ସାବଧାନ ! ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଓଟସ, ନଚେତ୍ ....
ସାଧାରଣତଃ ଲୋକମାନେ ସକାଳ ସମୟରେ ଓଟସ ଖାଇବାକୁ ପସନ୍ଦ କରନ୍ତି । ଏହା ସେମାନଙ୍କର ଓଜନକୁ ନିୟନ୍ତ୍ରଣରେ ରଖେ ଏବଂ ମେଟାବୋଲିଜିମ୍ କୁ ବୁଷ୍ଟ କରେ । ଏହା ବ୍ୟତୀତ, ଏହା ସେମାନଙ୍କୁ ଦିନସାରା ଉର୍ଜା ପ୍ରଦାନ କରେ । କିନ୍ତୁ ଫସଫରସ୍, ମ୍ୟାଗ୍ନେସିୟମ୍, ଜିଙ୍କ, ଆଇରନ୍, ଫୋଲେଟ୍, ଭିଟାମିନ୍ ବି- 6 ଏବଂ ଥିଏମାଇନ୍ ପରି ପୋଷତତ୍ତ୍ୱରେ ଭରପୂର ଏହି ଖାଦ୍ୟ ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ ଓ ଏହାର ସେବନ ସେମାନେ କରିବା କଥା ବି ନୁହେଁ ।

-ଚର୍ମରୋଗ ଏବଂ ପୋଡାଜଳ ପରି ଆଲର୍ଜିରେ ପୀଡିତ ବ୍ୟକ୍ତିଙ୍କ ପାଇଁ ଓଟ୍ସ ଖାଇବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ଏଥି ସହିତ, ଏଥିରେ ଅଧିକ ଫସଫରସ୍ ଥାଏ, ଯାହା କିଡନୀ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ତେଣୁ, ଯେଉଁମାନେ କିଡନୀ ସମ୍ବନ୍ଧୀୟ ରୋଗରେ ପୀଡିତ, ସେମାନେ ମଧ୍ୟ ଏହାର ବ୍ୟବହାରରୁ ଦୂରେଇ ରହିବା ଉଚିତ୍ ।
-ଏଥି ସହିତ, ଯେଉଁମାନେ ମଧୁମେହ ଭଳି ରୋଗରେ ପୀଡିତ, ସେମାନେ ଡାକ୍ତରଙ୍କ ପରାମର୍ଶ ପରେ ହିଁ ଏହାକୁ ଖାଇବା ଉଚିତ୍ । ଏହା ବ୍ୟତୀତ ଯେଉଁମାନେ ହଜମ ଜନିତ ସମସ୍ୟାରେ ପୀଡିତ ସେମାନଙ୍କ ପାଇଁ ଓଟ୍ସ ଖାଇବା ମଧ୍ୟ ଭଲ ନୁହେଁ । ଉକ୍ତ ବ୍ୟକ୍ତିମାନେ ଓଟ୍ସ ଖାଇବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍ ।












Click it and Unblock the Notifications