ସାବଧାନ ! ଶୀତଦିନେ ମୋଜା ପିନ୍ଧି ଶୋଉଥିଲେ , ଦେଖା ଦେବ ଏହି ସବୁ ସମସ୍ୟା

ଶୀତଦିନ ଆସିବା ମାତ୍ରେ ଆମେ ଶୀତ ପୋଷାକ ଉପରେ ନିର୍ଭର କରିଥାଉ । ସ୍ୱେଟର, ମୋଜା, ମଫଲର ଇତ୍ୟାଦିର ବ୍ୟବହାର କରିଥାଉ। ଅନେକ ଲୋକ ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ରାତିରେ ଉଲ୍‌ କପଡ଼ା ପିନ୍ଧି ହିଁ ଶୋଇ ଯାଆନ୍ତି। କିନ୍ତୁ ଏହା ଏକ ଖରାପ ଅଭ୍ୟାସ, ରାତିରେ ଉଲ୍‌ କପଡ଼ା ପିନ୍ଧି ଶୋଇଲେ ଶରୀରକୁ ଅନେକ କ୍ଷତି ପହଞ୍ଚିଥାଏ। ଯଦି ଆପଣ ସ୍ୱେଟର ପିନ୍ଧି ଶୋଇବାକୁ ଚାହୁଁଛନ୍ତି, ତ ପ୍ରଥମେ କଟନ ବସ୍ତ୍ର ପିନ୍ଧି ତା' ଉପରେ ସ୍ୱେଟର ପିନ୍ଧିପାରିବେ। କିଛି ଲୋକ ରାତିରେ ଥଣ୍ଡାରୁ ବଞ୍ଚିବା ପାଇଁ ମୋଜା ପିନ୍ଧି ଶୋଇଥାନ୍ତି । ଏହାଛଡା ମୋଜା ପିନ୍ଧିବା ଦ୍ୱାରା ଗୋଡ ପାଟିବା କମ୍‌ ହୋଇଥାଏ। ପାଦ ଗରମ ରହିଥାଏ। ଝାଳରୁ ଛୁଟକାରା ମିଳିଥାଏ ।

wearing

ହେଲେ ମୋଜା ପିନ୍ଧି ଶୋଇବା ଦ୍ୱାରା ଅନେକ କ୍ଷତି ମଧ୍ୟ ହୋଇଥାଏ । ଯଦି ଆପଣ ଏମିତି କରୁଛନ୍ତି, ତେବେ ତୁରନ୍ତ ଆପଣଙ୍କ ଅଭ୍ୟାସ ବଦଳାଇଦିଅନ୍ତୁ । ରାତିରେ ଶୋଇବା ସମୟରେ ଆପଣ ଯଦି ମୋଜା ପିନ୍ଧି ଶୋଉଛନ୍ତି, ତେବେ ଏହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇବ। ତେବେ ଜାଣନ୍ତୁ କ'ଣ ପ୍ରଭାବ ପଡିବ ।

ଯଦି ଆପଣ ଅଧିକ ସମୟ ପର୍ଯ୍ୟନ୍ତ ମୋଜା ପିନ୍ଧୁଛନ୍ତି ତାହେଲେ ଏହାଦ୍ୱାରା ପାଦ ଷ୍ଟିଫ ହୋଇଯାଇଥାଏ ଏବଂ ପାଦ ଝିମଝିମ ହେବା ଭଳି ସମସ୍ୟା ଦେଖାଦେଇଥାଏ । ପାଦରୁ ଝାଳ ବାହାରିବା ସହିତ ଏହା ପାଦରେ ଫଙ୍ଗଲ ଇନଫେକ୍ସନ ଭଳି ସମସ୍ୟା ସୃଷ୍ଟି କରିଥାଏ । ଯାହାଦ୍ୱାରା ପାଦର ତ୍ୱଚା ଖରାପ ହୋଇଯାଇଥାଏ । ଟାଇଟ ମୋଜା ପିନ୍ଧିବାର ଅଭ୍ୟାସ ଆପଣଙ୍କୁ ଭ୍ୟାରିକୋଜ ଭେନସ(ପାଦର ଶିରାପ୍ରଶିରା ନୀଳ ପଡିଯିବା)ଭଳି ରୋଗର ଶିକାର ବନାଇଥାଏ । କେବଳ ସେତିକି ନୁହେଁ ଯଦି ଏହି ରୋଗ ଆପଣଙ୍କୁ ପୂର୍ବରୁ ଅଛି ତାହେଲେ ପରିସ୍ଥିତି ସଙ୍କଟାପର୍ଣ୍ଣ ହେବାର ଆଶଙ୍କା ରହିଥାଏ ।

ମୋଜା ପିନ୍ଧି ଶୋଇବାର କ୍ଷତି :

ରକ୍ତ ସଞ୍ଚାଳନରେ ସମସ୍ୟା : ଶୋଇବା ସମୟରେ ମୋଜା ପିନ୍ଧି ଶୋଇବା ଦ୍ୱାରା ରକ୍ତ ସଂଚାଳନରେ ସମସ୍ୟା ଆସିଥାଏ । ଶୋଇବା ସମୟରେ ଅଧିକ ଟାଇଟ ମୋଜା ପିନ୍ଧିବା ଦ୍ୱାରା ବ୍ଲଡ ଫ୍ଲୋ କମ୍‌ ହୋଇଯାଏ ।

ଓଭର ହିଟିଂ ସମସ୍ୟା : ରାତିରେ ମୋଜା ପିନ୍ଧି ଶୋଇବା ଦ୍ୱାରା ବ୍ୟକ୍ତିକୁ ଓଭରଯିଟିଂ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଯାହାଦ୍ୱାରା ଶରୀରର ତାପମାତ୍ରା ହଠାତ୍‌ ବଢିଯିବା ସହିତ ବିଚଳିତ ଏବଂ ଅସହଜ ଅନୁଭବ ଲାଗିଥାଏ ।

ସ୍କିନ ଆଲର୍ଜି : ଦିନଯାକ ମୋଜା ପିନ୍ଧି ବୁଲିବା ଯୋଗୁଁ ଧୂଳି ମଳି ଜମି ରହିଥାଏ। ଆଉ ଯଦି ରାତିରେ ମୋଜା ପିନ୍ଧି ଶୋଇବେ, ତେବେ ପାଦରେ ସଂକ୍ରମଣ ବଢିଯାଏ ।

ହୃଦୟ ପାଇଁ କ୍ଷତିକାରକ : ଶୀତଦିନରେ ଟାଇଟ ମୋଜା ପିନ୍ଧିବା ଦ୍ୱାରା ପାଦର ଶିରା ଉପରେ ପ୍ରଭାବ ପଡିଥାଏ। ଯାହା ଦ୍ୱାରା ହୃଦୟରେ ରକ୍ତ ସଂଚାଳନ ହେବାରେ ସମସ୍ୟା ଆସିଥାଏ । ଏଥିଯୋଗୁଁ ହୃଦୟ ଉପରେ ପ୍ରଭାବ ପଡେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+