ରାତିରେ ଭାତ ଖାଉଥିଲେ ହୋଇଯାଆନ୍ତି ସାବଧାନ , ହୋଇପାରେ ଏହି ସବୁ ସମସ୍ୟା

ଭାରତରେ ଅନେକ ଲୋକ ରାତିରେ ଭାତ ଖାଉଥିବା ବେଳେ ଅନେକ ରୁଟି ଖାଇଥାନ୍ତି । ପ୍ରାୟତଃ ଗ୍ରାମାଞ୍ଚଳବାସୀ ରାତିରେ କେବଳ ଭାତ ହିଁ ଖାଇଥାନ୍ତି । ଭାତରୁ ବିଭିନ୍ନ ପ୍ରକାର ଭିଟାମିନ, କ୍ୟାଲୋରୀ, ପ୍ରୋଟିନ, ଫାଇବର, କାର୍ବୋହାଇଡ୍ରେଟ, ଆଇରନ, କ୍ୟାଲେସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ ମିଳିଥାଏ । ଯାହାକି ସ୍ବାସ୍ଥ୍ୟ ପାଇଁ ଉପକାରୀ ବୋଲି ବିବେଚନା କରାଯାଇଥାଏ ।

rice

କିନ୍ତୁ ଅତ୍ୟଧିକ ଭାତ ବିଶେଷ କରି ରାତିରେ ଖାଇବା ଦ୍ବାରା ଏହା ସ୍ବାସ୍ଥ୍ୟ ପ୍ରତି ହାନିକାରକ ବୋଲି ବିବେଚନା କରାଯାଇଥାଏ । ଭାତ ଶ୍ରୀଘ୍ର ହଜମ ହେଉଥିଲେ ହେଁ ଏହା ଶରୀରରେ ଶର୍କରା ସ୍ତରକୁ ବୃଦ୍ଧି କରିଥାଏ । ତେଣୁ ଡାଇବେଟିସ ରୋଗୀକୁ ଏହା ଖାଇବା ପାଇଁ ବାରଣ କରାଯାଇଥାଏ । ଅଧିକ ଭାତ ଖାଇବା ଦ୍ବାରା ଟାଇପ୍-2 ଡାଇବେଟିସ୍ ହେବାର ଆଶଙ୍କା ବୃଦ୍ଧି ପାଏ । ଏଭଳି ସ୍ଥିତିରେ ଡାକ୍ତର ବ୍ରାଉନ ରାଇସ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି ।

ଭାତରେ ଅଧିକ କ୍ୟାଲେରୀ ଓ କାର୍ବୋହାଇଡ୍ରେଟ ମିଳେ । ଏହା ଦ୍ବାରା ଓଜନ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ଉପଯୁକ୍ତ ଡାଏଟ ଫଲୋ କରିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି । ଭାତରେ ଅଧିକ ଗ୍ଲାଇସେମିକ ଇଣ୍ଡେକ୍ସ ରହିଛି, ଯାହା ରକ୍ତରେ ସୁଗାର ଲେବଲ ଶୀଘ୍ର ବଢାଇବାର ଆଶଙ୍କା ଅଧିକ ରହିଥାଏ । ଏଣୁ ଏହା ଡାଇବେଟିସ ରୋଗୀଙ୍କ ପାଇଁ ହାନିକାରକ ବୋଲି କୁହାଯାଇଛି । ଆଥ୍ରାଇଟିସ ଯନ୍ତ୍ରଣା ବୃଦ୍ଧି ପାଇବାର ସମ୍ଭାବନା ଅଧିକ ରହିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+