ସାବଧାନ ! ଅକାରଣେ ଝଡୁଛି କି କେଶ, ହୋଇପାରେ ଏହି ବଡ ରୋଗର ଲକ୍ଷଣ
ଆଜିକାଲି ସମସ୍ତଙ୍କ କେଶ ଝଡିବା ଏକ ବଡ ସମସ୍ୟା। ଏହାକୁ ହାଲୁକା ଭାବେ ନେବା ଅନୁଚିତ, କାରଣ ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇପାରେ। ଏମ୍ସର ଡାକ୍ତରଙ୍କ ଅନୁଯାୟୀ, ଏଲୋପେସିଆ ଏରିଆଟା ଏକ ଅଟୋଇମ୍ୟୁନ୍ ରୋଗ, ଯେଉଁଥିରେ ଶରୀରର ପ୍ରତିରକ୍ଷା ବ୍ୟବସ୍ଥା ଭୁଲ୍ରେ କେଶର ମୂଳକୁ ଆକ୍ରମଣ କରେ। ଏହା ଫଳରେ ମୁଣ୍ଡରେ ଗୋଲାକାର ଖାଲି ପଡ଼ିଯାଏ, ଯାହାକୁ ପ୍ୟାଚି ଗଞ୍ଜାପଣ (Patchy Baldness) କୁହାଯାଏ। ଏହି ରୋଗ ସାଧାରଣତଃ ଅସ୍ଥାୟୀ ହୋଇଥାଏ ଏବଂ ଅନେକ କ୍ଷେତ୍ରରେ ଏକ ବର୍ଷ ମଧ୍ୟରେ ବିନା ଚିକିତ୍ସାରେ ମଧ୍ୟ ସମାଧାନ ହୋଇପାରେ। ତେବେ, ଏହା ସମ୍ପୂର୍ଣ୍ଣ ଗଞ୍ଜାପଣ (Alopecia Totalis) ଆକାରରେ ମଧ୍ୟ ଦେଖାଦେଇପାରେ, ଯେଉଁଥିରେ ମୁଣ୍ଡର ସମସ୍ତ କେଶ ଝଡ଼ିଯାଏ।ଗର୍ଭାବସ୍ଥା, ପ୍ରସବ ପରେ କିମ୍ବା ମେନୋପଜ ସମୟରେ ହରମୋନ୍ ପରିବର୍ତ୍ତନ ଯୋଗୁ କେଶ ଝଡ଼ିପାରେ।ମୁଣ୍ଡରେ ଫଙ୍ଗାଲ ସଂକ୍ରମଣ (Fungal Infection) ଯୋଗୁ ମଧ୍ୟ କେଶ ଝଡ଼ିପାରେ, ଯାହା ପିଲାମାନଙ୍କୁ ଅଧିକ ପ୍ରଭାବିତ କରେ।

ଏମ୍ସ ଦିଲ୍ଲୀର ଚର୍ମ ରୋଗ ବିଭାଗର ଡାକ୍ତରଙ୍କ ମତ ଅନୁଯାୟୀ, ଅଚାନକ କେଶ ଝଡ଼ିବା ବିଭିନ୍ନ କାରଣରୁ ହୋଇପାରେ, ଯେଉଁଥିରେ ଏକ ପ୍ରମୁଖ ରୋଗ ହେଉଛି ଏଲୋପେସିଆ ଏରିଆଟା। ଆଇରନ, ଜିଙ୍କ, ବାୟୋଟିନ, ଭିଟାମିନ୍ ଡି ଓ ବି୧୨ର ଅଭାବ କେଶ ଝଡ଼ିବାର କାରଣ ହୋଇପାରେ।ଅଚାନକ କେଶ ଝଡ଼ିବା ସହ ଅନ୍ୟ କିଛି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଆବଶ୍ୟକ। ଏହି ଲକ୍ଷଣଗୁଡ଼ିକ ହେଉଛି: ମୁଣ୍ଡରେ ଗୋଲାକାର ଖାଲି ପଡ଼ିବା ବା ପ୍ୟାଚି ଗଞ୍ଜାପଣ। ମୁଣ୍ଡରେ ଖଜୁଆ, ଲାଲିମା ବା ଯନ୍ତ୍ରଣା। ମହିଳାମାନଙ୍କରେ ହରମୋନ୍ ଅସନ୍ତୁଳନର ଲକ୍ଷଣ ଯେପରି ଅନିୟମିତ ଋତୁସ୍ରାବ, ମୁହଁରେ ବ୍ରଣ ବା ଅସ୍ୱାଭାବିକ ସ୍ଥାନରେ କେଶ ବୃଦ୍ଧି।
ପୁଷ୍ଟିକର ଖାଦ୍ୟ: ଭିଟାମିନ୍ ଡି, ବି୧୨, ଆଇରନ ଓ ବାୟୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଔଷଧ: ଏଲୋପେସିଆ ଏରିଆଟା ପାଇଁ ଡାକ୍ତର କର୍ଟିକୋଷ୍ଟିରଏଡ କ୍ରିମ ବା ଇଞ୍ଜେକ୍ସନ ପରାମର୍ଶ ଦେଇପାରନ୍ତି। କେମିକାଲ ଯୁକ୍ତ ପ୍ରୋଡକ୍ଟ, ଟାଇଟ ହେୟାରଷ୍ଟାଇଲ ଓ ଅତ୍ୟଧିକ ତାପ ବ୍ୟବହାର ଏଡ଼ାନ୍ତୁ। ଏସବୁ କରିବା ଦ୍ୱାରା କେଶ ଝଡିବା କମିଥାଏ। ଏହାସହ ଅଧିକ ମାତ୍ରାରେ ପାଣି ପିଅନ୍ତୁ।












Click it and Unblock the Notifications