍ଚ ରକ୍ତଚାପ ହେବାର ଅଧିକ ଆଶଙ୍କା ଥାଏ। ଯଦି ମୋଟା ପିଲାମାନଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ-ପ୍ରେସର ଦେଖାଦିଏ, ତେବେ ସେମାନଙ୍କଠାରେ ମଧୁମେହ ବା ଡାଇବେଟିସ ଏବଂ ହୃଦରୋଗର ଆଶଙ୍କା ବୃଦ୍ଧି କରିବା ସହିତ ପିଲାଙ୍କୁ ଆହୁରୀ ଗମ୍ଭୀର ରୋଗରେ ଆକ୍ରାନ୍ତ କରାଇପାରେ ।

ଫ୍ୟାଟି ଲିଭର - ମେଦବହୁଳତା ପିଲାମାନଙ୍କ ମଧ୍ୟରେ ଫ୍ୟାଟି ଲିଭରର ବିପଦ ମଧ୍ୟ ବୃଦ୍ଧି କରାଏ। ପ୍ରକୃତରେ, ମେଦବହୁଳତା ଯୋଗୁଁ, ଯକୃତରେ ଅଧିକ ଚର୍ବି ଜମା ହେବାକୁ ଲାଗେ। ଏହା ଯୋଗୁଁ, ଫ୍ୟାଟି ଲିଭର ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ରୋଗ ମଧ୍ୟ ହୋଇପାରେ।

ତେଣୁ, ପିଲାମାନଙ୍କୁ ମେଦବହୁଳତାରୁ ରକ୍ଷା କରିବା ଆମପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଯଦି ସେମାନେ ଅଧିକ ଓଜନ କିମ୍ବା ମେଦବହୁଳତାର ଶିକାର ହେଉଛନ୍ତି, ତେବେ ସେମାନଙ୍କର ଜୀବନଶୈଳୀରେ ପରିବର୍ତ୍ତନ ଆଣି ସେମାନଙ୍କର ଓଜନ ହ୍ରାସ କରିବା ଉଚିତ।

କେମିତି ମେଦବହୁଳତାରୁ ପିଲାଙ୍କୁ ବଞ୍ଚାଇବା ?

-ପିଲାମାନଙ୍କୁ ବାହାରେ ଖେଳିବାକୁ ଉତ୍ସାହିତ କରନ୍ତୁ। ଏହା ସହ ଆପଣଙ୍କ ପିଲାଙ୍କୁ ଟିଭି ଏବଂ କମ୍ପ୍ୟୁଟର ସାମ୍ନାରେ କମ୍ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ ଏବଂ ସେମାନଙ୍କ ଦ୍ବାରା ଏକ୍ସରସାଇଜ୍ କରାନ୍ତୁ ।

-ସେମାନଙ୍କ ଖାଦ୍ୟର ବିଶେଷ ଧ୍ୟାନ ଦିଅନ୍ତୁ। ଏଥିପାଇଁ ସେମାନଙ୍କ ଖାଦ୍ୟରେ ପନିପରିବା, ଫଳ, ଶସ୍ୟ, ଦହି ଇତ୍ୟାଦି ଅନ୍ତର୍ଭୁକ୍ତ କରନ୍ତୁ। ଏହା ବ୍ୟତୀତ, ସେମାନଙ୍କୁ ବାହାରୁ ଜଙ୍କ୍ ଫୁଡ଼୍ କମ୍ ଖାଇବାକୁ ଦିଅନ୍ତୁ ଏବଂ ଲୁଣ ଏବଂ ଚିନିର ପରିମାଣ ମଧ୍ୟ କମ କରନ୍ତୁ।

-ସେମାନଙ୍କୁ ବ୍ୟାୟାମ କରିବାର ଅଭ୍ୟାସ କରାନ୍ତୁ। ଚେଷ୍ଟା କରନ୍ତୁ ଯେ ଆପଣଙ୍କ ପିଲା ପ୍ରତିଦିନ ଅତି କମରେ 30 ମିନିଟ୍ ବ୍ୟାୟାମ କରୁ। ଏଥିପାଇଁ, ଆପଣ ସେମାନଙ୍କୁ ଜଗିଂ, ଦୌଡ଼ିବା, ପହଁରିବା ଏବଂ ଯୋଗ ଇତ୍ୟାଦି କରାଇପାରିବେ। ଏହା ସେମାନଙ୍କର ଭିତରେ ଶକ୍ତି ମଧ୍ୟ ବୃଦ୍ଧି କରାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+