ସାବଧାନ ! ଏହି ସବୁ ଲକ୍ଷଣ ଥିଲେ ଭୁଲରେ ବି ପୁଅନ୍ତୁ ନାହିଁ ଗରମ ପାଣି, ନଚେତ୍... ଭୋଗିବେ ଭୟଙ୍କର ପରିଣାମ

ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ଭଲ ବୋଲି ସବୁ ଜାଣିଛନ୍ତି । ଉଷୁମ ପାଣି ପିଇବା ଦ୍ୱାରା ଓଜନ କମିଥାଏ, ପେଟ ସଫା ଏବଂ ଅନେକ ଲାଭ ମିଳିଥାଏ । କିନ୍ତୁ କିଛି ଲୋକଙ୍କ ପାଇଁ ସକାଳେ ଗରମ ପାଣି ପିଇବା ବହୁତ କ୍ଷତିକାରକ ହୋଇଥାଏ । ଯଦି ସେମାନେ ସକାଳେ ଗରମ ପାଣି ପିଅନ୍ତି ତେବେ ଏହା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ।

drink hot

ଏପରି ୫ଟି ରୋଗ ଅଛି ,ସେହି ରୋଗୀ ମାନେ ସକାଳେ ଗରମ ପାଣି ପିଇବା ଦ୍ବାରା ସମସ୍ୟାକୁ ଆହୁରି ବଢ଼ାଇଥାଏ । ଆସନ୍ତୁ ଜାଣିବା ଏହି ୫ଟି ସମସ୍ୟା ବିଷୟରେ । ଯଦି କୌଣସି ବ୍ୟକ୍ତିର ଏହି ସମସ୍ୟା ଅଛି, ତେବେ ସେ ସକାଳେ ଗରମ ପାଣି ପିଇବା ଉଚିତ ନୁହେଁ ।

ଅଲସର:- ଯଦି ଆପଣଙ୍କର ପେଟରେ ଅଲସର ଅଛି, ତେବେ ସକାଳେ ଖାଲି ପେଟରେ ଗରମ ପାଣି ପିଅନ୍ତୁ ନାହିଁ । ଏହା କ୍ଷତି ପହଞ୍ଚାଇପାରେ। ଗରମ ପାଣି ପିଇବା ଦ୍ୱାରା ପେଟରେ ଜଳାପୋଡ଼ା ଏବଂ ଯନ୍ତ୍ରଣା ହୋଇପାରେ। ଏହା ପେଟ ଫୁଲିବାର କାରଣ ମଧ୍ୟ ହୋଇପାରେ । ଅଲସର ଥିବା ଲୋକଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଡାକ୍ତରୀ ପରାମର୍ଶ ନାହିଁ ହେଲେ ଗରମ ପାଣି ଏବଂ ମୃଦୁ ପାନୀୟ ନ ପିଇବାକୁ ପରାମର୍ଶ ଦିଅନ୍ତି ଡାକ୍ତର । ଅଲସର ଥିବା ଲୋକମାନେ ମସଲାଯୁକ୍ତ ଖାଦ୍ୟ, କ୍ୟାଫିନ୍, ମଦ୍ୟପାନ ଏବଂ ଏସିଡିକ୍ ଖାଦ୍ୟ ଖାଇବାରୁ ଦୂରେଇ ରହିବା ଉଚିତ ।

ଏସିଡ୍ ରିଫ୍ଲକ୍ସ:- ଅନେକ ଲୋକ ଏସିଡ୍ ରିଫ୍ଲକ୍ସ ସମସ୍ୟାରେ ପୀଡିତ। ଏପରି ପରିସ୍ଥିତିରେ ଏହି ପେଟ ସମସ୍ୟାରେ ମଧ୍ୟ ଗରମ ପାଣି ପିଇବାରୁ ଦୂରେଇ ରୁହନ୍ତୁ । ଏହା ପେଟର ଏସିଡ୍ ଖାଦ୍ୟ ନଳୀରେ ପ୍ରବେଶ କରିପାରେ । ଏହି କାରଣରୁ ପେଟ ଯନ୍ତ୍ରଣା ଆରମ୍ଭ ହୋଇପାରେ ।

ଡାଇରିଆ:- ଡାଇରିଆ କିମ୍ବା ଲୁଜ୍ ମୋସନ୍ ଯୋଗୁଁ ବାରମ୍ବାର ପାଣି ଭଳି ଝାଡ଼ା ସମସ୍ୟା ସୃଷ୍ଟି ହୁଏ । ଏହା ପାଚନ ପ୍ରଣାଳୀ ସହିତ ଜଡିତ ଏକ ସମସ୍ୟା । ଏହାର ଅନେକ କାରଣ ହୋଇପାରେ, ଯେପରିକି ଭାଇରାଲ୍ କିମ୍ବା ଜୀବାଣୁ ସଂକ୍ରମଣ, ଖରାପ ଖାଦ୍ୟ, ଔଷଧର ପାର୍ଶ୍ୱ ପ୍ରତିକ୍ରିୟା । ବିଶେଷକରି ଯଦି କୌଣସି ସଂକ୍ରମଣ, ବିଷାକ୍ତ ଖାଦ୍ୟ କିମ୍ବା IBD ଯେପରିକି ଅଲସରେଟେରି କୋଲାଇଟିସ୍ କିମ୍ବା କ୍ରୋନ୍ସ ରୋଗ ଯୋଗୁଁ ହୋଇଥାଏ । ଆପଣଙ୍କୁ କହି ରଖୁଛୁ ଏହି ପରିସ୍ଥିତିରେ ଆପଣଙ୍କୁ ବାରମ୍ବାର ଶୌଚାଳୟ ଯିବାକୁ ପଡ଼ିପାରେ । ଉଷୁମ ପାଣି ପିଇବା ଦ୍ୱାରା ଶରୀରର ମେଟାବୋଲିଜିମ୍ ଏବଂ ଅନ୍ତନଳୀର ଗତି ବୃଦ୍ଧି ପାଇପାରେ । ତେଣୁ ଏହି ସମୟରେ ସାଧାରଣ ତଥା ଥଣ୍ଡା ପାଣି ପିଇବା ଭଲ ।

ଶରୀରର ତାପମାତ୍ରା ବୃଦ୍ଧି:- ଗରମ ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରା ବଢ଼ିପାରେ, କାରଣ ଗରମ ପାଣି ଶରୀରକୁ ଉଷ୍ମ କରିଥାଏ ଏବଂ ଝାଳ ଆଣିପାରେ । ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ସେହିପରି ଯେଉଁମାନେ ଅତ୍ୟଧିକ ଗରମ ଅନୁଭବ କରନ୍ତି, ସେମାନେ ଗ୍ରୀଷ୍ମ ଋତୁରେ ଗରମ ପାଣି ପିଇବାଠାରୁ ଦୂରେଇ ରହିବା ଉଚିତ । ଏହା ଅଂଶୁଘାତ ଭଳି ଅବସ୍ଥା ସୃଷ୍ଟି କରିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+